ଭବିଷ୍ୟବାଣୀରେ ମଣିଷର ସମକକ୍ଷ ହେଲାଣି ଏଆଇ

ଏକ ବ୍ରିଟିସ୍‌ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଷ୍ଟାର୍ଟଅପ୍ ଆନ୍ତର୍ଜାତୀୟ ପୂର୍ବାନୁମାନ ପ୍ରତିଯୋଗିତାର ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛି।  ଏଥିରେ ଅଂଶଗ୍ରହଣକାରୀମାନଙ୍କୁ ୬୦ଟି ଘଟଣାର ସମ୍ଭାବନା ସମ୍ପର୍କରେ ପୂର୍ବାନୁମାନ କରିବାକୁ କୁହାଯାଇଥିଲା।

Ai

ଏକ ବ୍ରିଟିସ୍‌ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଷ୍ଟାର୍ଟଅପ୍ ଆନ୍ତର୍ଜାତୀୟ ପୂର୍ବାନୁମାନ ପ୍ରତିଯୋଗିତାର ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛି।  ଏଥିରେ ଅଂଶଗ୍ରହଣକାରୀମାନଙ୍କୁ ୬୦ଟି ଘଟଣାର ସମ୍ଭାବନା ସମ୍ପର୍କରେ ପୂର୍ବାନୁମାନ କରିବାକୁ କୁହାଯାଇଥିଲା। ଏଥିରେ ‘ମାଣ୍ଟିକ୍‌ ଏଆଇ’ ନାମକ ଏହି ଷ୍ଟାର୍ଟଅପ୍ ଅଷ୍ଟମ ସ୍ଥାନ ରହିଛି, ଯେଉଁଠାରେ ଅଂଶଗ୍ରହଣକାରୀମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍ ଓ ତାଙ୍କର ଏକଦା ଘନିଷ୍ଠ ସହଯୋଗୀ ଏଲୋନ୍ ମସ୍କଙ୍କ ମଧ୍ୟରେ ବିବାଦ ଭଳି ଘଟଣାଗୁଡ଼ିକର ପୂର୍ବାନୁମାନ କରିଥିଲେ।

ଯଦିଓ ‘ମାଣ୍ଟିକ୍‌ ଏଆଇ’ ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ମାନବ ପୂର୍ବାନୁମାନକାରୀଙ୍କ ପଛରେ ରହିଥିଲା, ତେବେ ୨୦୨୯ ସୁଦ୍ଧା ଏଆଇ ଏ କ୍ଷେତ୍ରରେ ମଣିଷଙ୍କ ସମକକ୍ଷ ହେବ କିମ୍ବା ସେମାନଙ୍କୁ ଟପି ଯିବ ବୋଲି ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିଛନ୍ତି। ପ୍ରତିଯୋଗିତା ପୂର୍ବରୁ, ଅଂଶଗ୍ରହଣକାରୀମାନେ ଭବିଷ୍ୟବାଣୀ କରିଥିଲେ ଯେ ଶ୍ରେଷ୍ଠ ଏଆଇର ସ୍କୋର ଶ୍ରେଷ୍ଠ ମାନବ ପ୍ରଦର୍ଶନକାରୀଙ୍କ ହାରାହାରି ୪୦ ପ୍ରତିଶତ ହେବ। ତେବେ ମାଣ୍ଟିକ୍ ସର୍ବଶ୍ରେଷ୍ଠ ମାନବ ହାସଲ କରିଥିବା ସ୍କୋର୍‌ର ୮୦ ପ୍ରତିଶତରୁ ଅଧିକ ହାସଲ କରିଥିଲା। ଏଆଇ ମଡେଲଗୁଡ଼ିକ କ୍ରମଶଃ ମାନବ-ସ୍ତରୀୟ କୃତ୍ରିମ ବୁଦ୍ଧିମତ୍ତା ବା କୃତ୍ରିମ ସାଧାରଣ ବୁଦ୍ଧିମତ୍ତା(ଏଜିଆଇ)ର ନିକଟତର ହୋଇପାରିବେ ବୋଲି ବିଶେଷଜ୍ଞମାନେ ଆଶା କରୁଛନ୍ତି। ଏଜିଆଇ ଏଭଳି ମେସିନ ହେବ ଯାହା ମଣିଷ ପରି ବିଭିନ୍ନ କ୍ଷେତ୍ରର ଜ୍ଞାନକୁ ବୁଝିବା, ଶିଖିବା ଓ ପ୍ରୟୋଗ କରିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe