୨୦୧୮ରେ ବଜାରକୁ ଆସିଲା ନିଆରା ତନ୍ଦୁରି ଚା’; ଇଏ ହେଉଛନ୍ତି ତନ୍ଦୁରି ଚା’ର ଜନକ, ଏମିତି ହୋଇଛି ପ୍ରସିଦ୍ଧ

Advertisment
୨୦୧୮ରେ ବଜାରକୁ ଆସିଲା ନିଆରା ତନ୍ଦୁରି ଚା’; ଇଏ ହେଉଛନ୍ତି ତନ୍ଦୁରି ଚା’ର ଜନକ, ଏମିତି ହୋଇଛି ପ୍ରସିଦ୍ଧ

ଆଜିକାଲି ଚାଲିଛି ତନ୍ଦୁରି ଚାହାର ଟ୍ରେଣ୍ଡ୍‌। ଏହି ତନ୍ଦୁରି ଚାହାରୁ ଗୋଟେ କପ୍‌ ପିଇଦେଲେ ଦେହ ଏକଦମ ହାଲକା ଲାଗିବା ସହ ସର୍ଦ୍ଦି ଗାଏବ ହୋଇଯାଏ ବୋଲି ଚାହା ପ୍ରେମୀମାନେ ଦାବି କରନ୍ତି। ଲେମନ୍‌ ଟି, ଗ୍ରିନ୍‌ ଟି ଆଦି ସବୁକୁ ପଛରେ ପକାଇ ଆଗରେ ରହିଛି ତନ୍ଦୁରି ଟି। ଏହା ଏବେ ଦେଶର ବିଭିନ୍ନ ରାଜ୍ୟରେ ଉପଲବ୍ଧ। ଭୁବନେଶ୍ୱରର ସହିଦନଗରେ ଲୋକମାନେ ତନ୍ଦୁରି ଚା’ର ମଜା ନେଇ ପାରୁଛନ୍ତି।

ତେବେ, ଆପଣ ଜାଣନ୍ତି କି ଏହି ତନ୍ଦୁରି ଚାହା ପ୍ରଥମେ କିଏ ବାହାର କଲେ? ବିଏସସି ଗ୍ରାଜୁଏଟ୍‌ ୨୯ ବର୍ଷିଅ ଅମୋଲ ଦିଲ୍ଳୀପ ରାଜଦେବ ହେଉଛନ୍ତି ଏହି ତନ୍ଦୁର ଚାହାର ଜନକ। ପୁଣେର ଅମୋଲ ଏହି ଚାହା ଲୋକଙ୍କ ମୁହଁରେ ଲଗାଇବା ପରେ ଏହା ଏବେ ଚାରିଆଡ଼େ ପ୍ରସିଦ୍ଧ ହେବାରେ ଲାଗିଛି।

publive-image

ମାଟି ପାତ୍ରରେ ଗରମ ଚା’ ପୂରାଇ ଚା’ ପ୍ରେମୀମାନଙ୍କୁ ମାଟିଆ ଚାହା ଦେବାର ଭାବନା ଅମୋଲଙ୍କ ମୁଣ୍ଡରେ ଜୁଟିବା ପରେ ଏହା ସତାରେ ଧୀରେ ଧୀରେ ଲୋକଙ୍କ ପ୍ରିୟ ହୋଇଗଲା। ଏହି ଚା’ ୨୦୧୮ରେ ହିଁ ଲୋକଲୋଚନକୁ ଆସିଛି। ଚାହାର ମୂଲ୍ୟ ପ୍ରାୟତଃ ସ୍ଥାନରେ ୨୦ ଟଙ୍କାରେ ବିକ୍ରି ହେଉଛି।

ତେବେ ଏ ସଂପର୍କରେ ଅମୋଲ କହନ୍ତି, ‘ଆମେ ନିଆଁ ଚାରିପାଖେ ଘେରି ବସୁଥିଲୁ। ମୋ ଜେଜେମାଆ ଆମ ପାଇଁ ହଳଦୀଯୁକ୍ତ କ୍ଷିର ବନାଉଥିଲେ। ସେଥିରୁ ହିଁ ମୋର କଳ୍ପନାର ସୃଷ୍ଟି। ମୋତେ ଖାଦ୍ୟ ତିଆରି କରିବାକୁ ଖୁବ୍‌ ଭଲ ଲାଗେ। ବିଶେଷ କରି ମହାରାଷ୍ଟ୍ରର ବିଭିନ୍ନ ରକମର ଖାଦ୍ୟ ବନାଇବା ମୋର ନିଶା। ତନ୍ଦୁର ଚା’କୁ ଲୋକେ ଏତେ ଗ୍ରହଣ କରିବେ ବୋଲି ମୁଁ ଭାବି ନଥିଲି। ମାତ୍ର ୪-୫ ମାସ ଏହି ଚାହା ବନାଇବା ପରେ ଏହା ଦେଶ ସାରା ଖେଳିଗଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe