ନୂଆଦିଲ୍ଲୀ: ଭାରତୀୟଙ୍କ ବିବାହ ଭୋଜିରେ ସାମିଲ ହେବାକୁ ବିଦେଶୀମାନେ ବେଶ ପସନ୍ଦ କରି ଥାଆନ୍ତି। ନିକଟରେ ଜଣେ ଆଫ୍ରିକୀୟ ମହିଳା ଭାରତୀୟ ବିବାହ ଭୋଜିରେ ସାମିଲ ହୋଇ ବେଶ ଆନନ୍ଦ ଉଠାଇଥିଲେ। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ବିବାହର ସମୟ ରହିଛି। ଏଥିପାଇଁ କିଛି ମହିଳା ଲୋକଗୀତ ଗାଇ ନୃତ୍ୟ କରି ହସମଜା କରୁଛନ୍ତି। ଏତିକି ବେଳେ ତାଙ୍କ ଗହଣକୁ ଜଣେ ଆଫ୍ରିକୀୟ ମହିଳା ପ୍ରବେଶ କରୁଛନ୍ତି। ଆଉ ଉକ୍ତ ଲୋକଗୀତର ତାଳେତାଳେ ନୃତ୍ୟ କରିବା ଆରମ୍ଭ କରି ଦେଉଛନ୍ତି। କେବଳ ଏତିକି ନୁହେଁ ନୃତ୍ୟ କରିବା ସମୟରେ ଆଫ୍ରିକୀୟ ମହିଳା ଏକ ଲାଲରଙ୍ଗର ଶାଢ଼ି ପିନ୍ଧିଥିବା ବି ଦେଖିବାକୁ ମିଳୁଛି।
ତେବେ ଆଫ୍ରିକୀୟଙ୍କ ନୃତ୍ୟକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ କରୁଛନ୍ତି। ଭାରତୀୟଙ୍କ ବିବାହ ଉତ୍ସବରେ ସାମିଲ ହୋଇ ଆଫ୍ରିକୀୟ ମହିଳା ଖବୁ ମଜାମସ୍ତି କରି ନୃତ୍ୟ କରୁଥିବାର ଭିଡିଓକୁ ପ୍ରଥମେ ଏଭ୍ରିଥିଂ ଏବାଉଟ ନେପାଳ ନାମକ ଇନଷ୍ଟାଗ୍ରାମ ପେଜରୁ ସେୟାର କରାଯାଇଛି।
ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ଜଣେ ବିଦେଶିନୀ ହୋଇ ଭାରତୀୟ ପରମ୍ପରାକୁ ମହିଳା ଜଣକ କେତେ ଭଲ ପାଆନ୍ତି, ଏହା ତାଙ୍କ ନୃତ୍ୟରୁ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି।’
Follow Us