ବସର ସୁବିଧା ଥାଇ ମଧ୍ୟ ଦୀର୍ଘ ବର୍ଷ ହେବ ନଦୀ ଅତିକ୍ରମ କରି ସ୍କୁଲରେ ପହଞ୍ଚିଥାଆନ୍ତି ଏହି ଶିକ୍ଷକ

ଅବଦୁଲ ମାଲିକ ପିଲାଙ୍କୁ ପାଠପଢ଼ାଇବା ସହିତ ବର୍ଷବର୍ଷ ଧରି ନଦୀ ସଫା ଅଭିଯାନର ନେତୃତ୍ୱ ନେଇ ଆସୁଛନ୍ତି। ଏହି ଅଭିଯାନ ଅଧୀନରେ ସେ ତାଙ୍କ ଛାତ୍ରମାନଙ୍କ ସହିତ ମିଶି କଡାଲୁଣ୍ଡି ନଦୀକୁ ସଫା କରନ୍ତି। 

ୀା‌ୋର

ନୂଆଦିଲ୍ଲୀ: ‌ସମାଜ‌ରେ ଏମିତି ଅନେକ ଶିକ୍ଷକ ଅଛନ୍ତି ଯେଉଁମାନେ ପିଲାଙ୍କୁ ପାଠପଢ଼ାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇବା ପାଇଁ ବି ପଛାଇ ନଥାଆନ୍ତି। ଏମିତି ଜ‌ଣେ ଶିକ୍ଷକ ହେଉଛନ୍ତି ଅବଦୁଲ ମାଲିକ।

କେରଳର ପଦିନଜଟ୍ଟୁମୁରିରେ ବସବାସ କରୁଥିବା ବାସିନ୍ଦା ଅବଦୁଲ ମାଲିକ ଜଣେ ଗଣିତ ଶିକ୍ଷକ। ଗତ ୨୦ ବର୍ଷ ଧରି ସେ ପ୍ରତିଦିନ ସ୍କୁଲ ପହଞ୍ଚିବା ପାଇଁ କଡାଲୁଣ୍ଡି ନଦୀ ଅତିକ୍ରମ କରି ଆସିଥାଆନ୍ତି।  ଏମିତି କି ଅବଦୁଲ ଗତ ୨୦ବର୍ଷ ମଧ୍ୟରେ ଥରେ ବି ସ୍କୁଲରେ ପହଞ୍ଚିବାକୁ ବିଳମ୍ବ କରିନାହାଁନ୍ତି।

ପିଲାମାନଙ୍କୁ ପଢାଇବା ପାଇଁ ତାଙ୍କର ନିଷ୍ଠା ଏବଂ କଠିନ ପରିଶ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ପାଲଟିଛି। ପ୍ରତିଦନ ଅବଦୁଲ ମାଲିକ ତାଙ୍କର ପୁସ୍ତକ, ପୋଷାକ, ଜୋତା ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷପତ୍ରକୁ ଏକ ପ୍ଲାଷ୍ଟିକ୍ ବ୍ୟାଗରେ ଭର୍ତ୍ତି କରି ରବର ଟାୟାର ସାହାଯ୍ୟରେ କଡାଲୁଣ୍ଡି ନଦୀ ଅତିକ୍ରମ କରି ସ୍କୁଲରେ ଆସି ପହଞ୍ଚି ଯାଆନ୍ତି। ଏସବୁ କାମ ତାଙ୍କୁ କୌଣସି ପ୍ରକାର କଷ୍ଟ ଲାଗେ ନାହିଁ। ତାଙ୍କର ଦିନ ଆରମ୍ଭ ହେବାମାତ୍ରେ ଏକମାତ୍ର ଲକ୍ଷ ଥାଏ କି କେମିତି ସ୍କୁଲରେ ପହଞ୍ଚି ପିଲାଙ୍କୁ ଉଚିତ ଶିକ୍ଷା ଦେଇ ପାରିବେ।

ଏକ ସାକ୍ଷାତକାରରେ ମାଲିକ କହିଛନ୍ତି, ‘ ସ୍କୁଲ ଯିବା  ପାଇଁ ବସର ସୁବିଧା ଅଛି। କିନ୍ତୁ ଏଥିପାଇଁ ୧୨ କିଲୋମିଟର ଯାତ୍ରା କରିବାକୁ ପଡ଼ିଥ‌ାଏ। ଯେଉଁଥିପାଇଁ ୩ ଘଣ୍ଟାର ସମୟ ଲାଗିଥାଏ। ତେଣୁ ଏ ପ୍ରକାରର ଯାତାୟାତ ସୁବିଧା ଉପରେ ନିର୍ଭର କରି ସମୟ ନଷ୍ଟ କରିବା ଅପେକ୍ଷା କମ ସମୟରେ ପହଁରିପହଁରି ସ୍କୁଲରେ ପହଞ୍ଚି ଯିବାକୁ ମୁଁ ଉଚିତ ମନେ କରେ। କାରଣ ନଦୀ ଅତିକ୍ରମ କରିବା ପାଇଁ ମୋତେ ମାତ୍ର ୧୫ରୁ ୩୦ମିନିଟର ସମୟ ଲାଗିଥାିଏ।

ଅବଦୁଲ ମାଲିକ ପିଲାଙ୍କୁ ପାଠପଢ଼ାଇବା ସହିତ ବର୍ଷବର୍ଷ ଧରି ନଦୀ ସଫା ଅଭିଯାନର ନେତୃତ୍ୱ ନେଇ ଆସୁଛନ୍ତି। ଏହି ଅଭିଯାନ ଅଧୀନରେ ସେ ତାଙ୍କ ଛାତ୍ରମାନଙ୍କ ସହିତ ମିଶି କଡାଲୁଣ୍ଡି ନଦୀକୁ ସଫା କରନ୍ତି। 

କେରଳ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଆସିବା ପରେ ଅବଦୁଲ ଏହି ଅଭିଯାନ ଆରମ୍ଭ କରିଥିଲେ। ଏହି ରିପୋର୍ଟରେ କଡାଲୁଣ୍ଡି ନଦୀର ପ୍ରଦୂଷଣ ବୃଦ୍ଧି ପାଉଥିବା ଉଲ୍ଲେଖ ଥିଲା। 

ଅବଦୁଲ ପଞ୍ଚମ ଶ୍ରେଣୀରୁ ଅଧିକ ପିଲାମାନଙ୍କୁ ପହଁରା ମଧ୍ୟ ଶିଖାଇଥାଆନ୍ତି। ଅବଦୁଲ ପିଲାଙ୍କୁ ପହଁରା ଶିଖାଇବାର ଉଦ୍ଦେଶ୍ୟ ଥାଏ କି ଛାତ୍ରମାନଙ୍କ ମଧ୍ୟରେ ପାଣି ପ୍ରତି ଭୟ ଦୂର କରିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe