ମହାକାଶ ଯିବେ ରୋବଟ୍ କର୍ମଚାରୀ

Advertisment
ମହାକାଶ ଯିବେ ରୋବଟ୍ କର୍ମଚାରୀ

ଏଲୋନ ମସ୍କ ଓ ଜେଫ୍ ବେଜୋସ୍‌ଙ୍କ ଭଳି ଅଗ୍ରଣୀ ମହାକାଶ ଗବେଷଣା ଉଦ୍ୟୋଗୀ ଯଥାକ୍ରମେ ‘ସ୍ପେସ୍‌ଏକ୍‌ସ’ ଓ ‘ବ୍ଲୁ ଅରିଜିନ୍’ କମ୍ପାନି ମାଧ୍ୟମରେ ଲୋକଙ୍କୁ ମହାକାଶ ପଠାଇବା ଲାଗି ଏକପ୍ରକାର ପ୍ରତିଯୋଗିତା ଚଳାଇଥିବା ବେଳେ ଜାପାନର ଏକ ଷ୍ଟାର୍ଟଅପ୍ କମ୍ପାନି ରୋବଟ୍‌ଙ୍କୁ ମହାକାଶ ଗବେଷଣା ଲାଗି ପ୍ରସ୍ତୁତ କରୁଛି। ବାସ୍ତବରେ ମଣିଷଙ୍କୁ ମହାକାଶ ତଥା ଅନ୍ୟ ଗ୍ରହକୁ ପଠାଇବା ପାଇଁ ବହୁତ ଅର୍ଥ ଖର୍ଚ୍ଚ ହୋଇଥାଏ। ତା’ ସହିତ ମହାକାଶଚାରୀଙ୍କ ଜୀବନକୁ ସର୍ବଦା ବିପଦ ରହିଥାଏ। ତେଣୁ ‘ଗିଟାଇ’ ନାମକ ଷ୍ଟାର୍ଟଅପ୍ ରୋବଟ୍ କର୍ମଚାରୀଙ୍କୁ ନେଇ ମହାକାଶ ଗବେଷଣାକୁ ସୁଲଭ ଓ ବିପଦମୁକ୍ତ କରିବାକୁ ପ୍ରାୟସ କରୁଛି।

ଉଦାହରଣ ସ୍ବରୂପ ଚନ୍ଦ୍ର ବା ମଙ୍ଗଳରେ ପରୀକ୍ଷାଗାର ଓ ବସତି ସ୍ଥାପନ ପାଇଁ ମଣିଷଙ୍କୁ ଲଗାଇବାକୁ ଯେତିକି ଖର୍ଚ୍ଚ ହେବ ତାହାର ଶହେ ଭାଗରୁ ଭାଗେ ଖର୍ଚ୍ଚରେ ରୋବଟ୍‌ମାନେ ସେହି କାମ ନିଖୁଣ ଭାବେ ତୁଲାଇପାରିବେ ବୋଲି ଉକ୍ତ କମ୍ପାନି ଦାବି କରୁଛି। ନିକଟରେ ଏହି କମ୍ପାନି ନିବେଶକଙ୍କ ପାଖରୁ ୩ କୋଟି ଡଲାର୍ ସଂଗ୍ରହ କରିବାରେ ସଫଳ ହୋଇଛି। ଉକ୍ତ ଅର୍ଥ ବିନିଯୋଗ କରି ଏହି କମ୍ପାନି ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର କାର୍ଯ୍ୟାଳୟ ଖୋଲିବ ଏବଂ ମହାକାଶରେ କାମ କରିବା ଲାଗି ବିଭିନ୍ନ ପ୍ରକାର ରୋବଟ୍‌ ପ୍ରସ୍ତୁତ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe