ଖାଦ୍ୟ ଓ ଜଳ ଅପଚୟର ସରଳ ପ୍ରତିକାର

Advertisment
ଖାଦ୍ୟ ଓ ଜଳ ଅପଚୟର ସରଳ ପ୍ରତିକାର

ସମଗ୍ର ବିଶ୍ବରେ ମଣିଷ ଅନେକ କିଛି ଅପଚୟ ବା ନଷ୍ଟ କରେ। ସେଥିରୁ ଅତି ହେୟ ମନେ ହେଉଥିବା ଦୁଇଟି ମୂଲ୍ୟବାନ୍‌ ପଦାର୍ଥ ହେଉଛି ଖାଦ୍ୟ ଓ ଜଳ। ଜାଣତରେ ଅଥବା ଅଜାଣତରେ ଲୋକେ ଘରେ ଓ କାର୍ଯ୍ୟକ୍ଷେତ୍ରରେ ଗୁଡ଼ାଏ ଖାଦ୍ୟ ଆଉ ପାଣି ଅପଚୟ କରନ୍ତି। ସାମାନ୍ୟ ଚେଷ୍ଟା ବଳରେ ସଭିଏଁ ନିଜ ନିଜର ବଦଭ୍ୟାସ ବଦଳାଇ ଖାଦ୍ୟ ଓ ପାଣି ଅପଚୟ ଏଡ଼ାଇ ପାରିଲେ ଆଗାମୀ ପିଢ଼ି ପାଇଁ ବହୁ ପରିମାଣର ସମ୍ବଳ ସଞ୍ଚୟ କରାଯାଇ ପାରନ୍ତା। ସେଥିଲାଗି ମାତ୍ର କେତୋଟି ଛୋଟ ଛୋଟ କଥା ଉପରେ ଧ୍ୟାନ ଦେବାକୁ ପଡ଼ିବ।
ଖାଦ୍ୟ ନଷ୍ଟ କମିବ କେମିତି
କେବଳ ଆବଶ୍ୟକ ଥିବା ଖାଦ୍ୟ ସାମଗ୍ରୀ ଖରିଦ କରନ୍ତୁ।
ଖାଦ୍ୟ ସାମଗ୍ରୀ କିଣିଲା ବେଳେ ଜୈବ-ଅନୁକୂଳ ସାମଗ୍ରୀ କଥା ବିଚାର କରନ୍ତୁ।
l ଯେତିକି ଦରକାର ସେତିକି ଖାଦ୍ୟ ରାନ୍ଧନ୍ତୁ, ଅଧିକ ରାନ୍ଧନ୍ତୁ ନାହିଁ।
l କିଣାକିଣି ପାଇଁ ଯିବା ଆଗରୁ ଘରେ କ’ଣ ସବୁ ଖାଦ୍ୟପଦାର୍ଥ ଅଛି ଦେଖି ଯାଆନ୍ତୁ।
l ଅଳ୍ପ ପରିମାଣ ଭୋଜନ ବାଢ଼ନ୍ତୁ। ଅଧିକ ବାଢ଼ି ନ ଖାଇଲେ ଖାଦ୍ୟ ନଷ୍ଟ ହେବ।
ପାଣି କାରବାର କମିବ କେମିତି
l ଯେତିକି ଦରକାର ସେତିକି ପାଣିରେ ଫଳମୂଳ ଓ ପନିପରିବା ଧୁଅନ୍ତୁ।
l ପୂର୍ଣ୍ଣ ପରିମାଣର ଲୁଗାପଟା ଓ ବାସନକୁସନ ବୋଝେଇ କରି ୱାସିଙ୍ଗ୍‌ ମେସିନ୍‌ ଓ ଡିସ୍‌ ୱାସର୍‌ ଚଳାନ୍ତୁ।
l ଗାଧୋଇଲା ବେଳେ ମାତ୍ର ୫ ମିନିଟ୍‌ ସାୱାର୍‌ ଚଳାନ୍ତୁ।
l ପାଣି ରିସାଇକ୍ଲ ବା ପୁନର୍ବିନିଯୋଗ କରାଯାଉଥିବା କାର୍‌ୱାସ୍‌କୁ କାର୍‌ ଧୋଇବାକୁ ନିଅନ୍ତୁ।
l ଦୁଇଟା ଫ୍ଲସ୍‌ ଥିବା ଟଏଲେଟ୍‌ ବସାନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe