ଏଡିଏଚ୍‌ଡି ଔଷଧ କମାଉଛି ଆତ୍ମହତ୍ୟା ପ୍ରବଣତା

ନୂତନ ଭାବରେ ଚିହ୍ନଟ ହୋଇଥିବା ଆଟେନ୍‌ସନ୍‌ ଡେଫିସିଟି ହାଇପରଆକ୍ଟିଭିଟି ଡିସ୍‌ଅର୍ଡର (ଏଡିଏଚ୍‌ଡି) ପୀଡ଼ିତ ବ୍ୟକ୍ତି ଉପଯୁକ୍ତ ଔଷଧ ଖାଇବା ଦ୍ବାରା ତାଙ୍କ ଠାରେ ଆତ୍ମହତ୍ୟା ପ୍ରବଣତା, ନିଶା ସେବନ, ଯାନବାହନ ଦୁର୍ଘଟଣା ଓ ଅପରାଧପ୍ରବଣତାର ଆଶଙ୍କା ଯଥେଷ୍ଟ ହ୍ରାସ ପାଇଥାଏ....

dgdgdgcvcv

ନୂତନ ଭାବରେ ଚିହ୍ନଟ ହୋଇଥିବା ଆଟେନ୍‌ସନ୍‌ ଡେଫିସିଟି ହାଇପରଆକ୍ଟିଭିଟି ଡିସ୍‌ଅର୍ଡର (ଏଡିଏଚ୍‌ଡି) ପୀଡ଼ିତ ବ୍ୟକ୍ତି ଉପଯୁକ୍ତ ଔଷଧ ଖାଇବା ଦ୍ବାରା ତାଙ୍କ ଠାରେ ଆତ୍ମହତ୍ୟା ପ୍ରବଣତା, ନିଶା ସେବନ, ଯାନବାହନ ଦୁର୍ଘଟଣା ଓ ଅପରାଧପ୍ରବଣତାର ଆଶଙ୍କା ଯଥେଷ୍ଟ ହ୍ରାସ ପାଇଥାଏ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ବିଶ୍ୱବ୍ୟାପୀ ପ୍ରାୟ ୫% ଶିଶୁ ଓ ୨.୫% ବୟସ୍କ ଏଡିଏଚ୍‌ଡି ଦ୍ବାରା ଆକ୍ରାନ୍ତ। ଗବେଷକମାନେ ଏଡିଏଚ୍‌ଡି ଔଷଧ ଚିକିତ୍ସାର ପ୍ରଭାବ ପରୀକ୍ଷା କରିବା ପାଇଁ ସ୍ୱିଡିସ୍ ଜାତୀୟ ପଞ୍ଜିକାର ୨୦୦୭ରୁ ୨୦୨୦ ମଧ୍ୟରେ ୬ରୁ ୬୪ ବର୍ଷର ୧,୪୮,୫୮୧ ଜଣ ଏଡିଏଚ୍‌ଡି ଆକ୍ରାନ୍ତଙ୍କର ତଥ୍ୟ ତର୍ଜମା କରିଥିଲେ। ସେମାନଙ୍କ ମଧ୍ୟରୁ ୮୪,୨୮୨ ଜଣ(୫୭%) ଏଡିଏଚ୍‌ଡି ପାଇଁ ଔଷଧୀୟ ଚିକିତ୍ସା ଆରମ୍ଭ କରିଥିଲେ।

ଏଡିଏଚ୍‌ଡି ଔଷଧ ସେବନ ଯୋଗୁଁ ଆତ୍ମହତ୍ୟା ଆଚରଣରେ ୧୭%, ନିଶା ସେବନରେ ୧୫%, ପରିବହନ ଦୁର୍ଘଟଣାରେ ୧୨% ଏବଂ ଅପରାଧରେ ୧୩% ହ୍ରାସ ପରିଲକ୍ଷିତ ହୋଇଥିଲା। ଏହାର ସମ୍ଭାବ୍ୟ କାରଣ ଭାବେ କୁହାଯାଇଛି ଯେ ଔଷଧ ସେବନ ଦ୍ବାରା ଆକ୍ରମଣାତ୍ମକ ଆଚରଣ କମିଯାଇଥାଏ ଏବଂ ଆବେଗର ତୀବ୍ରତା ହ୍ରାସ ପାଇ ଧ୍ୟାନ କେନ୍ଦ୍ରିତ କରିବା ସହଜ ହୋଇଯାଇଥାଏ। ଫଳରେ ଅପରାଧ ଘଟାଇବା ଓ ପରିବହନ ଦୁର୍ଘଟଣାର ଆଶଙ୍କା କମିଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe