ଆଇଏଏସ୍ ଅଧିକାରୀଙ୍କ କୁକୁରକୁ ଖୋଜିବା ପାଇଁ ଲାଗିପଡ଼ିଛନ୍ତି ପ୍ରଶାସନିକ କର୍ମଚାରୀ, ଖୋଜି ଆଣିଲେ ମିଳିବ ପୁରସ୍କାର

ଆଇଏଏସ୍ ଅଧିକାରୀଙ୍କ କୁକୁରକୁ ଖୋଜିବା ପାଇଁ ଲାଗିପଡ଼ିଛନ୍ତି ପ୍ରଶାସନିକ କର୍ମଚାରୀ, ଖୋଜି ଆଣିଲେ ମିଳିବ ପୁରସ୍କାର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ବାଲିୟର ଜିଲ୍ଲା ପୁଲିସ ଏକ ନିଖୋଜ କୁକୁରକୁ ଖୋଜି ଖୋଜି ନୟାନ୍ତ ହୋଇପଡ଼ିଲାଣି। ଆଉ ନିରୁଦ୍ଦିଷ୍ଟ କୁକୁରକୁ ଖୋଜିବାର କାରଣ ହେଉଛି ତାର ମାଲିକ ହେଉଛନ୍ତି ଜଣେ ଆଇଏଏସ୍ ଅଧିକାରୀ। ପୋଷାକୁକୁରଟିକୁ ଖୋଜି ଆଣିବା ଲାଗି ଚାପ ପଡ଼ୁଥିବାରୁ ପୁଲିସ୍ ଲାଗିପଡ଼ିଥିବା ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଜଣେ ଆଇଏଏସ ଅଧିକାରୀ ତାଙ୍କ ପୋଷାକୁକୁର ହଜେଇ ଦେଇଛନ୍ତି। ଆଇଏଏସ ଅଧିକାରୀଙ୍କ ହଜିଯାଇଥିବା ଏହି ପୋଷାକୁକୁରକୁ ଖୋଜିବା ପାଇଁ ପୂରା ପ୍ରଶାସନ ଲାଗି ପଡ଼ିଛି। ସମ୍ପୂର୍ଣ୍ଣ ସହରରେ ଆଇଏଏସ ଅଧିକାରୀଙ୍କ ହଜି ଯାଇଥିବା କୁକୁରର ଫଟୋର ପୋଷ୍ଟର ମରାଯାଇଛି। ଏହି ହଜି ଯାଇଥିବା କୁକୁରକୁ ଯିଏ ‌ଖୋଜି ଆଣିବ ତାକୁ ପୁରସ୍କାର ମଧ୍ୟ ମିଳିବ ବୋଲି ଘୋଷଣା କରାଯାଇଛି।

କୁହାଯାଉଛି କି ଭୋପାଳରୁ ଦିଲ୍ଲୀ ଯାତ୍ରା ସମୟରେ ଏହି କୁକୁର ହଜି ଯାଇଥିଲା। ଯାତ୍ରା ସମୟରେ କିଛିଲୋକ ଗାଡ଼ିରୁ ଓହ୍ଲାଇ ଏକ ଢ଼ାବାରେ ଖାଉଥିଲେ। ଏତିକି ବେଳେ ସେମାନେ ଗାଡ଼ିରେ କୁକୁରକୁ ଛାଡ଼ି ଯାଇଥିଲେ। ଗାଡ଼ିରେ କୁକୁର ବସିଥିବା ବେଳେ ଝରକା ଦେଇ ସେ ବାହାରକୁ ଡେଇଁ ପଡ଼ିଥିଲା। ଆଉ କେଉଁଆଡେ ଚାଲି ଯାଇଥିଲା। ଜିଲ୍ଲା ପୁଲିସ ଏହି ନିଖୋଜ କୁକୁରକୁ ଖୋଜିବା ପାଇଁ ଦିନ ରାତି ଏକ କରି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe