ଜିନ୍-ଏଡିଟିଂ ପରେ ବୁଢ଼ିଆଣି ବୁଣୁଛି ଉଜ୍ଜ୍ବଳ ଜାଲ

ଜର୍ମାନିର ବେରୁଥ୍ ବିଶ୍ୱବିଦ୍ୟାଳୟର ବାୟୋମାଟେରିଆଲ୍‌ସ ବୈଜ୍ଞାନିକମାନେ ଜିନ୍‌-ଏଡିଟିଂ ପ୍ରଯୁକ୍ତି ଦ୍ବାରା ଏଭଳି ଏକ ବୁଢ଼ିଆଣି ପ୍ରଜନନ କରିବାରେ ସଫଳ ହୋଇଛନ୍ତି ଯାହାର ଜାଲ ଅନ୍ଧାରରେ ଉଜ୍ଜ୍ୱଳ ଲାଲ ରଙ୍ଗ ଉତ୍ପନ୍ନ କରୁଛି।

fgfgcvbvb

ଜର୍ମାନିର ବେରୁଥ୍ ବିଶ୍ୱବିଦ୍ୟାଳୟର ବାୟୋମାଟେରିଆଲ୍‌ସ ବୈଜ୍ଞାନିକମାନେ ଜିନ୍‌-ଏଡିଟିଂ ପ୍ରଯୁକ୍ତି ଦ୍ବାରା ଏଭଳି ଏକ ବୁଢ଼ିଆଣି ପ୍ରଜନନ କରିବାରେ ସଫଳ ହୋଇଛନ୍ତି ଯାହାର ଜାଲ ଅନ୍ଧାରରେ ଉଜ୍ଜ୍ୱଳ ଲାଲ ରଙ୍ଗ ଉତ୍ପନ୍ନ କରୁଛି। ବୈଜ୍ଞାନିକମାନଙ୍କର ଏହି ଉପଲବ୍ଧି ଡିଜାଇନର୍ ଜାଲ ତନ୍ତୁ ପ୍ରସ୍ତୁତି ଦିଗରେ ଏକ ଉଲ୍ଲେଖନୀୟ ସଫଳତା। ଗବେଷକମାନେ ‘କ୍ରିସ୍ପର୍-କାସ୍୯’ ଜିନ୍-ଏଡିଟିଂ ପ୍ରଣାଳୀ ବ୍ୟବହାର କରି, ମାଙ୍କଡ଼ସାର ସିଲ୍‌କ-ପ୍ରୋଟିନ୍ ଡିଏନ୍ଏରେ ଏକ ଫ୍ଲୋରୋସେଣ୍ଟ୍ ମାର୍କର୍ ଜିନ୍ ପ୍ରବେଶ କରାଇଥିଲେ ଏବଂ ଶିଶୁ ମାଙ୍କଡ଼ସାମାନେ ଲାଲ ସୂତା ଉତ୍ପାଦନ କରିବା ପରେ ଉକ୍ତ ଜିନ୍-ଏଡିଟିଂ ସୁଫଳ ଦେଇଥିବା ସେମାନେ ନିଶ୍ଚିତ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ମାଙ୍କଡ଼ସାମାନଙ୍କ ଦ୍ବାରା ଉତ୍ପନ୍ନ ଡ୍ରାଗଲାଇନ୍ ରେଶମ ସୂତା ପୂର୍ବରୁ ଅନେକ ମାନବ ନିର୍ମିତ ତନ୍ତୁକୁ ପଛରେ ପକାଇ ଦେଇଛି। କାରଣ ଏହା ଖୁବ୍ ଶକ୍ତ ଓ ନମନୀୟ। ଏହାର ଓଜନ ମଧ୍ୟ ବହୁତ କମ୍ ଏବଂ ଏହା ସହଜରେ ପ୍ରକୃତିରେ ମିଶିଯାଇଥାଏ। ଏହାର ଆଣବିକ ସଂରଚନାକୁ ଇଚ୍ଛାନୁସାରେ ପରିବର୍ତ୍ତନ କରାଯାଇପାରିଲେ ଭବିଷ୍ୟତର ସୂତାଗୁଡ଼ିକ ଆଣ୍ଟିମାଇକ୍ରୋବାୟଲ୍ କାର୍ଯ୍ୟକଳାପ ଠାରୁ ଆରମ୍ଭ କରି ବିଦ୍ୟୁତ୍ ପରିବହନ ଭଳି ଅନେକ କାର୍ଯ୍ୟ କରିପାରିବ ବୋଲି ଗବେଷକମାନେ ଆଶାବାନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe