ଦୁଇ ମାସର ଶିଶୁକୁ କୋଳରେ ଧରି ପରୀକ୍ଷା ଦେଲେ ଆଫଗାନୀ ମହିଳା !

ଦୁଇ ମାସର ଶିଶୁକୁ କୋଳରେ ଧରି ପରୀକ୍ଷା ଦେଲେ ଆଫଗାନୀ ମହିଳା !

ଆଫଗାନିସ୍ତାନର ଜଣେ ମହିଳା ନିଜର ଦୁଇ ମାସର ଶିଶୁକୁ କୋଳରେ ଧରି ପରୀକ୍ଷା ଦେଉଥିବା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଦୁଇ ମାସର ଛୁଆକୁ କୋଳରେ ଧରି ପରୀକ୍ଷା ଦେଉଥିବା ଏହି ମହିଳାଙ୍କ ନାମ ଜହାଁ ତାବ। ବୟସ ୨୫ ବର୍ଷ। ଆଫଗାନିସ୍ତାନର ନୀଲିସିଟିର Nasirkhosraw Higher Education Instituteରେ ସୋସିଆଲ ସାଇନ୍‌ସ ବିଷୟ ପାଇଁ ପ୍ରବେଶିକା ପରୀକ୍ଷା ଦେବା ପରଠାରୁ ତାଙ୍କର ଏହି ଫୋଟୋ କ୍ରମାଗତ ଭାବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତାବ ଯେଉଁ କଲେଜରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଦେଉଥିଲେ, ତାକୁ କାଙ୍କୋର ପରୀକ୍ଷା କୁହାଯାଏ। ଯେତେବେଳେ ସେ ପରୀକ୍ଷା ଦେଉଥିଲେ ସେହି ସମୟରେ ତାଙ୍କର ଦୁଇ ମାସର ଶିଶୁଟି କାନ୍ଦିବାକୁ ଲାଗିଥିଲା। ଆଉ ଏହା ପରେ ସେ ତଳେ ବସି ପଡିଥିଲେ ଏବଂ ଛୁଆଟିକୁ କୋଳରେ ବସାଇ ଚୁପ କରିବା ସହ ପରୀକ୍ଷା ମଧ୍ୟ ଦେଇଥିଲେ। ସେଠାରେ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଜଣେ ଶିକ୍ଷକ ୟାହ୍ୟା ଇରଫା, ଜହାଁ ତାବଙ୍କ ଛୁଆଟିକୁ କୋଳରେ ବସାଇ ପରୀକ୍ଷା ଦେଉଥିବାର ଦେଖି ସେ ନିଜ ମୋବାଇଲରେ ତାଙ୍କ ଫୋଟୋ ଉଠାଇଥିଲେ ଏବଂ ଏହି ଫୋଟୋଟିକୁ ସୋସିଆଲ ମିଡିଆରେ ସେୟାର କରିଥିଲେ।

ସିଏନଏନ ରିପୋର୍ଟ ଅନୁଯାୟୀ, ଅତ୍ୟନ୍ତ ଗରିବ ପରିବାରରୁ ଆସିଥିବା ତାବଙ୍କର ବାହାଘର ଜଣେ ଚାଷୀଙ୍କ ସହ ହୋଇଥିଲା। ତାଙ୍କର ତିନୋଟି ଛୁଆ ଅଛନ୍ତି। ଗରିବ ହେଲେ ମଧ୍ୟ ସେ ଅଧାରୁ ପାଠପଢା ଛାଡିନଥିଲେ। ତେବେ ତାଙ୍କର କଷ୍ଟ ବିଫଳ ହୋଇନି। ସେ ୧୫୨ ନମ୍ବରରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏବେ ସେ କଲେଜରେ ପଢିବା ପାଇଁ ଆଗ୍ରହୀ କିନ୍ତୁ ଘରର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ସେ କଲେଜ ଫି ଦେବାକୁ ସକ୍ଷମ ନୁହଁନ୍ତି। ସେ ଏଥିପାଇଁ ଏକ ବ୍ରିଟିଶ ସଂସ୍ଥା ଅଫଗାନ ୟୁଥ ଆସୋସିଏସନ୍‌ Fund Me ନାମରେ ଏକ ପ୍ରଚାର ଆରମ୍ଭ କରିଛନ୍ତି। ଯେପରି ତାଙ୍କର କଲେଜ ଫି ର ବନ୍ଦୋବସ୍ତ ହୋଇପାରିବ। ତେବେ ତାବଙ୍କର ଏହି ଫୋଟୋ କ୍ରମାଗତ ଭାବେ ଟ୍ଵିଟର ଏବଂ ଫେସବୁକରେ ଭାଇରାଲ ହେଉଛି। ଯେଉଁଥିପାଇଁ ଲୋକମାନେ ତାଙ୍କର ଏହି ଚେଷ୍ଟାକୁ ପ୍ରଂଶସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe