ପରିତ୍ୟକ୍ତ କୋଭିଡ୍ ମାସ୍କ ଏବେ ଟାଇମ୍ ବମ୍!

ମହାମାରୀ କୋଭିଡ୍-୧୯ ସଂକ୍ରମଣରୁ ବର୍ତ୍ତିବା ଲାଗି ପ୍ରାଥମିକ ପ୍ରତିରକ୍ଷା ଭାବରେ ବ୍ୟବହୃତ ହେଉଥିବା ଫେସ୍ ମାସ୍କ ଏବେ ଆମ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ଏକ ଗମ୍ଭୀର ବିପଦ ଭାବରେ ଉଭା ହେଉଛି। ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ପରିତ୍ୟକ୍ତ ହୋଇ ପଡ଼ି ରହିଥିବା କୋଟି କୋଟି ବର୍ଜ୍ୟ....

sfsfssfxc

ମହାମାରୀ କୋଭିଡ୍-୧୯ ସଂକ୍ରମଣରୁ ବର୍ତ୍ତିବା ଲାଗି ପ୍ରାଥମିକ ପ୍ରତିରକ୍ଷା ଭାବରେ ବ୍ୟବହୃତ ହେଉଥିବା ଫେସ୍ ମାସ୍କ ଏବେ ଆମ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ଏକ ଗମ୍ଭୀର ବିପଦ ଭାବରେ ଉଭା ହେଉଛି। ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ପରିତ୍ୟକ୍ତ ହୋଇ ପଡ଼ି ରହିଥିବା କୋଟି କୋଟି ବର୍ଜ୍ୟ ମାସ୍କ ବିପଜ୍ଜନକ ରାସାୟନିକ ପଦାର୍ଥ ଏବଂ ଅଣୁପ୍ଲାଷ୍ଟିକ୍ ପରିବେଶକୁ ଛାଡୁଛି, ଯାହାକୁ ବିଶେଷଜ୍ଞମାନେ ରାସାୟନିକ ‘ଟାଇମ୍‌ ବମ୍‌’ ଭାବେ ଅଭିହିତ କରିଛନ୍ତି।

ମହାମାରୀ ସମୟରେ ବିଶ୍ୱବ୍ୟାପୀ ମାସିକ ମାସ୍କ ବ୍ୟବହାର ପ୍ରାୟ ୧୨,୯୦୦ କୋଟିରେ ପହଞ୍ଚିଥିଲା। ସଂକ୍ରମଣର ପ୍ରସାରକୁ ରୋକିବାରେ ମାସ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ମଧ୍ୟ ମାସ୍କ ବର୍ଜ୍ୟ ପରିଚାଳନା ନେଇ କୌଣସି ଦୃଢ଼ ବ୍ୟବସ୍ଥା ନ ଥିବାରୁ, ଲକ୍ଷ ଲକ୍ଷ ମାସ୍କ ପାର୍କ, ନଦୀ, ସମୁଦ୍ର କୂଳ ଓ ଗ୍ରାମୀଣ ପରିବେଶରେ ପ୍ରବେଶ କରି ଶେଷରେ ଅଣୁପ୍ଳାଷ୍ଟିକ୍‌ରେ ପରିଣତ ହୋଇ ବିଷାକ୍ତ ପଦାର୍ଥ ନିର୍ଗମନ କରୁଛି। ୟୁନାଇଟେଡ୍‌ କିଙ୍ଗଡମ୍‌ର କଭେଣ୍ଟ୍ରି ବିଶ୍ୱବିଦ୍ୟାଳୟର କୃଷି ପରିବେଶ ବିଜ୍ଞାନ, ଜଳ ଓ ସ୍ଥିରତା କେନ୍ଦ୍ରର ଗବେଷକମାନେ ବିଭିନ୍ନ ମାସ୍କକୁ ୨୪ ଘଣ୍ଟା ପାଇଁ ବିଶୁଦ୍ଧ ପାଣିରେ ବୁଡ଼ାଇ ପରୀକ୍ଷା କରିଥିଲେ।

ଏବେ ଆମକୁ ଚିନ୍ତାଶୀଳ ଭାବରେ ମାସ୍କ ଉତ୍ପାଦନ, ବ୍ୟବହାର ଓ ନଷ୍ଟ କରିବାକୁ ପଡ଼ିବ। ଏଥି ସହିତ ଆମକୁ ଏପରି ବିକଳ୍ପ ଖୋଜିବାକୁ ପଡ଼ିବ ଯାହା ପରିବେଶ ପାଇଁ ସୁରକ୍ଷିତ ଏବଂ ପୁନଃଚକ୍ରିତ ହୋଇପାରିବ ବୋଲି ଗବେଷକମାନେ ଗୁରୁତ୍ୱାରୋପ କରିଛନ୍ତି।

କରୋନାଭୂତାଣୁ ବିରୋଧରେ ସବୁଠାରୁ ପ୍ରଭାବଶାଳୀ ବୋଲି ବିବେଚନା କରାଯାଉଥିବା ଏଫ୍‌ଏଫ୍‌ପି୨ ଓ ଏଫ୍‌ଏଫ୍‌ପି୩ ପରି ଉଚ୍ଚ ଗ୍ରେଡ୍‌ର ମାସ୍କଗୁଡ଼ିକ ଅନ୍ୟ ତୁଳନାରେ ୪ରୁ ୬ ଗୁଣ ଅଧିକ ଅଣୁପ୍ଲାଷ୍ଟିକ୍ ନିର୍ଗତ କରୁଥିବା ଲକ୍ଷ୍ୟ କରାଯାଇଛି। ଅଧ୍ୟୟନରୁ ଆହୁରି ଜଣାପଡ଼ିଛି ଯେ, ଏହି କଣିକାଗୁଡ଼ିକର ଆକାର ୧୦ ମାଇକ୍ରୋମିଟରରୁ ୨,୦୮୨ ମାଇକ୍ରୋମିଟର ପର୍ଯ୍ୟନ୍ତ ଥିଲା, ଯେଉଁଥିରେ ୧୦୦ ମାଇକ୍ରୋମିଟରରୁ କମ୍ ଛୋଟ କଣିକା ସର୍ବାଧିକ ମିଳିଥିଲା। ଏପରି କଣିକା ବିଶେଷ ଭାବରେ ମାନବ ଶରୀର, ପର୍ଯ୍ୟାବରଣ ପ୍ରଣାଳୀରେ ଅନୁପ୍ରବେଶ କରି ଦୀର୍ଘକାଳୀନ ସ୍ୱାସ୍ଥ୍ୟ ଜଟିଳତା ସୃଷ୍ଟି କରିପାରିବେ। ଅନ୍ୟ ଏକ ଚିନ୍ତାଜନକ ଆବିଷ୍କାର ହେଉଛି ସେଗୁଡ଼ିକରୁ ‘ବିସ୍ଫେନୋଲ୍ ବି’ ନିର୍ଗମନ ହେବା। ‘ବିସ୍ଫେନାଲ ବି’ ହେଉଛି ଏପରି ଏକ ରାସାୟନିକ ପଦାର୍ଥ ଯାହା ଇଷ୍ଟ୍ରୋଜେନ୍ ଅନୁକରଣ କରି ଅନ୍ତଃସ୍ରାବୀ ପ୍ରଣାଳୀକୁ ବିପର୍ଯ୍ୟସ୍ତ କରିଥାଏ। ଏହି ପଦାର୍ଥ ଉଭୟ ମଣିଷ ଓ ପ୍ରାଣୀଙ୍କଠାରେ କର୍କଟ ଓ ଅନ୍ୟାନ୍ୟ ହରମୋନ୍ ଅସନ୍ତୁଳନ ସହିତ ଜଡ଼ିତ। ମହାମାରୀ ସମୟରେ ପରିତ୍ୟକ୍ତ ମାସ୍କ ମାଧ୍ୟମରେ ୧୨୮ରୁ ୨୧୪ କିଲୋଗ୍ରାମ ବିସ୍ଫେନୋଲ୍ ବି ପରିବେଶରେ ମିଶିଥିବା ଆକଳନ କରାଯାଇଛି। ସୁତରାଂ ଏବେ ଆମକୁ ଚିନ୍ତାଶୀଳ ଭାବରେ ମାସ୍କ ଉତ୍ପାଦନ, ବ୍ୟବହାର ଓ ନଷ୍ଟ କରିବାକୁ ପଡ଼ିବ। ଏଥି ସହିତ ଆମକୁ ଏପରି ବିକଳ୍ପ ଖୋଜିବାକୁ ପଡ଼ିବ, ଯାହା ପରିବେଶ ପାଇଁ ସୁରକ୍ଷିତ ଏବଂ ପୁନଃଚକ୍ରିତ ହୋଇପାରିବ ବୋଲି ଗବେଷକମାନେ ଗୁରୁତ୍ୱାରୋପ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe