ଏହି କାରଣରୁ ୬୫ବର୍ଷ ପରେ ଦ୍ବିତୀୟ ଥର ବିବାହ କଲେ ବୃଦ୍ଧ ଦମ୍ପତି

ଏହି କାରଣରୁ ୬୫ବର୍ଷ ପରେ ଦ୍ବିତୀୟ ଥର ବିବାହ କଲେ ବୃଦ୍ଧ ଦମ୍ପତି

ନୂଆଦିଲ୍ଲୀ: ବୟସ ବଢ଼ିବା ସହିତ ଜୀବନରେ ଅନେକ ପରିବର୍ତ୍ତନ ବି ଆସିଥାଏ। ଏହି କ୍ରମରେ କେତେକ ବୃଦ୍ଧ ଦମ୍ପତି ଅଛନ୍ତି ଯେଉଁମାନେ ବୟସକୁ ଏକ ସଂଖ୍ୟା ଭାବେ ବୁଝି ଥାଆନ୍ତି। ମହାରାଷ୍ଟ୍ରର ୟବତମାଲା ଜିଲ୍ଲା ଆର୍ନି ତହସିଲରେ ୮୧ବର୍ଷର ବୃଦ୍ଧଙ୍କ ସହିତ ୭୨ବର୍ଷର ବୃଦ୍ଧାଙ୍କ ବିବାହ ହୋଇଛି। ଯାହାକି ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟର ପାଲଟିଛି।

ତେବେ ଏହି ଦମ୍ପତିଙ୍କ ବିବାହ ୬୫ବର୍ଷ ପୂର୍ବରୁ ହୋଇଥିଲା। ତେବେ ଉକ୍ତ ଦମ୍ପତିଙ୍କ ପିଲାମାନେ ତାଙ୍କ ବାପା-ମା’ଙ୍କ ବିବାହ ସ୍ମୃତିକୁ ପୁଣି ତାଜା କରିବା ପାଇଁ ଆଉ ଥରେ ଏହି ବିବାହ ଆୟୋଜନ କରିଥିଲେ।

ସୀତାରାମ ଓ ନିର୍ମଳାଙ୍କ ବିବାହ ୧୯୫୫ ମସିହା ନଭେମ୍ବର ୧୬ରେ ଆର୍ନି ତହସିଲର ଖଣ୍ଡାଲା ଗ୍ରାମରେ ହୋଇଥିଲା। ସେତେବେଳେ ସୀତାରାମଙ୍କ ବୟସ ୧୫ବର୍ଷ ହୋଇଥିବା ବେ‌ଳେ ନିର୍ମଳାଙ୍କୁ ୬ବର୍ଷ ହୋଇଥିଲା।

65 Yrs After Marriage, Elderly Couple Remarry In Maharashtra | बुजुर्ग कपल ने 65 साल बाद दोबारा की शादी, वीडियो बड़ा क्यूट है! - Trending | नवभारत टाइम्स

ସୀତାରାମ ଓ ନିର୍ମଳାଙ୍କଙ୍କ ବଡ଼ ପୁଅ ପୁଣ୍ଡଲିକଙ୍କ କହିବାନୁସାରେ, ଚଳିତ ବର୍ଷ ବାପା-ମା’ଙ୍କ ବିବାହକୁ ୬୫ବର୍ଷ ପୂରିଛି। କିନ୍ତୁ ଦୁହିଁଙ୍କୁ ବିବାହ କଥା ବିଶେଷ କିଛି ମନେ ନାହିଁ। ସେଥିପାଇଁ ବାପା-ମା’ଙ୍କ ରୀତିନୀତି ଅନୁଯାୟୀ ଆଉ ଥରେ ବିବାହ କରିବାକୁ ସ୍ଥିର କରିଥିଲୁ। କେବଳ ଏତିକି ନୁହେଁ, ଏହି ବିବାହ ପାଇଁ ନିମନ୍ତ୍ରଣ କାର୍ଡ ବି ତିଆରି କରାଯାଇଥିଲା। ୫୦ଜଣ ଅତିଥୀଙ୍କୁ ଏହି ସ୍ବତନ୍ତ୍ର ବିବାହକୁ ନିମନ୍ତ୍ରଣ କରାଯାଇଥିଲା। ବାପା-ମା କିନ୍ତୁ ଏ ବିବାହ ପାଇଁ ରାଜି ନଥିଲେ। କିନ୍ତୁ ନାତି ଓ ନାତୁଣୀ ବାଧ୍ୟ କରିବାକୁ ଦୁହେଁ ଏହି ବିବାହ ପାଇଁ ରାଜି ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe