ବାପା ବିଏମଡବ୍ଲ୍ୟୁ ଗାଡ଼ି କିଣିବାକୁ ରାଜି ନ ହେବାରୁ ସୋ’ ରୁମ୍ ଭିତରକୁ ଯାଇ ଗାଡ଼ି ସହ ଏଭଳି କାମ କଲେ ଯୁବକ

Advertisment
ବାପା ବିଏମଡବ୍ଲ୍ୟୁ ଗାଡ଼ି କିଣିବାକୁ ରାଜି ନ ହେବାରୁ ସୋ’ ରୁମ୍ ଭିତରକୁ ଯାଇ ଗାଡ଼ି ସହ ଏଭଳି କାମ କଲେ ଯୁବକ

Indiatimes.com

ନୂଆଦିଲ୍ଲୀ:  ଚୀନର ଜଣେ ଯୁବକ କରିଥିବା କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବାପା ଦାମୀ ବିଏମଡବ୍ଲ୍ୟୁ ଗାଡ଼ି କିଣି ଦେବାକୁ ରାଜି ନ ହେବାରୁ ସୋ’ ରୁମ୍ ଭିତରକୁ ଯାଇ ଯୁବକ ଜଣଙ୍କ କରିଥିବା କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବାହାରେ ବାପାଙ୍କ ସହ ଫୋନରେ କଥା ହୋଇ ବିଏମଡବ୍ଲ୍ୟୁ ଗାଡ଼ି କିଣିଦିଅ ବୋଲି କହିଥିଲେ ଯୁବକ। କିନ୍ତୁ ତାଙ୍କ ବାପା ରାଜି ନ ହେବାରୁ ସୋ’ରୁମ୍ ଭିତରକୁ ଯାଇ ୨୨ ବର୍ଷୀୟ ଯୁବକ ଜଣଙ୍କ ବିଏମଡବ୍ଲ୍ୟୁ ଗାଡ଼ିରେ ଗାର ଟାଣି ଦେଇଥିଲେ। ଏହି ଘଟଣା ସୋ’ରୁମର କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସମସ୍ୟ‌ାର ସମାଧାନ ପାଇଁ ପୁଲିସକୁ ଡ଼କାଯାଇଥିଲା।

publive-image Indiatimes.com

ପଚରାଉଚରା ଉପରେ ପୁଲିସ ପାଇଥିବା ତଥ୍ୟ ଅନୁଯାୟୀ, ଯୁବକଜଣଙ୍କ ସୋ’ରୁମ୍ ବାହାର ଦେଇ ଯାଉଥିବା ବେଳେ ତାଙ୍କ ନଜର ନୀଳ ରଙ୍ଗର ବିଏମଡବ୍ଲ୍ୟୁ ସେଡାନ କାର୍ ଉପରେ ନଜର ପଡ଼ିଥିଲା। ଯାହା ପରେ ସେ ତୁରନ୍ତ ନିଜ ବାପାଙ୍କୁ ଫୋନ କରି ଗାଡ଼ି କିଣିଦିଅ ବୋଲି ଜିଦ୍ ଧରି ବସିଥିଲେ। କିନ୍ତୁ ତାଙ୍କ ବାପା ଯୁବକଙ୍କ ଜିଦ ନ ମାନିବ‌ା ସହ ଗାଡ଼ି କିଣିବା ପାଇଁ ମନା କରି ଦେଇଥିଲେ। ଏହା ଶୁଣି ରାଗିଯିବା ସହ ସେ ତୁରନ୍ତ ସୋ’ରୁମ୍ ଭିତରକୁ ଯାଇ ପସନ୍ଦ ଆସିଥିବା ଗାଡ଼ି ଉପରେ ହାତରେ ଧରିଥିବା ଚାବି ଦ୍ବାରା ଗାର ଟାଣିଥିଲେ। ଏଭଳି କରିବା ଦ୍ବାରା ବାଧ୍ୟ ହୋଇ ତାଙ୍କ ବାପା ତାଙ୍କୁ ଗାଡ଼ି କିଣି ଦେବେ ବୋଲି ଚିନ୍ତା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe