ମୁମ୍ବାଇ: କୌଣସି ବି ପରିବାରରେ ପୁଅ ବଡ଼ ହେବା ପରେ ତାଙ୍କ ମୁଣ୍ଡରେ ଦାୟିତ୍ବ ବଢ଼ି ବଢ଼ି ଚାଲେ। ଏହି କାରଣରୁ ବେଳେ ବେଳେ ବାପାମାଆ ଓ ପିଲାଙ୍କ ମଧ୍ୟରେ ମନୋମାଳିନ୍ୟ ବି ହୋଇଥାଏ। ପିଲାଙ୍କ ପ୍ରତି ବାପାମାଆଙ୍କ ଭଲପାଇବା କିମ୍ବା ପିଲାଙ୍କର ବାପାମାଆଙ୍କ ପ୍ରତି ଥିବା ସମ୍ମାନ ସବୁ ସମୟରେ ମୁହଁରେ କହି ହୁଏନାହିଁ। ଆଜିକାଲି ସେସବୁକୁ ବ୍ୟକ୍ତ କରିବାକୁ ସୋସିଆଲ୍ ମିଡିଆ ଅଛି। ଆମେ ଅଧିକାଂଶ ସମୟରେ ନିଜର ଭାବନାକୁ ଷ୍ଟାଟ୍ସ, ଷ୍ଟୋରି କିମ୍ବା ପୋଷ୍ଟ୍ ମାଧ୍ୟମରେ ଜାହିର କରିଥାନ୍ତି।
ନିକଟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ପୁଅ ଲେଖିଛନ୍ତି ଯେ ତାଙ୍କ ପିତାଙ୍କ ସହ ସମାନ୍ୟ ଯୁକ୍ତିତର୍କ ପରେ ପିତା ନିଜର ହ୍ବାଟ୍ସଆପ୍ ଷ୍ଟାଟସ୍ରେ ଏପରି କିଛି ଲେଖିଥିଲେ। ତେବେ ପୁଅ ଜଣକ ସୂଚନା ଦେଇଛନ୍ତି ଯେ ତାଙ୍କ ବାପାଙ୍କ ଷ୍ଟାଟ୍ସରେ ଅମିତାଭ ବଚ୍ଚନ ଓ ହେମାମାଳିନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାଗ୍ବାନ୍’ ବିଷୟରେ ଉଲ୍ଲେଖ ଥିଲା। ସେଥିରେ ସେ ଲେଖିଥିଲେ, ‘‘ମୁଁ ଏବେ ବୁଝିପାରୁଛି ଯେ ୪ ଜଣ ପୁଅ ଥିବା ସତ୍ତ୍ବେ ବି କାହିଁକି ବାଗ୍ବାନ୍ରେ ଅମିତଜୀ ଜଣେ ପିଲାକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ।’’
ଏହି ପୋଷ୍ଟକୁ ୧୫ ହଜାରରୁ ଅଧିକ ଥର ସେୟାର କରାଯାଇଥିବା ବେଳେ ଅନେକ ପ୍ରତିକ୍ରିୟା ଏଥିରେ ମିଳିଛି। ଅନେକ ଲୋକ ପୋଷ୍ଟଟି ଉପରେ ହସିବା ଆରମ୍ଭ କରି ଦେଇଛନ୍ତି। ବହୁ ଜଣ କମେଣ୍ଟ୍ରେ ଲେଖିଛନ୍ତି ଯେ ଆମ ଜୀବନରେ କିଛି ବି ଘଟିଲେ ଆମେ ତାହାକୁ ସୋସିଆଲ୍ ମିଡିଆରେ ବ୍ୟକ୍ତ କରିବାକୁ ଭୁଲୁନା।
Follow Us