୧୫ ସେକେଣ୍ଡରେ ହୃଦ୍‌ରୋଗ ନିରୂପଣ କରୁଛି ଏଆଇ ଷ୍ଟେଥୋସ୍କୋପ୍‌

ଲଣ୍ଡନର ଇମ୍ପେରିଆଲ୍ କଲେଜ ଏବଂ ଇମ୍ପେରିଆଲ୍ କଲେଜ୍ ହେଲ୍‌ଥକେଆର୍ ଟ୍ରଷ୍ଟର ଗବେଷକମାନେ ଏକ ସ୍ବତନ୍ତ୍ର ଧରଣର କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ପରିଚାଳିତ ଷ୍ଟେଥୋସ୍କୋପ୍ ବିକଶିତ କରିଛନ୍ତି, ଯାହା ମାତ୍ର ୧୫ ସେକେଣ୍ଡ୍‌ରେ ତିନିଟି ଗୁରୁତର ହୃଦ୍‌ରୋଗ ନିର୍ଣ୍ଣୟ କରିପାରିବ।

sfsffsxcxc

ଲଣ୍ଡନର ଇମ୍ପେରିଆଲ୍ କଲେଜ ଏବଂ ଇମ୍ପେରିଆଲ୍ କଲେଜ୍ ହେଲ୍‌ଥକେଆର୍ ଟ୍ରଷ୍ଟର ଗବେଷକମାନେ ଏକ ସ୍ବତନ୍ତ୍ର ଧରଣର କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ପରିଚାଳିତ ଷ୍ଟେଥୋସ୍କୋପ୍ ବିକଶିତ କରିଛନ୍ତି, ଯାହା ମାତ୍ର ୧୫ ସେକେଣ୍ଡ୍‌ରେ ତିନିଟି ଗୁରୁତର ହୃଦ୍‌ରୋଗ ନିର୍ଣ୍ଣୟ କରିପାରିବ। ଏହି ଉଦ୍ଭାବନ ହୃଦ୍‌ଘାତ, ହୃତ୍‌ପିଣ୍ଡ ଭଲ୍‌ଭ ଅସ୍ବାଭାବିକତା ଓ ଅସାଧାରଣ ଭାବେ ଦ୍ରୁତ ହୃଦ୍‌ସ୍ପନ୍ଦନ ଆଦିର ପ୍ରାରମ୍ଭିକ ଚିହ୍ନଟ କରି ହୃଦ୍‌ରୋଗ ଚିକିତ୍ସାରେ ବିପ୍ଳବ ଆଣିପାରିବ ବୋଲି ଆଶା କରାଯାଉଛି।

ଏହି ନୂତନ ଚିକିତ୍ସା ଉପକରଣ ଦୁଇ ଶତାବ୍ଦୀରୁ ଅଧିକ ସମୟ ଧରି ବ୍ୟବହୃତ ହୋଇଆସୁଥିବା ପାରମ୍ପରିକ ଷ୍ଟେଥୋସ୍କୋପ୍‌ର ଏକ ଉନ୍ନତ ସଂସ୍କରଣ। କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ଏହି ହାଇ-ଟେକ୍ ଷ୍ଟେଥୋସ୍କୋପ୍ ହୃଦ୍‌ରୋଗ ଏବଂ ରକ୍ତ ପ୍ରବାହରେ କ୍ଷୁଦ୍ର ତଥା ସୂକ୍ଷ୍ମ ପରିବର୍ତ୍ତନ ବିଶ୍ଳେଷଣ କରିପାରିବ। ନିକଟରେ ମାଦ୍ରିଦ୍‌ରେ ଅନୁଷ୍ଠିତ ୟୁରୋପୀୟ ସୋସାଇଟି ଅଫ୍ କାର୍ଡିଓଲୋଜିର ବାର୍ଷିକ କଂଗ୍ରେସରେ ଏହି ଅଭିନବ ଚିକିତ୍ସା ଉପକରଣର କାର୍ଯ୍ୟଦକ୍ଷତା ପ୍ରଦର୍ଶିତ ହୋଇଥିଲା। 

ଉଲ୍ଲେଖଯୋଗ୍ୟ, ହୃତ୍‌ପିଣ୍ଡ ରୋଗ ପ୍ରାରମ୍ଭିକ ସ୍ତରରେ ନିର୍ଣ୍ଣୟ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଶୀଘ୍ର ଜୀବନ ରକ୍ଷାକାରୀ ଚିକିତ୍ସା ପାଇବାରେ ସାହାଯ୍ୟ କରେ। ୟୁନାଇଟେଡ୍‌ ଇଂଲଣ୍ଡ୍‌ର ପ୍ରାୟ ୨୦୦ଟି କ୍ଲିନିକ୍‌ର ୧୨,୦୦୦ ରୋଗୀଙ୍କ ଉପରେ ଆଧାରିତ ଏକ ବଡ଼ ଅଧ୍ୟୟନରେ ଏଆଇ ଷ୍ଟେଥୋସ୍କୋପ୍ ଅତ୍ୟନ୍ତ ପ୍ରଭାବଶାଳୀ ପ୍ରମାଣିତ ହୋଇଛି। ଏହି ଉପକରଣ ଦ୍ୱାରା ପରୀକ୍ଷା କରାଯାଇଥିବା ରୋଗୀମାନଙ୍କ ହୃଦ୍‌ଘାତ ନିର୍ଣ୍ଣୟ ହେବାର ସମ୍ଭାବନା ଦୁଇଗୁଣ, ଆଟ୍ରିଏଲ୍ ଫାଇବ୍ରିଲେସନ୍ ରୋଗ ନିର୍ଣ୍ଣୟ ହେବାର ସମ୍ଭାବନା ତିନିଗୁଣ ଏବଂ ହୃତ୍‌ପିଣ୍ଡ ଭଲ୍‌ଭ ରୋଗ ନିର୍ଣ୍ଣୟ ହେବାର ସମ୍ଭାବନା ପ୍ରାୟ ଦୁଇଗୁଣ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe