ଭୋକିଲା ରହି, ନିଜର ଚିକିତ୍ସା ନକରି ପୁଅକୁ ଟଙ୍କା ଦେଉଥିଲେ ରିକ୍ସା ଚାଳକ; ଏବେ ଆଇଏଏସ୍‌ ବନି ସମ୍ମାନ ରଖିଲେ ସୁପୁତ୍ର ଗୋବିନ୍ଦ

ଭୋକିଲା ରହି, ନିଜର ଚିକିତ୍ସା ନକରି ପୁଅକୁ ଟଙ୍କା ଦେଉଥିଲେ ରିକ୍ସା ଚାଳକ; ଏବେ ଆଇଏଏସ୍‌ ବନି ସମ୍ମାନ ରଖିଲେ ସୁପୁତ୍ର ଗୋବିନ୍ଦ

ନୂଆଦିଲ୍ଳୀ: କଥାରେ ଅଛି ଯେଉଁଠାରେ କିଛି କରିବାର ଇଚ୍ଛା ଥାଏ, ସେଠାରେ ଉପାୟ ମନକୁ ଆସେ ।  ଆଇଏଏସ୍ ଗୋବିନ୍ଦ ‌ଜୈଶୱାଲ୍‌ ଏହାକୁ ସତ୍ୟ ବୋଲି ପ୍ରମାଣ କରି ଦେଇଛନ୍ତି। ଅନେକ ଅସୁବିଧା ପରେ ବି ଗୋବିନ୍ଦ ସମ୍ପୂର୍ଣ୍ଣ ସାହସ ଏବଂ ନିଷ୍ଠା ସହିତ ଶେଷରେ ନିଜେ ଦେଖିଥିବା ସ୍ବପ୍ନକୁ ପୂରା କରି ସମସ୍ତଙ୍କ ପାଇଁ ଉଦାହରଣ ସାଜି ପାରିଛନ୍ତି। ଜଣେ ରିକ୍ସା ଚାଳକଙ୍କ ପୁଅ ହୋଇ ସେ ଆଜି ଦେଶର ସର୍ବୋଚ୍ଚ ପ୍ରଶାସନିକ ପଦବୀରେ ନିଜକୁ ଅବସ୍ଥାପିତ କରି ପାରିଛନ୍ତି। ଖାଲି ସେତିକି ନୁହେଁ, ତାଙ୍କ ଜୀବନ କାହାଣୀ ଉପରେ ଚଳଚ୍ଚିତ୍ର ବି ବନିସାରିଛି।

ଗୋବିନ୍ଦ ତାଙ୍କର ପ୍ରାଥମିକ ଶିକ୍ଷା ଏକ ସରକାରୀ ବିଦ୍ୟାଳୟରୁ ଆରମ୍ଭ କରିଥିଲେ ଏବଂ ପରେ ବନାରସର ହରିଶ୍ଚନ୍ଦ୍ର ଡିଗ୍ରୀ କଲେଜରୁ ସ୍ନାତକ ହାସଲ କରିବା ପରେ ସେ ୨୦୦୪-୦୫ ମସିହାରେ ଦିଲ୍ଲୀ ଯିବାକୁ ନିଷ୍ପତ୍ତି ନେଇଥିଲେ। ପିଲାଦିନରୁ ମାଆଙ୍କୁ ହରାଇଥିବାରୁ ଗୋବିନ୍ଦଙ୍କ ବାପା ତାଙ୍କୁ କେବେ କୌଣସି କଥାରେ ବାଧା ଦେଉ ନଥିଲେ। ଆର୍ଥିକ ଅନଟନ ସତ୍ତ୍ବେ ସେ ନିଜ ପୁଅକୁ ଶିକ୍ଷା ପ୍ରଦାନ କରିବାରେ ହେଳା କରିନଥିଲେ।

ଏପରିକି ଗୋବିନ୍ଦଙ୍କ ପାଖକୁ ଟଙ୍କା ପଠାଇବାକୁ ତାଙ୍କୁ ଅନେକ ଥର ଭୋକିଲା ରହିବାକୁ ପଡ଼ିଥିଲା। ଅନେକ ସମୟରେ ଅସୁସ୍ଥ ରହି ମଧ୍ୟ ଟଙ୍କାକୁ ଡରି ନିଜର ଚିକିତ୍ସା କରାଉନଥିଲେ। ନିଜ ପୁଅକୁ ଅଭାବ ନଜଣାଇବାକୁ ସେ ସମସ୍ତ ଯନ୍ତ୍ରଣାକୁ ନିଜେ ସହି ଯାଉଥିଲେ।

ଗୋବିନ୍ଦ ତାଙ୍କ ପିତାଙ୍କ ବଳିଦାନକୁ ଯଥେଷ୍ଟ ସମ୍ମାନ ଦେଇଛନ୍ତି। ତାଙ୍କ ଲକ୍ଷ୍ୟ ହାସଲ କରିବା ପାଇଁ କଠିନ ପ୍ରସ୍ତୁତି ଜାରି ରଖି ୨୦୦୬ ମସିହାରେ ପ୍ରଥମ ପ୍ରୟାସରେ ୟୁପିଏସ୍‌ସି ପରୀକ୍ଷାରେ ସଫଳତା ହାସଲ କଲେ। କେବଳ ସେ ଉତ୍ତୀର୍ଣ୍ଣ ହୋଇନଥିଲେ ବରଂ ୪୮ତମ ସ୍ଥାନ ଲାଭ କରିଥିଲେ। ସେ ମାତ୍ର ୨୨ ବର୍ଷ ବୟସରେ ଆଇଏଏସ୍‌ ଅଧିକାରୀ ହୋଇଥିଲେ। ତେବେ ତାଙ୍କ ସଂର୍ଘର୍ଷର କାହାଣୀକୁ ଆଧାର କରି ଏକ  ଚଳଚ୍ଚିତ୍ର ନିର୍ମାଣ ଆରମ୍ଭ ହୋଇଛି, ଯାହାର ଶୀର୍ଷକ ରହିଛି 'ଅବ୍‌ ଦିଲ୍ଲୀ ଦୂର ନେହିଁ'।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe