ଚର୍ଚ୍ଚାରେ ମୋଦୀଙ୍କ ମନ୍ଦିର: ୧.୨ଲକ୍ଷ ଟଙ୍କା ଖର୍ଚ୍ଚ କରି ନମୋ ମନ୍ଦିର ନିର୍ମାଣ କଲେ କୃଷକ

Advertisment
ଚର୍ଚ୍ଚାରେ ମୋଦୀଙ୍କ ମନ୍ଦିର: ୧.୨ଲକ୍ଷ ଟଙ୍କା ଖର୍ଚ୍ଚ କରି ନମୋ ମନ୍ଦିର ନିର୍ମାଣ କଲେ କୃଷକ

indiatimes.com

ତ୍ରିଚୀ: ତାମିଲନାଡୁର ତ୍ରିଚୀ ଜିଲ୍ଲାରେ ଥିବା ଏରାକୁଡି ଗାଁର ଜଣେ କୃଷକ କରିଥିବା ଏକ କାମକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। କୃଷକଜଣଙ୍କ ନିଜର ଝାଳବୁହା ଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିମୂର୍ତ୍ତି ଥିବା ଏକ ମନ୍ଦିର ତିଆରି କରିବା ସହ ପ୍ରତିଦିନ ସେଠା‌ରେ ତାଙ୍କୁ ପୂଜା କରିବା ଘଟଣା ଏବେ ଆଲୋଚନାର ବିଷୟ ପାଲଟିଛି। ଏହାକୁ ଏରାକୁଡି ଗାଁରେ ରହୁଥିବା ୫୦ବର୍ଷୀୟ ଚାଷୀ ଶଙ୍କର ନିର୍ମାଣ କରିଥିବା ବେଳେ ମନ୍ଦିରର ନାଁ ନମୋ ମନ୍ଦିର ରଖାଯାଇଛି।

ମନ୍ଦିର ନିର୍ମାଣ ପାଇଁ ୮ମାସ ସମୟ ଲାଗିଥିବା ବେଳେ ଏଥିରେ ପ୍ରାୟ ୧.୨ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ଶଙ୍କର। ଗତ ସପ୍ତାହରେ ଏହି ମନ୍ଦିରକୁ ଉଦଘାଟନ କରାଯିବା ପରେ ମୋଦୀଙ୍କ ପ୍ରତିମୂର୍ତ୍ତିକୁ ଧୂପ ଓ ଦୀପ ଲଗାଇ ପୂଜା କରିବା ଆରମ୍ଭ କରିଛନ୍ତି ଶଙ୍କର। ତେବେ ମୋଦୀଜୀଙ୍କ ପ୍ରତିମୂର୍ତ୍ତି ତିଆରି କରିବା ପଛରେ ଏକ ବଡ଼ କାରଣ ରହିଛି।

publive-image indiatimes.com

ଶଙ୍କରଙ୍କ କହିବା ମୁତାବକ, କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ଯେଉଁ ସବୁ କାମ କରିଛନ୍ତି, ସେଥିରେ ଖୁସି ହୋଇ ମୁଁ ଏଭଳି କରିଛି। ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାରେ ମୋତେ ୨,୦୦୦ଟଙ୍କା ମିଳିବା ସହ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ମୋତେ ଗ୍ୟାସ୍ ମିଳି ପାରିଲା। ଏହା ସହ ଶୌଚାଳୟ ନିର୍ମାଣର ସୁବିଧା ମଧ୍ୟ ମିଳିଲା। ମୁଁ ତାଙ୍କୁ ଏବଂ ତାଙ୍କ କାମକୁ ପସନ୍ଦ କରେ। ଯାହା ପାଇଁ ମୁଁ ଏଭଳି କରିବା ପାଇଁ ଚିନ୍ତା କଲି।

publive-image indiatimes.com

ତେବେ ଶଙ୍କର ନିର୍ମାଣ କରିଥିବା ନମୋ ମନ୍ଦିରରେ ମୋଦୀଙ୍କ ପ୍ରତିମୁର୍ତ୍ତି ସହ ମହାତ୍ମା ଗାନ୍ଧୀ, ସ୍ବାଧୀନତା ସଂଗ୍ରାମୀ କେ.କାମରାଜ, ଏଆଇଏଡିଏମକେର ଦିଗ୍ଗଜ ନେତା ଏମ୍.ଜି ରାମଚନ୍ଦ୍ରନ ଏବଂ ଜେ ଜୟଲଳିତା, ଗୃହମନ୍ତ୍ରୀ ଅମିତ ଶାହା ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ବାମୀଙ୍କ ଫଟୋ ଲଗାଯାଇଥିବା ‌ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe