ଅଦାଙ୍କ ମହାନତା

Advertisment
ଅଦାଙ୍କ ମହାନତା

ଅଭିନେତ୍ରୀ ଅଦା ଶର୍ମା ଓ ପଶୁ ଅଧିକାର ସଂସ୍ଥା ‘ପିପୁଲ୍ ଫର୍‌ ଏଥିକାଲ୍‌ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମଲ୍’ (ପେଟା) ମିଳିତ ଭାବେ କେରଳର ପୂର୍ଣ୍ଣମିକାବୁ ମନ୍ଦିରକୁ ଏକ ଯାନ୍ତ୍ରିକ ହାତୀ ଉପହାର ଦେଇଛନ୍ତି। ଏହି ଦାନ ପଛରେ ନିହିତ ଅଛି ‘ପେଟା’ ସଂଗଠନ ଓ ଅଦାଙ୍କ ପଶୁ ଅଧିକାର ପ୍ରତି ପ୍ରତିବଦ୍ଧତା। ପୂର୍ଣ୍ଣମିକାବୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି ଯେ ଭବିଷ୍ୟତରେ କେବେହେଲେ ମନ୍ଦିରର କୌଣସି ଉତ୍ସବରେ ଜୀବନ୍ତ ହାତୀ ବ୍ୟବହାର କରାଯିବ ନାହିଁ। ଏହାକୁ ସ୍ବାଗତ କରି ଉକ୍ତ ଯାନ୍ତ୍ରିକ ହାତୀ ଦାନ କରାଯାଇଛି। ଏହି ଯାନ୍ତ୍ରିକ ହାତୀର ନାମ ‘ବଲଧାସନ’; ଓଜନ ୮୦୦ କିଲୋଗ୍ରାମ୍ ଓ ଉଚ୍ଚତା ପ୍ରାୟ ତିନି ମିଟର। ଏହି ହାତୀ ଦ୍ବାରା ଏବେ ପୂର୍ଣ୍ଣମିକାବୁ ମନ୍ଦିରର ସମସ୍ତ ଧାର୍ମିକ ବିଧି ସମ୍ପନ୍ନ କରାଯାଉଛି।

ଅଦା ଶର୍ମା ଖୁସି ବ୍ୟକ୍ତ କରିବା ସହ କହିଛନ୍ତି, ‘ବୈଷୟିକ ପ୍ରଗତି ଆମକୁ ଆମର ସାଂସ୍କୃତିକ ପରମ୍ପରା ବଜାର ରଖିବା ସହିତ ହାତୀ ଭଳି ବିପନ୍ନ ଜୀବକୁ ଜଙ୍ଗଲରେ ନିଜ ପରିବାର ସହିତ ବଞ୍ଚିବାର ସୁଯୋଗ ମିଳିପାରୁଛି। ଯାନ୍ତ୍ରିକ ହାତୀ ଧାର୍ମିତ ବିଧି ତୁଲାଇବା ଦ୍ବାରା ଭକ୍ତଙ୍କ ଜୀବନକୁ ସୁରକ୍ଷା ମିଳୁଛି ଏବଂ ପଶୁମାନଙ୍କ ପ୍ରତି ମଧ୍ୟ ଏହା ସମ୍ମାନଜନକ ହେଉଛି।’

ଉଲ୍ଲେଖଯୋଗ୍ୟ ଯେ କେବଳ କେରଳରେ ଗତ ୧୫ ବର୍ଷରେ ବନ୍ଧନରେ ଥିବା ହାତୀମାନଙ୍କ ଆକ୍ରମଣରେ ୫୨୬ ଲୋକଙ୍କର ଜୀବନ ଯାଇସାରିଛି। ତେଣୁ ବନ୍ଧନରେ ଥିବା ହାତୀମାନଙ୍କୁ ମୁକ୍ତ କରି ଅଭୟାରଣ୍ୟରେ ସ୍ବାଧୀନ ଭାବେ ବିଚରଣ କରିବାକୁ ଛାଡ଼ିଦେବା ଲାଗି ‘ପେଟା’ ସଂଗଠନ ଆହ୍ବାନ କରିଆସୁଛି। ପୂର୍ବରୁ ‘ପେଟା’ ସଂଗଠନ କେରଳ ଅନ୍ୟ ଦୁଇଟି ମନ୍ଦିରକୁ ଅନୁରୂପ ଯାନ୍ତ୍ରିକ ହାତୀ ଦାନ କରିସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe