ଚର୍ଚ୍ଚାରେ ବୃଦ୍ଧାଶ୍ରମରେ ହୋଇଥିବା ବୃଦ୍ଧ-ବୃଦ୍ଧାଙ୍କ ବିବାହ

Advertisment

ଘରଲୋକ ଘରୁ ବାହାର କରିଦେବା ପରେ ବୃଦ୍ଧାଶ୍ରମରେ ରହୁଥିବା ‌ଥିବା ୬୬ବର୍ଷର ମୁନ୍ନାଲାଲ ୫୭ବର୍ଷୀୟ ପ୍ରୀତିଲତାଙ୍କୁ କଲେ ବିବାହ। ଚର୍ଚ୍ଚାରେ ବୃଦ୍ଧାଶ୍ରମରେ ହୋଇଥିବା ଏହି ବିବାହ।

ଘରଲୋକ ଘରୁ ବାହାର କରିଦେବା ପରେ ବୃଦ୍ଧାଶ୍ରମରେ ରହୁଥିବା ‌ଥିବା ୬୬ବର୍ଷର ମୁନ୍ନାଲାଲ ୫୭ବର୍ଷୀୟ ପ୍ରୀତିଲତାଙ୍କୁ କଲେ ବିବାହ। ଚର୍ଚ୍ଚାରେ ବୃଦ୍ଧାଶ୍ରମରେ ହୋଇଥିବା ଏହି ବିବାହ।

୍ନ୍ନ

ନୂଆଦିଲ୍ଲୀ: ଆଗ୍ରାର କୈଳାସରେ ଅବସ୍ଥିତ ରାମଲାଲ ବୃଦ୍ଧାଶ୍ରମରେ ନିକଟରେ ହୋଇଥିବା ଏକ ବିବାହ ଚର୍ଚ୍ଚାରେ ପରିସରରେ ରହିଛି। 

ଏହି ବିବାହକୁ ନେଇ ଆଗ୍ରା ବିକାଶ ମଞ୍ଚର ସଭାପତି ରାଜକୁମାର ଜୈନ ଏବଂ ସଂଯୋଜକ ସୁନୀଲ କୁମାର ଜୈନ ପ୍ରତିକ୍ରିୟା ଦେଇ କହିଛନ୍ତି,‘ ବୃଦ୍ଧମାନଙ୍କ ପାଇଁ ଏକା ରହିବା ବହୁତ କଷ୍ଟକର ହୋଇପଡ଼େ। ଏହି ବିବାହ ସମାଜକୁ ବାର୍ତ୍ତା ଦେଇଛି କି ବିବାହ ପାଇଁ କୌଣସି ନିଶ୍ଚିତ ବୟସ ନଥାଏ। ଏହା ପ୍ରତ୍ୟେକ ବୟସରେ ହୋଇପାରେ।  ବିଧବା ଏବଂ ଅବିବାହିତ ବୃଦ୍ଧଙ୍କ ପୁନଃବିବାହକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଅଭିଯାନ ଚଳାଇବା ଦିଗରେ ସମସ୍ତେ ଆଗେଇ ଆସିବା ଉଚିତ।

ଘରଲୋକ ଘରୁ ବାହାର କରିଦେବା ପରେ ୬୬ବର୍ଷର ମୁନ୍ନାଲାଲ ତାଙ୍କ ବୃଦ୍ଧା ମା’କୁ ଧରି ରାମଲାଲ ବୃଦ୍ଧାଶ୍ରମ ଚାଲି ଆସିଥି‌ଲେ।ସେହିପରି ପ୍ରୀତିଲତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ପିଲାମାନେ ତାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଚାଲି ଯାଇଥିଲେ।

ବୃଦ୍ଧାଶ୍ରମ‌ାରେ ରହୁଥିବା ସମୟରେ ମୁନ୍ନାଲାଲ ଓ ପ୍ରୀତିଲତାଙ୍କ ମଧ୍ୟରେ ବନ୍ଧୁତା ଗଢ଼ି ଉଠିଥିଲା।  ଦୁହେଁ ବିବାହ କରି ଏକାଠି ରହି ବାକିଥିବା ଜୀବନ ହସଖୁସିରେ କାଟି ଦେବାପାଇଁ ନିଷ୍ପତ୍ତି ନେଇଥିଲେ। 

ଏହାପରେ ମୁନ୍ନାଲାଲ ଆଶ୍ରମର ନିର୍ଦ୍ଦେଶକ ଶିବ ପ୍ରସାଦ ଶର୍ମାଙ୍କୁ ଏକ ଚିଠି ଲେଖି ପ୍ରୀତିଲତାଙ୍କୁ ବିବାହ କରିବା ସମ୍ପର୍କରେ ଜଣାଇଥିଲେ। ଶିବ ପ୍ରସାଦ ଶର୍ମାଙ୍କ ନେତୃତ୍ବରେ ମୁନ୍ନାଲାଲ ଓ ପ୍ରୀତିଲତାଙ୍କ ଖୁବଧୁମଧାମରେ ବିବାହ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe