ହିନ୍ଦୁ ଧର୍ମ ଅନୁଯାୟୀ ମୃତ ବ୍ୟକ୍ତିଙ୍କ ସହ ନିହାତି ଭାବେ ଦାନ କରନ୍ତୁ ଏହି ଜିନିଷ

Advertisment
ହିନ୍ଦୁ ଧର୍ମ ଅନୁଯାୟୀ ମୃତ ବ୍ୟକ୍ତିଙ୍କ ସହ ନିହାତି ଭାବେ ଦାନ କରନ୍ତୁ ଏହି ଜିନିଷ

Facts and Details

ପୃଥିବୀରେ ବିଭିନ୍ନ ଧର୍ମର ଲୋକ ରହିଥିବା ବେଳେ ସମସ୍ତ ଧର୍ମର ରୀତିନୀତି ଭିନ୍ନ ଭିନ୍ନ ରହିଥାଏ । ଜଣେ ବ୍ୟକ୍ତିର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ତାକୁ ତାହାର ଧର୍ମ ଅନୁଯାୟୀ ପାଳନ କରିବାକୁ ପଡ଼ିଥାଏ ବିଭିନ୍ନ ପ୍ରକାରର ପରମ୍ପରା । ସେହିଭଳି ଏକ ପରମ୍ପରା ହିନ୍ଦୁ ଧର୍ମରେ ରହିଛି ଯାହାକୁ ବହୁ କାଳରୁ ପାଳନ କରାଯାଉଛି। ଏହି ପରମ୍ପରା ଅନୁଯାୟୀ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କ ସହିତ ତାଙ୍କର ବ୍ୟବହୃତ ସମସ୍ତ ବସ୍ତୁକୁ ଦାନ କରାଯାଇଥାଏ ।
ଆମେ ସାଧାରଣତଃ ସମାଜରେ ଦେଖିଥାଉ ଯେଉଁ ବ୍ୟକ୍ତି ଇହଧାମ ତ୍ୟାଗ କରିଥାନ୍ତି ତାଙ୍କର ଅନ୍ତିମ ସଂସ୍କାର ସମୟରେ ତାଙ୍କ ସହିତ ତାଙ୍କର ସମସ୍ତ ବ୍ୟବହୃତ ଜିନିଷକୁ ଦାନରେ ଦିଆଯାଇଥାଏ। ପ୍ରକୃତରେ ଏପରି କରିବା ପଛରେ ଉଭୟ ପାରମ୍ପରିକ ଏବଂ ବୈଜ୍ଞାନିକ କାରଣ ରହିଛି। ଆସନ୍ତୁ ଜାଣିବା କଣ ରହିଛି ଏହା ପଛର କାରଣ…

publive-image thedarkestblog.com

ଏହାର ପାରମ୍ପରିକ କାରଣ ହେଉଛି, ମୃତ ବ୍ୟକ୍ତିଙ୍କ ବ୍ୟବହୃତ ବସ୍ତୁ ରହିବା ଦ୍ୱାରା ଘରେ ନକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ । ବାରାମ୍ବାର ତାଙ୍କ ବସ୍ତୁକୁ ଦେଖିବା ଦ୍ୱାରା ମନରେ ଦୁଃଖ ସୃଷ୍ଟି ହେବା ସହିତ ଘର ମଧ୍ୟରେ ଅଶାନ୍ତି ଲାଗି ରହିଥାଏ । ଏଣୁ ମୃତ ବ୍ୟକ୍ତିଙ୍କ ସହିତ ତାଙ୍କ ବ୍ୟବହୃତ ଜିନିଷ, ଶୋଇବା ବିଛଣା ଆଦି ମଧ୍ୟ ଦାନ କରାଯାଇଥାଏ । ଏହି ପରମ୍ପରାକୁ ବିଜ୍ଞାନ ମଧ୍ୟ ସ୍ୱୀକାର କରିଛି । ବିଜ୍ଞାନ ଅନୁଯାୟୀ ମୃତ ବ୍ୟକ୍ତିଙ୍କ ବସ୍ତୁ ଘରେ ରହିବା ଦ୍ୱାରା ତାଙ୍କ ଶରୀରରେ ଥିବା ଜୀବାଣୁ ଏବଂ ରୋଗ ଅନ୍ୟ ବ୍ୟକ୍ତିଙ୍କୁ ହେବାର ସମ୍ବାବନା ରହିଥାଏ । ତେବେ ଏହି ଜିନିଷଟି ସେତେବେଳେ ଲାଗୁ ହୋଇଥାଏ ଯେତେବେେଳେ ମୃତ ବ୍ୟକ୍ତି ଜଣଙ୍କ କୌଣସି ପ୍ରକାରର ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe