ନ୍ୟାୟ ଅପେକ୍ଷାରେ ଏସିଡ୍ ଆକ୍ରମଣ ପୀଡ଼ିତା ରୁକୈୟା: ଦୁଇ ଦଶନ୍ଧିର ଯନ୍ତ୍ରଣାଦାୟକ କାହାଣୀ ଏମିତି

Advertisment
ନ୍ୟାୟ ଅପେକ୍ଷାରେ ଏସିଡ୍ ଆକ୍ରମଣ ପୀଡ଼ିତା ରୁକୈୟା: ଦୁଇ ଦଶନ୍ଧିର ଯନ୍ତ୍ରଣାଦାୟକ କାହାଣୀ ଏମିତି

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ନାବାଳିକାଙ୍କଠାରୁ ଆରମ୍ଭ କରି ଯୁବତୀ ଓ ମହିଳାମାନଙ୍କ ଉପରେ ହେଉଥିବା ବୀଭତ୍ସ ଏସିଡ୍ ଆକ୍ରମଣ ଘଟଣା ସାରା ଦେଶରେ ଉଦ୍‌ବେଗ ଓ ଆଲୋଡନ ସୃଷ୍ଟି କରୁଛି। ହତ୍ୟା କଲେ ଯେପରି ଆଜୀବନ କାରାଦଣ୍ଡର ବ୍ୟବସ୍ଥା ଅଛି ସେହିପରି ଏସିଡ୍ ଆକ୍ରମଣ କରିଥିବା ଅପରାଧୀଙ୍କୁ ସମାନ ଦଣ୍ଡ ମିଳିବାର ବ୍ୟବସ୍ଥା ରହିଛି। କିନ୍ତୁ ଅନେକ କ୍ଷେତ୍ରରେ ଏମିତି ହୁଏ, ଏସିଡ୍ ଆକ୍ରମଣର ଶିକାର ହୋଇ ବି ପରିସ୍ଥିତିରୁ ହାରିଯାଇ ନ୍ୟାୟରୁ ବଞ୍ଚିତ ରହିଯାଇଥାନ୍ତି ପୀଡ଼ିତା। ଯଦିଓ କାହା ଉପରେ ଏସିଡ୍ ଆକ୍ରମଣ ହୁଏ, ତେବେ କେବଳ ସୁପ୍ରିମକୋର୍ଟ ନିର୍ଦ୍ଦୋଷମାନଙ୍କୁ ଏସିଡ୍ ଦାଗରୁ ରକ୍ଷା କରିବା ପାଇଁ କଡ଼ା ନିୟମର ବ୍ୟବସ୍ଥା କରିଛନ୍ତି।  ଜାଣନ୍ତୁ ଏସିଡ୍ ଆକ୍ରମଣର ଶିକାର ହୋଇ ନ୍ୟାୟ ଅପେକ୍ଷାରେ ଥିବା ଜନୈକା ପୀଡ଼ିତା ରୁକୈୟାଙ୍କ ଯନ୍ତ୍ରଣାଦାୟକ କାହାଣୀ ସଂପର୍କରେ...

ରିପୋର୍ଟ ମୁତାବକ, ଆଗ୍ରାସ୍ଥିତ ଶିରୋଜ ହ୍ୟାଙ୍ଗଆଉଟ୍ କାଫେରେ କାମ କରନ୍ତି ୩୪ ବର୍ଷୀୟା ରୁକୈୟା। ଏହା ଏପରି ଏକ କାଫେ, ଯେଉଁଥିରେ କାମ କରୁଥିବା ସମସ୍ତ ବ୍ୟକ୍ତି ଏସିଡ୍ ଆକ୍ରମଣର ଶିକାର ହୋଇଛନ୍ତି। ଏସିଡ୍ ଆକ୍ରମଣର ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ରୁକୈୟା ବର୍ତ୍ତମାନ ତାଙ୍କ ଜୀବନରେ ଆଗକୁ ବାଢ଼ିଥିଲେ ମଧ୍ୟ ଦୀର୍ଘ ୨୦ବର୍ଷ ପରେ ବି ନ୍ୟାୟକୁ ଅପେକ୍ଷା କରିଛନ୍ତି।

publive-image

ଯେତେବେଳେ ଡିସେମ୍ବର ୬ ତାରିଖରେ ଆଗ୍ରା ଜୋନର ଏଡିଜି ରାଜୀବ କୃଷ୍ଣ ସେହି କାଫେରେ ପହଞ୍ଚିଲେ ଏବଂ ଜାଣିବାକୁ ପାଇଲେ ଯେ, ସେଠାରେ କାମ କରୁଥିବା ସମସ୍ତ ବ୍ୟକ୍ତି ଏସିଡ୍ ଆକ୍ରମଣର ଶିକାର ହୋଇ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି। କିନ୍ତୁ ପରିବାର ଚାପରେ ବା ଅନ୍ୟ କୌଣସି କାରଣରୁ ନ୍ୟାୟ ପାଇଁ ପୁଲିସ ନିକଟରେ ଘଟଣା ସଂପର୍କରେ ଅଭିଯୋଗ କରିନାହାନ୍ତି। ଏଡିଜି ରୁକୈୟା ଏବଂ ଅନ୍ୟ ଝିଅମାନଙ୍କ କାହାଣୀ ଶୁଣିବା ପରେ ନ୍ୟାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ।

୭ ସେପ୍ଟେମ୍ବର ୨୦୦୨ରେ ରୁକୈୟାଙ୍କ ଉପରେ ଏସିଡ୍ ଆକ୍ରମଣ କରିଥିଲେ ନିଜ ବଡ଼ ଭଉଣୀର ଦିଅର। ସେ ବାହା ହେବା ପାଇଁ ଜିଦ୍ ଧରିଥିଲେ, ଯେତେବେଳେ କି ରୁକୈୟା ମାତ୍ର ୧୪ ବର୍ଷର ଥିଲେ। ବାହାଘର କରିବା ପାଇଁ ଘରେ ମଧ୍ୟ ମନା କରିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe