ଆତ୍ମୀୟଙ୍କ ମୃତ୍ୟୁ ପରେ ମହିଳା କାଟି ଦେଇଥାଆନ୍ତି ନିଜ ଆଙ୍ଗୁଠି

Advertisment
ଆତ୍ମୀୟଙ୍କ ମୃତ୍ୟୁ ପରେ ମହିଳା କାଟି ଦେଇଥାଆନ୍ତି ନିଜ ଆଙ୍ଗୁଠି

ନୂଆଦିଲ୍ଲୀ: ଶତାବ୍ଦୀ ଶତାବ୍ଦୀ ଧରି ଅନେକ ବିଶ୍ୱାସ ଏବଂ ପରମ୍ପରା ରହି ଆସିଛି। ଆଜିର ସମୟରେ ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ସହରୀ ଲୋକଙ୍କ ପାଇଁ ଏହି ବିଶ୍ୱାସ ଓ ପରମ୍ପରା ଅଜବ ମନେହୁଏ, କିନ୍ତୁ ଆଦିବାସୀମାନଙ୍କ ପାଇଁ ଏହି ବିଶ୍ୱାସ ଅତ୍ୟନ୍ତ ସ୍ୱତନ୍ତ୍ର ରହିଥାଏ।

ଇଣ୍ଡୋନେସିଆର ଏକ ଜନଜାତି ମଧ୍ୟରେ ଏହିପରି ଏକ ବିଶ୍ୱାସ ପ୍ରଚଳିତ ରହିଛି। ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ଇଣ୍ଡୋନେସିଆରେ ଏକ ଜନଜାତିର ମହିଳାମାନେ ନିଜ ପ୍ରିୟଜନ/ଆତ୍ମୀୟଙ୍କ ମୃତ୍ୟୁ ପରେ ଆଙ୍ଗୁଠି କାଟି ଦେଇଥାଆନ୍ତି।

ତେବେ ଏପରି ଅନେକ ପରମ୍ପରା ଅଛି ଯାହା ମହିଳାମାନଙ୍କୁ ଅନେକ ଅଜବ କାର୍ଯ୍ୟ କରିବାକୁ ବାଧ୍ୟ କରିଥାଏ ଏବଂ ଏହା କେବଳ ମହିଳାମାନଙ୍କ କ୍ଷେତ୍ରରେ ନୁହେଁ ବରଂ ପୁରୁଷମାନେ ମଧ୍ୟ ଏହିପରି ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି।

ଇଣ୍ଡୋନେସିଆର ଦାନି ଜନଜାତିରେ ଯଦି କାହାରି ମୃତ୍ୟୁ ହୋଇଯାଏ, ତେବେ ଉକ୍ତ ପରିବାରରେ ଥିବା ମହିଳାମାନଙ୍କୁ ଆଙ୍ଗୁଠି କାଟିବାର ପରମ୍ପରା ରହିଛି। ଏହି ପରମ୍ପରାକୁ ଇକିପାଲିନ୍ କୁହାଯାଏ ।

ଏକ ରିପୋର୍ଟ ଅନୁଯାୟୀ, ଇଣ୍ଡୋନେସିଆର ଜୟାୱିଜୟା ପ୍ରଦେଶର ୱାମିନ୍ ସହରରେ ଅଧିକ ଦାନି ଜନଜାତିର ଲୋକମାନେ ବାସ କରନ୍ତି। ଏହି ଆଦିବାସୀ ଜନଜାତିରେ ଇକିପାଲିନର ପ୍ରଥାକୁ ଇଣ୍ଡୋନେସିଆ ସରକାର ବହୁ ବର୍ଷ ପୂର୍ବେ ନିଷିଦ୍ଧ କରିଥିଲେ। କିନ୍ତୁ ବୃଦ୍ଧ ମହିଳାମାନଙ୍କ ଆଙ୍ଗୁଠିକୁ ଦେଖିଲେ ଏହା କୁହାଯାଇପାରେ ଯେ ସେମାନେ ଏହାକୁ ଅନୁସରଣ କରୁଛନ୍ତି ଏବଂ ଆଜି ମଧ୍ୟ ଏହି ପରମ୍ପରା ଏହି ଅଞ୍ଚଳରେ ଜାରି ରହିଛି ବୋଲି ବିଶ୍ୱାସ କରାଯାଏ ।

ଏହି ଜନଜାତିର ଲୋକମାନେ ବିଶ୍ୱାସ କରନ୍ତି ଯେ, ଯେତେବେଳେ ଆତ୍ମୀୟଙ୍କ ମୃତ୍ୟୁ ହୋଇଯାଏ, ପରିବାରର ମହିଳା ଉକ୍ତ ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ଦେବା ପାଇଁ ଆଙ୍ଗୁଠି କାଟି ଦେଇଥାଆନ୍ତି।
କଟାଯାଇଥିବା ଆଙ୍ଗୁଠିକୁ ପୋତି ଦିଆଯାଏ କିମ୍ବା ପୋଡି ଦିଆଯାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe