ବେଙ୍ଗାଲୁରୁ: ଲୋକମାନଙ୍କ ଭିତରେ ଟ୍ରାଫିକ୍ ସଚେତନତା ସୃଷ୍ଟି କରିବା ନେଇ ବେଙ୍ଗାଲୁରୁ ପୁଲିସ୍ ଗୋଟିଏ ପରେ ଗୋଟିଏ ନିଆରା ଢଙ୍ଗ ଆପଣେଇବାରେ ଲାଗିଛି। ନିକଟ ଅତୀତରେ ଜମରାଜଙ୍କ ବେଶ, ତା’ପରେ ଶାହାରୁଖ ଖାନଙ୍କ ସିଗ୍ନେଚର୍ ପୋଜ୍କୁ ବ୍ୟବହାର କରି ବେଙ୍ଗାଲୁର ପୁଲିସ୍ ଟ୍ରାଫିକ୍ ସଚେତନତା ବାର୍ତ୍ତା ପ୍ରଦାନ କରି ସାରିଛି। ଏବେ ପୁଣି ଭଗବାନ ଗଶେଣଙ୍କ ରୂପରେ ସଜ ହୋଇ ଲୋକଙ୍କୁ ହେଲମେଟ୍ ପିନ୍ଧିବା ପାଇଁ ପରାମର୍ଶ ଦେଉଥିବାର ଦୃଶ୍ୟ ବେଶ୍ ଚିତାକର୍ଷକ।
ଇଣ୍ଟର୍ନେଟ୍ ଓ ସୋସିଆଲ୍ ମିଡିଆର ବହୁଳ ବ୍ୟବହାର ହେଉଥିବା ପରି ଏକ ଆଧୁନିକ ଯୁଗରେ ସେହି ପୂରାତନ ଢଙ୍ଗରେ ଲୋକଙ୍କୁ ସୁଧାରି ହେବ ନାହିଁ ବୋଲି ଚିନ୍ତା କରି ବେଙ୍ଗାଲୁରୁ ପୁଲିସ୍ ଏହି ପଦକ୍ଷେପ ନେଇଥିବା ଜାଣିବାକୁ ମିଳିଛି। ପୂର୍ବରୁ ବି ଅନେକ ଥର ବହୁ ସୃଜନାତ୍ମକ ପୋଷ୍ଟର୍ ଓ ଟୁଇଟ୍ ଆଦି ଏ ନେଇ ଦେଖିବାକୁ ମିଳିିଛି।
ବେଙ୍ଗାଲୁରୁ ପୁଲିସ୍ର ଏହି ଅଭିଯାନରେ ଜଣେ ହିନ୍ଦୁ ଭଗବାନ ଗଣେଶଙ୍କ ରୂପ ହୋଇଛନ୍ତି। ଯେଉଁମାନେ ରାସ୍ତାରେ ହେଲମେଟ୍ ପିନ୍ଧି ଯାଉନାହାନ୍ତି ସେମାନଙ୍କୁ ହେଲମେଟ୍ ପିନ୍ଧାଇବା ସହ ହେଲମେଟ୍ ନପିନ୍ଧିଲେ ମୃତ୍ୟୁ ତାଙ୍କର ଅତି ନିକଟର ହୋଇପାରେ ବୋଲି ଚେତାବନୀ ଦେଉଛନ୍ତି।
Follow Us