ଲକ୍‌ଡାଉନ୍‌ ଉଲ୍ଲଂଘନକାରୀଙ୍କୁ ‘ଆଇୟେ ଆପ୍‌କା ଇନ୍ତେଜାର୍‌ ଥା...’ ଗୀତ ଗାଇ ସ୍ବାଗତ କଲା ପୁଲିସ୍‌

Advertisment
ଲକ୍‌ଡାଉନ୍‌ ଉଲ୍ଲଂଘନକାରୀଙ୍କୁ ‘ଆଇୟେ ଆପ୍‌କା ଇନ୍ତେଜାର୍‌ ଥା...’ ଗୀତ ଗାଇ ସ୍ବାଗତ କଲା ପୁଲିସ୍‌

news18

ବିଳାସପୁର: ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେ‌ାଇଥିବା ବେଳେ ଯଦି କେହି ବାହାରକୁ ବାହାରୁଛି ସେ ପୁଲିସ୍‌ ହାତରେ ଧରାପଡ଼ି ଅପଦସ୍ତ ହେଉଥିବାର ଦେଖିବାକୁ ମିଳିଛି। ଛତିଶଗଡ଼ର ବିଳାସପୁରରେ ଦେଖିବାକୁ ମିଳିଛି ଏକ ମଜାଦାର୍‌ ଘଟଣା। ରାସ୍ତାରେ ପୁଲିସ୍‌ ଜଗିଥିବା ବେଳେ କିଛି ନିୟମ ଉଲ୍ଲଂଘନକାରୀ ସେହି ବାଟରେ ଯାଉଥିବାରୁ ପୁଲିସ୍‌ ସେମାନଙ୍କୁ ଫୁଲମାଳ ପିନ୍ଧାଇବା ସହ ବନ୍ଦାପନା କରି ସ୍ବାଗତ କରୁଥିବାର ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ଗୀତ ବାଜୁଛି ‘ଆଇୟେ ଆପ୍‌କା ଇନ୍ତେଜାର୍‌ ଥା’।

ଉଲ୍ଲଂଘନକାରୀମାନଙ୍କୁ ପୁଲିସ୍‌ ଏପରି ଭଦ୍ର ଅପମାନ ଦେଉଥିବାର ପ୍ରଥମ ଥର ଦେଖିବାକୁ ମିଳିଛି। ଏହି ସମୟର ଦୃଶ୍ୟକୁ ସାମ୍ବାଦିକ ଆଦିତ୍ୟ ରାଜ୍‌ କୌଲ୍‌ ତାଙ୍କ କ୍ୟାମେରାରେ ଉଠାଇ ସୋସିଆଲ୍‌ ମିଡିଆରେ ସେୟାର୍‌ କରିବା ପରେ ଘଟଣାଟି ଲୋକଲୋଚନକୁ ଆସିଛି।

ଅନେକ ଟ୍ବିଟର୍‌ ବ୍ୟବହାରକାରୀ ଏହି ପୋଷ୍ଟ୍‌ରେ ମଜାଦାର୍‌ କମେଣ୍ଟ ସବୁ ଦେଇଛନ୍ତି। କେହି କେହି ଏହାକୁ ଅତ୍ୟନ୍ତ ମଜାଳିଆ ଦୃଶ୍ୟ ‌ବୋଲି ଲେଖିଥିବା ବେଳେ କେହି କେହି ପୁଲିସ୍‌ର ଏପରି ଆଚରଣକୁ ଭୁରି ଭୁରି ପ୍ରଶଂସା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ମହାମାରୀ କରୋନା ମୁକାବିଲା କରିବା ପାଇଁ ମାର୍ଚ ୨୪ ତାରିଖ ଦିନ ପୂରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe