ଆଉ କେଉଁ ଦେଶରେ ଅଛି ଅଗ୍ନିପଥ ଭଳି ସୈନ୍ୟ ସେବା ?

Advertisment
ଆଉ କେଉଁ ଦେଶରେ ଅଛି ଅଗ୍ନିପଥ ଭଳି ସୈନ୍ୟ ସେବା ?

ଯୁବକମାନଙ୍କ ପାଇଁ ସୈନ୍ୟ ସେବା ବାଧ୍ୟତାମୂଳକ। କେବଳ ଯୁବକ କାହିଁକି ଅନେକ ଦେଶରେ ଯୁବତୀମାନେ ମଧ୍ୟ ସୈନ୍ୟବାହିନୀରେ ଯୋଗଦେବାକୁ ବାଧ୍ୟ। ଅଗ୍ନିପଥ ଯୋଜନା ଭଳି ଅନେକ ଦେଶରେ ରହିଛି ବାଧ୍ୟତାମୂଳକ ସୈନ୍ୟ ସେବା। ଆସନ୍ତୁ ଜାଣିବା କେଉଁ କେଉଁ ଦେଶରେ ରହିଛି ଏଭଳି ସୈନ୍ୟ ସେବା ଯୋଜନା।
ଇସ୍ରାଏଲ: ଏଠାରେ ଉଭୟ ଯୁବକ ଏବଂ ଯୁବତୀମାନଙ୍କ ପାଇଁ ସୈନ୍ୟ ସେବା ବାଧ୍ୟତାମୂଳକ। ଯୁବକମାନଙ୍କ ପାଇଁ ୨ ବର୍ଷ ୬ ମାସ ଏବଂ ଯୁବତୀମାନଙ୍କ ପାଇଁ ୨ ବର୍ଷ ସୈନ୍ୟ ବାହିନୀରେ କାମ କରିବାକୁ ନିୟମ ରହିଛି ।

ବରମୁଡା: ଏଠାରେ ୧୮ରୁ ୩୨ ବର୍ଷ ମଧ୍ୟରେ ଯୁବକମାନଙ୍କୁ ୩୮ ମାସ ପାଇଁ ସୈନ୍ୟବାହିନୀରେ ସାମିଲ ହେବା ବାଧ୍ୟତାମୂଳକ। ଲଟେରି ମାଧ୍ୟମରେ ଯୁବକମାନଙ୍କୁ ଚୟନ କରାଯିବା ପରେ ସେମାନେ ବରମୁଡା ରେଜିମେଂଟରେ ଯୋଗଦେଇଥାନ୍ତି।
ବ୍ରାଜିଲ: ବ୍ରାଜିଲର ଯୁବକମାନଙ୍କୁ ଯେଉଁଦିନ ୧୮ ବର୍ଷ ହୁଏ, ସେହି ଜନ୍ମଦିନରେ ସେମାନେ ବର୍ଷକ ପାଇଁ ଦେଶର ସୈନ୍ୟ ବାହିନୀରେ ଯୋଗଦେଇଥାନ୍ତି। ତେବେ ଯେଉଁମାନେ ବିଶ୍ୱବିଦ୍ୟାଳୟରେ ପଢୁଥାନ୍ତି ସେମାନେ ଏହି ନିୟମରୁ ରିହାତି ପାଇଥାନ୍ତି ।

publive-image
ଗ୍ରୀସ୍: ଗ୍ରୀସରେ ସୈନ୍ୟ ସେବା ବାଧ୍ୟତାମୂଳକ। ଏଠାକାର ନିୟମ ଅନୁସାରେ ୧୯ରୁ ୪୫ ବର୍ଷ ବୟସ ମଧ୍ୟରେ ପୁରୁଷମାନଙ୍କୁ ସୈନ୍ୟ ସେବା ଦେବା ବାଧ୍ୟତାମୂଳକ ।
ଇରାନ: ଇରାନରେ ମଧ୍ୟ ରହିଛି ବାଧ୍ୟତାମୂଳକ ସୈନ୍ୟ ସେବା ବ୍ୟବସ୍ଥା । ଏଠାରେ ୧୮ ବର୍ଷ ବୟସରେ ସୈନ୍ୟ ସେବା ୨ ବର୍ଷ ପାଇଁ ଆରମ୍ଭ ହୋଇଥାଏ । ତେବେ ଯେଉଁମାନେ ବିଶ୍ୱ ବିଦ୍ୟାଳୟର ଛାତ୍ର ସେମାନେ ପଢା ଶେଷ ପରେ ସୈନ୍ୟ ବାହିନୀରେ ସାମିଲ ହୋଇଥାନ୍ତି ।
ଦକ୍ଷିଣ କୋରିଆ: ୧୮ରୁ ୨୮ ବର୍ଷ ମଧ୍ୟରେ ସମସ୍ତ କୋରିଆ ଯୁବକମାନଙ୍କୁ ସୈନ୍ୟ ବାହିନୀରେ ସାମିଲ ହେବାକୁ ପଡିଥାଏ।

ମେକ୍ସିକୋ: ଏଠାରେ ସମସ୍ତ ଯୁବକମାନଙ୍କୁ ୧୮ ବର୍ଷ ବୟସରୁ ୨୧ ବର୍ଷ ପର୍ଯ୍ୟନ୍ତ ସୈନ୍ୟ ସେବା ଦେବାକୁ ହୋଇଥାଏ। ତେବେ ୨୦୦୦ ମସିହାଠାରୁ ଏଠାରେ ଯୁବତୀମାନଙ୍କ ପାଇଁ ଇଚ୍ଛାଧୀନ ସୈନ୍ୟ ସେବା ବ୍ୟବସ୍ଥା କରାଯାଇଛି ।
ରୁଷ୍: ୧୮ରୁ ୨୭ ବର୍ଷ ମଧ୍ୟରେ ଏଠାରେ ସମସ୍ତ ଯୁବକମାନଙ୍କ ପାଇଁ ୨ ବର୍ଷ ସୈନ୍ୟ ସେବା ବାଧ୍ୟତାମୂଳକ।
ସିଙ୍ଗାପୁର: ଏଠାକାର ବାସିନ୍ଦାଙ୍କ ପାଇଁ ରାଷ୍ଟ୍ରୀୟ ସେବା ବାଧ୍ୟତାମୂଳକ । ୧୮ ବର୍ଷ ହେବା ପରେ ଯୁବକମାନଙ୍କୁ ସିଙ୍ଗାପୁର ସ୍ୱତନ୍ତ୍ର ବଳ, ସିଙ୍ଗାପୁର ନାଗରିକ ସୁରକ୍ଷା ବଳ କିମ୍ବା ସିଙ୍ଗାପୁର ପୁଲିସ ବଳରେ ସେବା ଦେବାକୁ ହୋଇଥାଏ।

publive-image

ସ୍ୱିଜରଲ୍ୟାଣ୍ଡ: ଏଠାରେ ସମସ୍ତ ସକ୍ଷମ ଯୁବକମାନଙ୍କ ପାଇଁ ସୈନ୍ୟ ସେବା ବାଧ୍ୟତାମୂଳକ। ତେବେ ମହିଳାମାନଙ୍କ ପାଇଁ ଏହା ଇଚ୍ଛାଧୀନ ରହିଛି।
ସଂଯୁକ୍ତ ଆରବ ଏମିରେଟ: ଏଠାରେ ୧୭ରୁ ୩୦ ବର୍ଷ ମଧ୍ୟରେ ସମସ୍ତ ଯୁବକମାନଙ୍କ ପାଇଁ ୧୬ ମାସ ପାଇଁ ସୈନ୍ୟ ସେବା ବାଧ୍ୟତାମୂଳକ ହୋଇଛି । ୨୦୧୪ ମସିହାଠାରୁ ୟୁଏଇରେ ଏହି ନିୟମ ଲାଗୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe