ହୋଟେଲ ରୁମରେ ମିଳିଲା ଏକ କାଗଜ , ତାହା ଏକ ବଡ଼ ଦୁଃସ୍ୱପ୍ନ ଥିଲା , ଜାଣନ୍ତୁ କ’ଣ ଲେଖାଥିଲା ସେଥିରେ

Advertisment
ହୋଟେଲ ରୁମରେ ମିଳିଲା ଏକ କାଗଜ , ତାହା ଏକ ବଡ଼ ଦୁଃସ୍ୱପ୍ନ ଥିଲା , ଜାଣନ୍ତୁ କ’ଣ ଲେଖାଥିଲା ସେଥିରେ

ଜଣେ ଯାତ୍ରୀ ଏକ ହୋଟେଲ ରୁମରେ ରହୁଥିଲେ । ସେ ଯେତେବେଳେ ବେଡ଼ ଉପରେ ଶୋଇବାକୁ ଗଲେ ,ସେତେବେଳେ ବେଡ ଉପରେ ଏକ ଲୋଚାକଚା କାଗଜ ଟୁକୁଡାଟିଏ ଦେଖିବାକୁ ପାଇଲେ। ସେ କୌତୁହଳବଶତଃ ସେହି କାଗଜ ଖଣ୍ଡକୁ ଖୋଲି ଦେଖିଲେ। ସେହି ବ୍ୟକ୍ତି ଜାଣିପାରିଲେ ଯେ ଏହି ହୋଟେଲ୍‌ର ହିଁ କୌଣସି କାଗଜଟି ବ୍ୟବହୃତ ହୋଇଛି।

ସେଥିରେ ଲେଖାଥିଲା-
‘ଯଦି ଆପଣ ଏହାକୁ ପଢୁଛନ୍ତି, ତେବେ ଜାଣନ୍ତୁ ହାଉସ୍‌ କିପିଂ ଲୋକେ ଆପଣଙ୍କର ବେଡସିଟ୍‌ ବଦଳାଇ ନାହାନ୍ତି।
ଯେତେବେଳେ ଆପଣ ଏକ ହୋଟେଲ ବୁକ୍‌ କରୁଛନ୍ତି, ସେତେବେଳେ ଆପଣ ନିଜର ଜୋତାକୁ ବାହାର କରନ୍ତୁ ଓ ହୋଟେଲ ରୁମ୍‌ରେ ଆରାମ କରନ୍ତୁ। ତେବେ ଏହା କରିବା ଆଗରୁ ଆପଣଙ୍କୁ କ’ଣ କରିବା ଉଚିତ, ତାହା ଜାଣନ୍ତୁ।
ପ୍ରଥମେ ଓଡ଼ଶ ଯାଞ୍ଚ କରନ୍ତୁ-
ନିଜର ଗଦି, ବିଛଣା ଓ ହେଡ ବୋର୍ଡର ଯାଞ୍ଚ କରନ୍ତୁ-ଆପଣ ଛୋଟ ବାଦାମୀ ରଙ୍ଗର ଦାଗ ଦେଖିବେ। ସେଥିରେ ଓଡ଼ଶ ମିଳିବା କଷ୍ଟକର। କିନ୍ତୁ ପୂର୍ବରୁ ଓଡ଼ଶଦ୍ୱାରା ପୀଡିତଙ୍କ ରକ୍ତ ସେଥିରେ ଲାଗିଥିବ। ଏଣୁ ଗଦି ତଳେ ମଧ୍ୟ ଯାଞ୍ଚ କରିବା ଉଚିତ।

publive-image
ଆପଣଙ୍କ ହୋଟେଲ ରୁମ୍‌ ସ୍ୱଚ୍ଛ ଦିଶୁଥାଇପାରେ, କିନ୍ତୁ ପ୍ରକୃତରେ ତାହା ପରିଷ୍କାର ଅଛି କି ନା, ତାହା ତନଖି ନିଅନ୍ତୁ। ରୁମ୍‌ରେ ଥିବା ରିମୋଟ୍‌ କଣ୍ଟ୍ରୋଲ୍‌, ଲାଇଟ୍‌ ସୁଇଚ୍‌ ଓ କବାଟ ଛିଟକିଣିି ଆଦିକୁ ମଧ୍ୟ ସ୍ୱଚ୍ଛ ଥିବା ସୁନିଶ୍ଚିତ କରନ୍ତୁ।
ହୋଟେଲ୍‌ ଛାଡିବା ପୂର୍ବରୁ ରୁମ୍‌ରେ ଥିବା ଗୋପନୀୟ ସ୍ଥାନକୁ ବି ଭଲଭାବେ ଯାଞ୍ଚ କରିବା ଉଚିତ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe