୭୯୧ ବର୍ଷର ସମୃଦ୍ଧ ପରମ୍ପରା: ଜରାସିଂହା ପାଟଖଣ୍ଡା ଯାତ୍ରା

Advertisment

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ ଜରାସିଂହାର ଇଷ୍ଟଦେବୀ ମା’ ପାଟଖଣ୍ତାଙ୍କ ବିଭିନ୍ନ ପୂଜା ପାର୍ବଣ ମଧ୍ୟରୁ ମା’ଙ୍କ ପାଟଖଣ୍ତା ଯାତ୍ରା ବେଶ୍ ପ୍ରସିଦ୍ଧ। ଏହି ପାରମ୍ପରିକ ଯାତ୍ରା ୭୯୧ ବର୍ଷର ସମୃଦ୍ଧ ପରମ୍ପରା।

Updated On

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ ଜରାସିଂହାର ଇଷ୍ଟଦେବୀ ମା’ ପାଟଖଣ୍ତାଙ୍କ ବିଭିନ୍ନ ପୂଜା ପାର୍ବଣ ମଧ୍ୟରୁ ମା’ଙ୍କ ପାଟଖଣ୍ତା ଯାତ୍ରା ବେଶ୍ ପ୍ରସିଦ୍ଧ। ଏହି ପାରମ୍ପରିକ ଯାତ୍ରା ୭୯୧ ବର୍ଷର ସମୃଦ୍ଧ ପରମ୍ପରା।

ଅଦ୍ୟତନ ହୋଇଛି
sfssfsfsf

ଦେଓଗାଁ: ‌ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ ଜରାସିଂହାର ଇଷ୍ଟଦେବୀ ମା’ ପାଟଖଣ୍ତାଙ୍କ ବିଭିନ୍ନ ପୂଜା ପାର୍ବଣ ମଧ୍ୟରୁ ମା’ଙ୍କ ପାଟଖଣ୍ତା ଯାତ୍ରା ବେଶ୍ ପ୍ରସିଦ୍ଧ। ଏହି ପାରମ୍ପରିକ ଯାତ୍ରା ୭୯୧ ବର୍ଷର ସମୃଦ୍ଧ ପରମ୍ପରା। ଦେଓଗାଁ ବ୍ଲକ୍‌ର ଦୁର୍ଗମ ଅଞ୍ଚଳ ଜରାସିଂହାରେ ଆବହମାନ କାଳରୁ ବହିଯାଇଛି ସୋନଗଡ଼ ନଦୀ। ନଦୀର ଗୋଟିଏ ପାର୍ଶ୍ବରେ ଜନବସତି ଥିବା ବେଳେ ଅପରପାର୍ଶ୍ବରେ ରହିଛି ଦେଝାର ଜଙ୍ଗଲ। ଜଙ୍ଗଲ ଭିତରେ ଥିବା ଏକ ବହୁ ପୁରାତନ ମହୁଲଗଛର କୋରଡ଼ରେ ଅବସ୍ଥାପିତ ମା’ ପାଟଖଣ୍ତା ଦେବୀ। ଦେବୀଙ୍କ କୌଣସି ମୂର୍ତ୍ତି ନଥିବା ବେଳେ ପ୍ରତୀକ ସ୍ବରୂପ ରହିଛି ଏକ ଲୁହାଖଣ୍ତା। ଐତିହାସିକ ତଥ୍ୟ ଏବଂ ଲୋକକଥା ଅନୁସାରେ, ପାଟଣାରାଜା ବସ୍ତ୍ରରାଜ ଦେଓ (୧୨୧୭ରୁ ୧୨୪୬ ମଧ୍ୟରେ)ଙ୍କ ରାଜତ୍ବ ସମୟରେ ଥରେ ବସ୍ତର ରାଜ୍ୟର ରାଜାଙ୍କ ସହ ତାଙ୍କର ଯୁଦ୍ଧ ହେଲା। ଅନେକ ଦିନ ଧରି ଘମାଘୋଟ ଯୁଦ୍ଧ ଚାଲିଲା। ପାଟଣା ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ତଥା ଚୌହାନ ରାଜବଂଶର କୁଳଦେବୀ ମା’ ପାଟଣେଶ୍ବରୀଙ୍କ ଆଶୀର୍ବାଦକ୍ରମେ ତାଙ୍କ ପାଟଖଣ୍ତା ଯୁଦ୍ଧରେ ରାଜା ବସ୍ତ୍ରରାଜ ଦେଓଙ୍କୁ ସହଯୋଗ କରିବାରୁ ସେ ବସ୍ତର ରାଜାଙ୍କୁ ପରାସ୍ତ କରିଥିଲେ। ଫଳରେ ମା’ ପାଟଣେଶ୍ବରୀଙ୍କ ଆଶୀର୍ବାଦ ସ୍ବରୂପ ସେହି ପାଟଖଣ୍ତାକୁ ମା’ ପାଟଖଣ୍ତା ଭାବେ ଜରାସିଂହାସ୍ଥିତ ଜଙ୍ଗଲରେ ସ୍ଥାପନା ପୂର୍ବକୁ ପୂଜାର୍ଚ୍ଚନା କରାଯାଉଛି। ଉଭୟ ଚୌହାନ ରାଜବଂଶ ଓ ଜରାସିଂହା ଜମିଦାରଙ୍କ ପୃଷ୍ଠପୋଷକତାରେ ଏହି ଦିନରୁ ମା’ଙ୍କ ପୂଜା ଉପଚାର ସହ ପାଟଖଣ୍ତା ଯାତ୍ରା ଆୟୋଜିତ ହୋଇଆସୁଛି। 

ପ୍ରତିବର୍ଷ ମା’ଙ୍କର ଏହି ଭବ୍ୟ ପୂଜା ଉତ୍ସବ ଆରମ୍ଭ ହୋଇଥାଏ ମୂଳାଷ୍ଟମୀଠାରୁ। ମୂଳାଷ୍ଟମୀ ଦିନ ମା’ଙ୍କଠାରେ ଲିଆ (ଖଇ) ତଥା ରାଜ ପ୍ରତିନିଧିଙ୍କ ଉପସ୍ଥିତିରେ ଖଣ୍ତାବସା ଷୋଡ଼ଶ ଉପଚାର ପୂଜା ଆୟୋଜିତ ହୋଇଥାଏ। ଦଶହରା ଅମାବାସ୍ୟାରେ ତେଲେନବସା ପୂଜା ଓ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ପିଠା ଭୋଗ ସହ ଗ୍ରାମୀଣ ଯାତ୍ରା ଅନୁଷ୍ଠିତ ହୋଇଥାଏ। ମା’ଙ୍କ ପାଟଖଣ୍ତା ପୂଜା ପାଇଁ ଆଶ୍ବିନ ଶୁକ୍ଳପକ୍ଷ ମହାସପ୍ତମୀ ଦିନ ପାଟଣାଗଡ଼ସ୍ଥିତ ମା’ ପାଟଣେଶ୍ବରୀଙ୍କ ମନ୍ଦିରରୁ ପାଟସିନ୍ଦୂର ବାହାରି ସେଠାକାର ମା’ ସମଲେଶ୍ବରୀଙ୍କ ମନ୍ଦିର ଦେଇ ଆସିଥାଏ ଜରାସିଂହାକୁ। ଜଣେ ଦେହେରୀ ଓ ସହାୟକ ମା’ଙ୍କ ଏହି ସିନ୍ଦୂର ଧରି ଚାଲି ଚାଲି ଆସି ଗାଁରେ ପହ‌ଞ୍ଚିବା ପରେ ଜରାସିଂହାରେ ମା’ଙ୍କ ପୂଜକ ଦେହେରୀ, ସେବାୟତ ଓ ଗ୍ରାମବାସୀ ତାଙ୍କୁ ସ୍ବାଗତ କରିଥାନ୍ତି। ପରଦିନ ଅର୍ଥାତ ଅଷ୍ଟମୀ ତିଥିରେ ମା’ ପାଟଖଣ୍ତାଙ୍କ ଷୋଡ଼ଶ ଉପଚାର ପୂଜା କରାଯାଇଥାଏ। ନବମୀ ତିଥିରେ ପାଟଣାଗଡ଼ରୁ ଅଣାଯାଇଥିବା ପାଟସିନ୍ଦୂର ବରଣ ଯାତ୍ରା ଅନୁଷ୍ଠିତ ହୋଇଥାଏ। ମା’ ପାଟଖଣ୍ତାଙ୍କ ପ୍ରତୀକ ସ୍ବରୂପ ଉକ୍ତ ଲୌହଖଣ୍ତାକୁ ଧରିଥିବା ବରୁଆ ବା ଦେହେରୀମାନଙ୍କ ଦେହରେ ଦେବତା ପ୍ରବେଶ କରିବାର ପ୍ରଥା ରହିଛି। ଏହି ପ୍ରଥା ଅନୁସାରେ ଦେବୀ ବରୁଆଙ୍କ ଶରୀରରେ ସବାର ହେବା ପରେ ଭକ୍ତମାନେ ଦର୍ଶନ କରି ମାନସିକ ଜଣାଇ ଆଶୀର୍ବାଦ ଭିକ୍ଷା କରିଥାନ୍ତି। ଅନ୍ୟପଟେ ପାଟଖଣ୍ତାକୁ ଦେବାଧି ଦେବ ମହାଦେବଙ୍କ ଅଂଶବିଶେଷ ବୋଲି ମଧ୍ୟ ଧରାଯାଇଥାଏ। ତେଣୁ ମା’ ପାଟଖଣ୍ତା ଉଭୟ ଦେବୀ ଓ ଦେବ ଭାବେ ପୂଜା ପାଇବା ହେଉଛି ଏହି ଯାତ୍ରାର ବୈଶିଷ୍ଟ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe