ଅହମଦାବାଦ: ଚର୍ଚ୍ଚାରେ ବାଇକର ଦାଦି। ଭଉଣୀଙ୍କୁ ସାଙ୍ଗରେ ଧରି ମାର୍କେଟ ବୁଲୁଛନ୍ତି ବୃଦ୍ଧା। ଭିଡ ରାସ୍ତାରେ ସ୍ମାର୍ଟ ଅନ୍ଦାଜରେ ଗାଡି ଚଲାଉଛନ୍ତି ବୃଦ୍ଧା। ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚାରେ ଅହମଦାବାଦର ମନ୍ଦାକିନୀ ଶାହ।
ଚର୍ଚ୍ଚାରେ ବାଇକର ଦାଦି। ଭଉଣୀଙ୍କୁ ସାଙ୍ଗରେ ଧରି ମାର୍କେଟ ବୁଲୁଛନ୍ତି ବୃଦ୍ଧା। ଭିଡ ରାସ୍ତାରେ ସ୍ମାର୍ଟ ଅନ୍ଦାଜରେ ଗାଡି ଚଲାଉଛନ୍ତି ବୃଦ୍ଧା। ଅହମଦାବାଦର ଦୁଇ ଭଉଣୀ ସ୍କୁଟରରେ ସହର ବୁଲୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବୃଦ୍ଧାଙ୍କ ଗାଡି ଚଲାଇବା ସମୟର ଭିଡିଓ ଦେଖିଲେ କେହି ବି ଅନୁମାନ କରିପାରିବେ ନାହିଁ ସେ ୮୭ବର୍ଷ ବୟସରେ ଅବତରଣ କରିସାରିଲେଣି ବୋଲି।
କ’ଣ କହିଛନ୍ତି ମନ୍ଦାକିନୀ?
ବୟସ କେବଳ ଏକ ନମ୍ବର ବୋଲି ପ୍ରମାଣ କରିଥିବା ମନ୍ଦାକିନୀ ୮୭ ବର୍ଷ ବୟସରେ ନିଜ ସାନ ଉଭଣୀ ଉଷାକୁ ଧରି ଅହମଦାବାଦର ଟ୍ରାଫିକରେ ଅତି ସହଜରେ ଗାଡି ଚଲାଉଥିବା ଦେଖାଯାଇଛି। କେବଳ ଏତିକି ନୁହେଁ ଗାଡି ଚଲାଇବା ବେଳେ ସେ ଭଉଣୀଙ୍କ ସହ କଥାବାର୍ତ୍ତା ମଧ୍ୟ କରୁଛନ୍ତି। ଏହି ଭିଡିଓକୁ ଦେଖିବା ପରେ ଲୋକେ ତାଙ୍କୁ ପ୍ରଶଂସା କରିବା ସହ ବୃଦ୍ଧାଙ୍କୁ 'ବାଇକର ଦାଦି' ବୋଲି କହିବା ଆରମ୍ଭ କରିଛନ୍ତି । ମନ୍ଦାକିନୀଙ୍କ କହିବା ଅନୁସାରେ, ତାଙ୍କ ବାପା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଦେଶ ସ୍ୱାଧୀନତା ପାଇବା ପରେ ତାଙ୍କ ବାପା ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ। କିନ୍ତୁ ଅର୍ଥ ଅଭାବରୁ ସେ ନିଜର ବ୍ୟବସାୟ ଆରମ୍ଭ କରିପାରି ନଥିଲେ । ପରିବାରରେ ପ୍ରତିଦିନ ଅଭାବ ଲାଗିରହିବା କାରଣରୁ ତାଙ୍କ ମାଆଙ୍କୁ ପ୍ରତିଦିନ କଠିନ ପରିଶ୍ରମ କରିବାର ଦେଖି ମନ୍ଦାକିନୀ ଆତ୍ମନିର୍ଭରଶୀଳ ହେବାର ମୁଲ୍ୟ ବୁଝିଥିଲେ।
ଆହୁରି ଦେଖନ୍ତୁ: Hanuman Loves This zodiac signs: ଏହି ୪ରାଶିକୁ ପସନ୍ଦ କରନ୍ତି ପ୍ରଭୁ ଶ୍ରୀହନୁମାନ
ସ୍ବାଧୀନ ଭାବରେ ବଞ୍ଚିବା ମୋର ପସନ୍ଦ
୮୭ ବର୍ଷ ବୟସରେ କାହିଁକି ଗାଡି ଚଲାଉଛନ୍ତି ବୋଲି ମନ୍ଦାକିନୀଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା ସେତେବଳେ ସେ ହସି ହସି କହିଥିଲେ ଯେ, ମୋତେ ମୋ ଉଭଣୀକୁ ବସାଇ ଗାଡି ଚଲାଇବାକୁ ଭଲ ଲାଗେ। ୬୨ ବର୍ଷ ବୟସରେ ମୁଁ ଗାଡି ଚଲାଇବା ଶିଖିଥିଲି, ଏହାଛଡା ମୋତେ ସ୍ବାଧୀନ ଭାବରେ ବଞ୍ଚିବା ପସନ୍ଦ। ସେଥିପାଇଁ ମୁଁ ଆଜି ପର୍ଯ୍ୟନ୍ତ ଗାଡି ଚଲାଉଛି। ମନ୍ଦାକିନୀ ୬ଭାଇଭଉଣୀଙ୍କ ମଧ୍ୟରୁ ବଡ଼ ହୋଇଥିବାରୁ, ବହୁତ କମ ବୟସରେ ସେ ପରିବାରର ଦାୟିତ୍ୱ ନେବା ଶିଖିଥିଲେ। ଜୀବନର ଅର୍ଥ ଛୋଟବେଳୁ ବୁଝିସାରିଥିଲେ ମନ୍ଦାକିନୀ। ସେଥିପାଇଁ ଜୀବନରେ ବାକି ଥିବା ସମୟକୁ ନିଜ ହିସାବରେ ସେ କାଟିବାକୁ ଚାହାନ୍ତି ବୋଲି କହିଛନ୍ତି। ମନ୍ଦାକିନୀଙ୍କ ଏହି ଭିଡିଓ ଅନେକଙ୍କୁ ପ୍ରେରଣା ଦେବ ନିଶ୍ଚୟ। ମନୋବଳ ଦୃଢ କରିପାରିଲେ ମଣିଷ ପକ୍ଷେ ଯେ ସବୁ ସମ୍ଭବ ତାହା ପ୍ରମାଣ କରିଛନ୍ତି ମନ୍ଦାକିନୀ।
ଆହୁରି ପଢ଼ନ୍ତୁ: Court Order Seized: ଜମି ଅଧିଗ୍ରହଣ ଟଙ୍କା ନ ଦେବାରୁ ଜବତ ହେଲା ତହସିଲଦାରଙ୍କ ଅଫିସ ଆସବାବପତ୍ର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/12/10/biker-dadi-2025-12-10-16-02-05.jpg)