ଏହି ପ୍ରସିଦ୍ଧ ନଦୀରେ ଗୋଟିଏ ହେଲେ ବି ପୋଲ ନାହିଁ !

Advertisment
ଏହି ପ୍ରସିଦ୍ଧ ନଦୀରେ ଗୋଟିଏ ହେଲେ ବି ପୋଲ ନାହିଁ !

ନୂଆଦିଲ୍ଲୀ: ବିଜ୍ଞାନର ଅଗ୍ରଗତି ସାଙ୍ଗକୁ ଆମ ଗମନାଗମନରେ ଦିନକୁ ଦିନ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେବାରେ ଲାଗିଛି। ଦିନ ଥିଲା, ପ୍ରାକୃତିକ ପ୍ରତିବନ୍ଧକ ସକାଶେ ଅନେକ ଇଲାକା ସମଗ୍ର ଦୁନିଆଠାରୁ ବିଚ୍ଛିନ୍ନ ହୋଇ ରହୁଥିଲା। ସବୁ ସ୍ଥାନକୁ ରାସ୍ତାଟିଏ ନିର୍ମାଣ ଲାଗି ନଦୀ, ସାଗର ଓ ଦୁର୍ଗମ ପାହାଡ଼ ଆଦି ପ୍ରମୁଖ ପ୍ରତିବନ୍ଧକ ସାଜୁଥିଲା। ମାତ୍ର ସେ ଅସୁବିଧା ଏବେ ଅତୀତ ହୋଇଗଲାଣି। ଏବେ ତ ପାହାଡ଼ ତାଡ଼ି ମାଇଲ୍‌ ମାଇଲ୍‌ ଦୀର୍ଘ ସୁଡ଼ଙ୍ଗ କରାଯାଉଥିବା ବେଳେ ସମୁଦ୍ରର ଅଗଭୀର ଜଳରାଶି ଦେଇ ମଧ୍ୟ ପୋଲ ନିର୍ମାଣ କରାହୋଇପାରୁଛି। ମାତ୍ର ଆଶ୍ଚର୍ଯ୍ୟର କଥା, ପୃଥିବୀର ଦ୍ବିତୀୟ ଦୀର୍ଘତମ ନଦୀର ମାନ୍ୟତା ରଖିଥିବା ଆମାଜନ ଉପରେ ଏବେ ସୁଦ୍ଧା କୌଣସି ପୋଲ ନିର୍ମାଣ ହୋଇନାହିଁ। ବିଶ୍ବର ଯେ କୌଣସି ନଦୀ ଅପେକ୍ଷା ସର୍ବାଧିକ ମଧୁର ଜଳ ବହନ କରୁଥିବା ଆମାଜନ ଅବବାହିକାରେ ପ୍ରାୟ ୩ କୋଟି ଲୋକ ବସବାସ କରନ୍ତି। ତେବେ ପେରୁ, କଲମ୍ବିଆ ଓ ବ୍ରାଜିଲ ପରି ତିନିଟି ଦେଶରେ ପ୍ରବାହିତ ୪,୩୦୦ ମାଇଲ୍‌ ଦୀର୍ଘ ଏହି ନଦୀର ଉପକୂଳରେ ସ୍ଥାପିତ ଜନବସତିଗୁଡ଼ିକ ଅତ୍ୟନ୍ତ କମ୍‌ ଲୋକସଂଖ୍ୟା ବିଶିଷ୍ଟ। ଏହି ଅଞ୍ଚଳ ଦେଇ କୌଣସି ପ୍ରମୁଖ ସଡ଼କ ମଧ୍ୟ ଯାଇନାହିଁ। ନଦୀ ପାରି ହେବା ପାଇଁ ଡଙ୍ଗା ଯଥେଷ୍ଟ ହୋଇପାରୁଛି।

ଅବଶ୍ୟ ଆମାଜନ ଉପରେ ପୋଲ ନିର୍ମାଣ ପାଇଁ କିଛି ବୈଷୟିକ ତଥା ସାଂଗଠନିକ ଅସୁବିଧା ମଧ୍ୟ ରହିଛି। ଏହାର ଅବବାହିକାର ବିସ୍ତୃତ ସନ୍ତସନ୍ତିଆ ତଥା କୋମଳ ମୃତ୍ତିକା ଯୋଗୁଁ ଗଭୀର ନିଅଁ ଓ ଅଧିକ ଦୈର୍ଘ୍ୟ ବିଶିଷ୍ଟ ପୋଲର ଆବଶ୍ୟକତା ରହିଛି ଯାହାର ନିର୍ମାଣ ଖର୍ଚ୍ଚ ବହୁଗୁଣ ବଢ଼ିଯିବ। ସେହିପରି ନଦୀର ଗତିପଥ ମଧ୍ୟ ଅନ୍ୟତମ ପ୍ରତିବନ୍ଧକ। ଜୁନ୍‌ରୁ ନଭେମ୍ବର ଯାଏ ଶୁଷ୍କ ଋତୁରେ ଆମାଜନ୍‌ର ହାରାହାରି ଓସାର ୩.୨ କି.ମି.ରୁ ୯.୭ କି.ମି. ଯାଏ ହୋଇଥାଏ। ସେହିପରି ଡିସେମ୍ବରରୁ ଏପ୍ରିଲ ଯାଏ ଓଦା ଋତୁରେ ଏହାର ଓସାର ୪୮ କି.ମି. ଯାଏ ବଢ଼ିଯାଇଥାଏ ଏବଂ ପାଣିର ଗଭୀରତା ଖରାଦିନ ଅପେକ୍ଷା ୫୦ ଫୁଟ ଅଧିକ ହୋଇଯାଇଥାଏ। ତେଣୁ ଏଭଳି ସ୍ଥିତିରେ ଆମାଜନ ଉପରେ ପୋଲ ନିର୍ମାଣ ବିଚାରଯୋଗ୍ୟ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe