୧୪୦୦୦ ଟଙ୍କାର ଖାଦ୍ୟ ଖାଇ ଛୁ ମାରିଲେ ଦୁଇ ଦୁର୍ବୃତ୍ତ

୧୪୦୦୦ ଟଙ୍କାର ଖାଦ୍ୟ ଖାଇ ଛୁ ମାରିଲେ ଦୁଇ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଦିନକୁ ଦିନ ଆଇନ ଯେତିକି ଯେତିକି କଠୋର ହେଉଛି, ଅପରାଧିକ ମାମଲା ସେତିକି ସେତିକି ବଢି ବଢି ଚାଲିଛି । ବେଳେବେଳେ ଏଭଳି ଅପରାଧିକ ଘଟଣା ସାମ୍ନାକୁ ଆସେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ସେମିତି ଏକ ଘଟଣା ଉତ୍ତର ଇଂଲଣ୍ଡର ଟେସାଇଡରେ ଦେଖିବାକୁ ମିଳିଛି । ଉତ୍ତର ଇଂଲଣ୍ଡରେ ଦୁଇ ଦୁର୍ବୃତ୍ତ ଏକ ରେସ୍ତୋରାଁକୁ ଖାଇବାକୁ ଆସିଥିଲେ। ସେଠାରେ ୧୪୦୦୦ ଟଙ୍କାର ଖାଦ୍ୟ ଖାଇ ବିଲ ନଦେଇ ଦୁହେଁ ଛୁ ମାରିଥିବା ଜଣାପଡ଼ିଛି । ଏବେ ଏହି ଘଟଣା ବିଷୟରେ ସୋସିଆଲ ମିଡିଆରେ ଜଣାଇ ୨ଜଣଙ୍କୁ ଚେତାବନୀ ଦେଇଛନ୍ତିି ରେସ୍ତୋରାଁ ମାଲିକ ।

ସୂଚନା ମୁତାବକ, ଉତ୍ତର ଇଂଲଣ୍ଡର ଏକ ଛୋଟ ସହରରେ ଥିବା ରେସ୍ତୋରାଁରେ ଦୁଇଜଣ ବ୍ୟକ୍ତି ୧୪,୫୭୭ ଟଙ୍କାର ଖାଦ୍ୟ ଖାଇବା ସହ ଟଙ୍କା ନଦେଇ ଫେରାର ହୋଇଯାଇଥିଲେ। ଏହି ଘଟଣା ପରେ ରେସ୍ତୋରାଁ ମାଲିକ ଫେସବୁକ ପୋଷ୍ଟ ଜରିଆରେ ଦୁହିଁଙ୍କୁ ଟଙ୍କା ଦେବା ପାଇଁ ଅନୁରୋଧ କରିଛନ୍ତି। ଟଙ୍କା ଦେବା ପାଇଁ ୨ଦିନର ସମୟ ଦିଆଯିବା ସହ ୨ଦିନ ମଧ୍ୟରେ ଟଙ୍କା ନଦେଲେ ପୁଲିସରେ ଅଭିଯୋଗ କରିବ‌େ ବୋଲି ରେସ୍ତୋରାଁ ମାଲିକ ଚେତାବନୀ ଦେଇଛନ୍ତି।

ଫେସବୁକରେ ରେସ୍ତୋରାଁ ମାଲିକ ଏହି ପୋଷ୍ଟ ସେୟାର କରିବାର କେଇ ଘଣ୍ଟା ଭିତରେ ୨୯୦ଜଣ ଏହାକୁ ସେୟାର କରିବା ସହ ଅନେକ ଲୋକ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଫେସବୁକରେ ରେସ୍ତୋରାଁ ମାଲିକ କରିଥିବା ପୋଷ୍ଟରେ ଲେଖାଯାଇଛି ଯେ, ମେ’ ୧୯ରେ ୮ଟା ବାଜି ୨୫ମିନିଟ ସମୟରେ ଦୁଇ ଜଣ ଲୋକ ୧୪,୫୭୭ ଟଙ୍କାର ଖାଦ୍ୟ ଖାଇବା ସହ ଟଙ୍କା ନଦେଇ ଫେରାର ହୋଇଯାଇ। ସେମାନେ ଆମ ସହ ଯୋଗାଯୋଗ କରନ୍ତୁ।  ଆମକୁ କେବଳ ଖ‌ାଇଥିବା ଖାଦ୍ୟର ଟଙ୍କା ଦରକାର। ଆମେ ଏହି କଥାକୁ ଏହିଠାରେ ସାରିବାକୁ ଚାହୁଁଛୁ । ଏହା ପରେ ରେସ୍ତୋରାଁ ପକ୍ଷରୁ ବିଲ ପେମେଣ୍ଟ କରିବାପାଇଁ ଏକ ନମ୍ବର ମଧ୍ୟ ଜାରି କରାଯାଇଛି । ଯଦି ସେମାନେ ଟଙ୍କା ନଦିଅନ୍ତି ତେବେ ସେମାନଙ୍କ ବିରୋଧରେ ପୁଲିସର ଅଭିଯୋଗ କରାଯିବ ବୋଲି କହିଛନ୍ତି ରେସ୍ତୋରାଁ ମାଲିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe