ନିଖୋଜ ହୋଇଯାଇଥିବା କୁକୁରକୁ ଫେରି ପାଇଲେ ପର୍ଯ୍ୟଟକ

Advertisment

ଦୀର୍ଘ ୧୦୦ ଦିନ ପରେ ଶେଷରେ ପର୍ଯ୍ୟଟକ ଦମ୍ପତି ତାଙ୍କ ନିଖୋଜ ହୋଇଯାଇଥିବା କୁକୁରକୁ ଯମୁନାନଦୀ କୂଳର ମହତାବ ବାଗ ନିକଟସ୍ଥ ଜଙ୍ଗଲରୁ ଖୋଜି ପାଇଛନ୍ତି। କୁକୁରକୁ ଖୋଜିବା ପାଇଁ ୫୦,୦୦୦ଟଙ୍କାର ପୁରସ୍କାର ରାଶି କରିଥିଲେ ଘୋଷଣା।

ଦୀର୍ଘ ୧୦୦ ଦିନ ପରେ ଶେଷରେ ପର୍ଯ୍ୟଟକ ଦମ୍ପତି ତାଙ୍କ ନିଖୋଜ ହୋଇଯାଇଥିବା କୁକୁରକୁ ଯମୁନାନଦୀ କୂଳର ମହତାବ ବାଗ ନିକଟସ୍ଥ ଜଙ୍ଗଲରୁ ଖୋଜି ପାଇଛନ୍ତି। କୁକୁରକୁ ଖୋଜିବା ପାଇଁ ୫୦,୦୦୦ଟଙ୍କାର ପୁରସ୍କାର ରାଶି କରିଥିଲେ ଘୋଷଣା।

୍କମ୍

ନୂଆଦିଲ୍ଲୀ: ଆଗ୍ରାର ଫତେହାବାଦ ରୋଡସ୍ଥିତ ଏକ ପଞ୍ଚତାରକା ହୋଟେଲରୁ ଜଣେ ପର୍ଯ୍ୟଟକଙ୍କ ଏକ କୁକୁର ନିଖୋଜ ହୋଇଯାଇଥିଲା। 

ଦୀର୍ଘ ୧୦୦ ଦିନ ପରେ ଶେଷରେ ପର୍ଯ୍ୟଟକ ଦମ୍ପତି ତାଙ୍କ ନିଖୋଜ ହୋଇଯାଇଥିବା କୁକୁରକୁ ଯମୁନାନଦୀ କୂଳର ମହତାବ ବାଗ ନିକଟସ୍ଥ ଜଙ୍ଗଲରୁ ଖୋଜି ପାଇଛନ୍ତି। 

ପୋଷା କୁକୁରଟିକୁ ପାଇବା ପରେ ଗୁରୁଗ୍ରାମ ନିବାସୀ ଦୀପାୟନ ଘୋଷ ଏବଂ ତାଙ୍କ ପତ୍ନୀ କସ୍ତୁରୀ ଭାବପ୍ରବଣ ହୋଇ ପଡ଼ିଥିଲେ। କୁକୁରଟି ଧରି ଦମ୍ପତି ଭୋଭୋ ହୋଇ କାନ୍ଦିବା ସହିତ ଛୁଅଟି ଭଳି ଖୁବ ସ୍ନେହ କରିଥିଲେ।  

କୁକୁରଟି ନିଖୋଜ ହେବା ପରେ, ଏହି ଦମ୍ପତି ଆଗ୍ରାରେ ପୋଷ୍ଟର ଏବଂ ପାମ୍ପଲେଟ୍ ଲଗାଇଥିଲେ। ଯେଉଁଥିରେ ଉଲ୍ଲେଖ ଥିଲା ଯେଉଁ ବ୍ୟକ୍ତି କୁକୁରକୁ ଖୋଜି ଆଣିବେ ତାଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ।
ଏହି ପୁରସ୍କାର ରାଶି  ଦମ୍ପତି ପ୍ରଥମେ ୧୦ ହଜାର ଟଙ୍କା, ତା'ପରେ ୨୦ ହଜାର ଟଙ୍କା ଏବଂ ଶେଷରେ ୫୦ ହଜାର ଟଙ୍କା ରଖିଥିଲେ। 
ପୁଲିସ ନିଖୋଜ କୁକୁରର ରିପୋର୍ଟ ପଞ୍ଜିକୃତ କରିଥିଲା ଏବଂ ସିସିଟିଭି ଫୁଟେଜକୁ ସ୍କାନ୍ କରିଥିଲା। ଯେଉଁଥିରେ ନଭେମ୍ବର ୩ ତାରିଖରେ ତାଜ ମେଟ୍ରୋ ଷ୍ଟେସନ ନିକଟରେ କୁକୁରଟି ଦେଖାଯାଇଥିଲା। ଏହାପରେ ଶାହଜହାଁ ଗାର୍ଡେନ ପଛ ଅଞ୍ଚଳ ଖୋଜାଖୋଜି କରାଯାଇଥିଲା, କିନ୍ତୁ କୌଣସି ସଫଳତା ମିଳି ନଥିଲା। 
ତାଜ ସିକ୍ୟୁରିଟି ଏସିପି ଆରିବ ଅହମ୍ମଦଙ୍କ ଅନୁଯାୟୀ, ସେ ୧୦୦ରୁ ଅଧିକ କ୍ୟାମେରା ସ୍କାନ କରିଥିଲେ, କିନ୍ତୁ କୌଣସି ସୁରାକ ପାଇପାରି ନଥିଲେ।

ଦୀପାୟନ ଘୋଷ ଏବଂ ତାଙ୍କ ପତ୍ନୀ କସ୍ତୁରୀ ନଭେମ୍ବର ୧ ୨୦୨୪ରେ ସେମାନଙ୍କ ପରିବାର ସହିତ ତାଜମହଲ ବୁଲିବାକୁ ଆସିଥିଲେ ଏବଂ ଫତେହାବାଦ ରୋଡରେ ଥିବା ଏକ ହୋଟେଲରେ ରହିଥିଲେ। ଏହି ସମୟରେ ତାଙ୍କ କୁକୁର ନିଖୋଜ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe