ଲକଡାଉନ୍ ସମୟରେ ଦିବ୍ୟାଙ୍ଗଙ୍କ ଚାଲି ଯାଇଥିଲା ଚାକିରି; ଭାଙ୍ଗି ନପଡ଼ି ଛୋଟ ବ୍ୟବସାୟ ଆରମ୍ଭ କରି ଏବେ ଖୁସିରେ ଅଛନ୍ତି

Advertisment
ଲକଡାଉନ୍ ସମୟରେ ଦିବ୍ୟାଙ୍ଗଙ୍କ ଚାଲି ଯାଇଥିଲା ଚାକିରି; ଭାଙ୍ଗି ନପଡ଼ି ଛୋଟ ବ୍ୟବସାୟ ଆରମ୍ଭ କରି ଏବେ ଖୁସିରେ ଅଛନ୍ତି

ANI

ନୂଆଦିଲ୍ଲୀ: କରୋନାଭାଇରସ୍ ଏବଂ ଲକଡାଉନ୍ ଅନେକ ଲୋକଙ୍କୁ ଆତ୍ମନିର୍ଭରଶୀଳ କରି ଦେଇଛି।| ଲକଡାଉନ୍ ହେତୁ ଅନେକ ଲୋକ ଚାକିରି ହରାଇଥିବା ବେଳେ କିଛି ଲୋକ ହାର ନ ମାନି ନିଜର ଛୋଟବଡ଼ ବ୍ୟବସାୟ ଆରମ୍ଭ କରି ଥି‌ଲେ। ଆଉ ସେମାନେ ଏହି ବ୍ୟବସାୟ ଆରମ୍ଭ କରି ନିଜ ସ୍ୱପ୍ନକୁ ପୂରଣ ବି କରିଛନ୍ତି।

ଏହି କ୍ରମରେ ଅହମ୍ମଦାବାଦରେ ବସବାସ କରୁଥିବା ଦିବ୍ୟାଙ୍ଗ ଠକ୍କର ଅଶ୍ବୀନ ଚାକିରି ଛାଡିବା ପରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ଏଥିରେ ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ସମର୍ଥନ ବି କରିଥିଲେ। ଆଜି ସେ ଏହି ବ୍ୟବସାୟରୁ ଦୁଇ ପଇସା ରୋଜଗାର କରି ବେଶ୍ ଖୁସିରେ ଦିନ କାଟୁଛନ୍ତି।

ଅଶ୍ୱିନ ଅହମ୍ମଦାବାଦର ଏକ ହୋଟେଲରେ ଟେଲିଫୋନ୍ ଅପରେଟର ଭାବେ କାମ କରୁଥିଲେ। କରୋନା ମହାମାରୀ ପାଇଁ ଜାରି ହୋଇଥିବା ଲକଡାଉନ୍ ହେତୁ ସେ ତାଙ୍କ ଚାକିରି ହରାଇ ଦେଇଥିଲେ। ଏହାପରେ ସେ ହାର ନମାନି ଛୋଟ ବ୍ୟବସାୟଟିଏ ଆରମ୍ଭ କରିଥିଲେ।

ନିଜର ଏହି ବ୍ୟବସାୟକୁ ନେଇ ଅଶ୍ବିନୀ କହିଛନ୍ତି, ମୁଁ ଶିଖିଛି କେମିତି ଆତ୍ମନିର୍ଭର ହୋବକୁ ପଡ଼ିଥାଏ। ମୁଁ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପସନ୍ଦ କରି ନ ଥାଏ, ଯାହା କରିବି ନିଜେ କରିବି ବୋଲି ସବୁବେଳେ ଭାବିଥାଏ। ଅନେକ ଲୋକ ମୋତେ ସମର୍ଥନ କରୁଛନ୍ତି।

ଅଶ୍ୱିନ ଏହା ପୂର୍ବରୁ କେବେ ବି ବ୍ୟବସାୟ କରି ନ ଥିଲେ। ପ୍ରାରମ୍ଭିକ ସମୟରେ ସେ ଯେତେବେଳେ ବ୍ୟବସାୟ ଆରମ୍ଭ କରିଥିଲେ, ତାଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା। ଯେପରିକି ଏହି କାର୍ଯ୍ୟ କେତେ ଦିନ ଚାଲିବ ?

ଦୃଷ୍ଟିଶକ୍ତି ନ ଥିବାରୁ ପ୍ରଥମେ ପ୍ରଥମେ ଅଶ୍ବିନୀଙ୍କୁ ସାମଗ୍ରୀ ବିତରଣ କରିବାରେ ବହୁ କଷ୍ଟ ହୋଇଥିଲା। କିନ୍ତୁ ଇଚ୍ଛାଶକ୍ତି ଯୋଗୁଁ ସେ ଆଜି ସଫଳ ହୋଇପାରିଛନ୍ତି | ତାଙ୍କ ବ୍ୟବସାୟରେ ପତ୍ନୀ ଗୀତା ମଧ୍ୟ ତାଙ୍କୁ ସମର୍ଥନ ବି କରୁଛନ୍ତି। ବର୍ତ୍ତମାନ ସେମାନେ ଦଶହରା ଓ ଦୀପାବଳି ଉପଲକ୍ଷେ ଏକ ମିଠା ଷ୍ଟଲ୍ ଖୋଲିବାକୁ ଚିନ୍ତା କରୁଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe