ଏଆଇ ବିପ୍ଳବ ସୃଷ୍ଟି କରିବ ଇ-ବର୍ଜ୍ୟ ପାହାଡ଼

Advertisment

ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସମ୍ପ୍ରତି ଏକ ଅପରିହାର୍ଯ୍ୟ ମାଧ୍ୟମର ରୂପ ନେବାକୁ ବସିଛି। ତେବେ ଏଆଇର ବହୁଳ ବ୍ୟବହାର ଯୋଗୁଁ ପରିତ୍ୟକ୍ତ ହୋଇ ପଡୁଥିବା ପୁରୁଣା ଇଲେକ୍ଟ୍ରୋନିକ୍‌ ସରଞ୍ଜାମଗୁଡ଼ିକୁ ଠୁଳ କରିବାର ସମସ୍ୟା ଚିନ୍ତାଜନକ ହୋଇଚାଲିଛି।

ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସମ୍ପ୍ରତି ଏକ ଅପରିହାର୍ଯ୍ୟ ମାଧ୍ୟମର ରୂପ ନେବାକୁ ବସିଛି। ତେବେ ଏଆଇର ବହୁଳ ବ୍ୟବହାର ଯୋଗୁଁ ପରିତ୍ୟକ୍ତ ହୋଇ ପଡୁଥିବା ପୁରୁଣା ଇଲେକ୍ଟ୍ରୋନିକ୍‌ ସରଞ୍ଜାମଗୁଡ଼ିକୁ ଠୁଳ କରିବାର ସମସ୍ୟା ଚିନ୍ତାଜନକ ହୋଇଚାଲିଛି।

dgjgdgjdjdg

ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସମ୍ପ୍ରତି ଏକ ଅପରିହାର୍ଯ୍ୟ ମାଧ୍ୟମର ରୂପ ନେବାକୁ ବସିଛି। ତେବେ ଏଆଇର ବହୁଳ ବ୍ୟବହାର ଯୋଗୁଁ ପରିତ୍ୟକ୍ତ ହୋଇ ପଡୁଥିବା ପୁରୁଣା ଇଲେକ୍ଟ୍ରୋନିକ୍‌ ସରଞ୍ଜାମଗୁଡ଼ିକୁ ଠୁଳ କରିବାର ସମସ୍ୟା ଚିନ୍ତାଜନକ ହୋଇଚାଲିଛି। ଏଥିଯୋଗୁଁ ୨୦୩୦ ସୁଦ୍ଧା ୫ ନିୟୁତ ଟନ୍‌ ଓଜନର ଇ-ବର୍ଜ୍ୟ ସାମଗ୍ରୀ ପାହାଡ଼ ସଦୃଶ ଗଦା ହୋଇ ପରିବେଶକୁ ପ୍ରଦୂଷିତ କରିବ ବୋଲି ଏକ ସଦ୍ୟ ଅନୁଧ୍ୟାନରୁ ଆଶଙ୍କା ବ୍ୟକ୍ତ କରାଯାଇଛି। 

କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଅନେକ କ୍ଷେତ୍ରରେ ବରଦାନ ସାବ୍ୟସ୍ତ ହେଉଛି ସତ, କିନ୍ତୁ ଏଆଇ ବିପ୍ଳବ ଯୋଗୁଁ ପରିତ୍ୟକ୍ତ ହୋଇ ପଡୁଥିବା ଇଲେକ୍ଟ୍ରୋନିକ୍‌ ସରଞ୍ଜାମଗୁଡ଼ିକ ପରିବେଶ ଓ ଜନସ୍ବାସ୍ଥ୍ୟ ଲାଗି ଏକ ନୂଆ ବିପଦ ରୂପେ ଉଭା ହେଲାଣି। ଏଥିଯୋଗୁଁ ୨୦୩୦ ସୁଦ୍ଧା ୫ ନିୟୁତ ଟନ୍‌ ଓଜନର ଇ-ବର୍ଜ୍ୟ ପାହାଡ଼ ସୃଷ୍ଟି ହୋଇ ପରିବେଶକୁ ପ୍ରଦୂଷିତ କରିବ ବୋଲି ଏକ ଅଧ୍ୟୟନରୁ ଆଶଙ୍କା ପ୍ରକାଶ ପାଇଛି।

ଚାଇନିଜ୍‌ ଏକାଡେମି ଅଫ୍‌ ସାଇନ୍‌ସ ଓ ଇସ୍ରାଏଲର ରିଚ୍‌ମ୍ୟାନ୍‌ ବିଶ୍ବବିଦ୍ୟାଳୟର ପରିବେଶ ବିଜ୍ଞାନୀମାନେ ଚିନ୍ତା ପ୍ରକଟ କରି କହିଛନ୍ତି ଯେ, ଚାଟ୍‌ଜିପିଟି ପରି ଏକ ଏଆଇ ଆପ୍ଲିକେସନ୍‌କୁ ଉଦାହରଣ ନିଆଯାଉ। ତାହାକୁ ସକ୍ରିୟ କରିବା ପାଇଁ ସ୍ବତନ୍ତ୍ର ହାର୍ଡୱେର୍‌ର ଚାହିଦା ବଢ଼ିବାରେ ଲାଗିଛି। ଫଳରେ ପୁରୁଣା ଇଲେକ୍ଟ୍ରୋନିକ୍‌ ସରଞ୍ଜାମଗୁଡ଼ିକ ଅଦରକାରୀ ହୋଇ ଇ-ବର୍ଜ୍ୟ ଆକାରରେ ପଡ଼ିରହୁଛି। କେବଳ ୨୦୨୩ ମସିହାରେ ବିଶ୍ବରେ ୨,୬୦୦ ଟନ୍‌ ଓଜନର ଇ-ବର୍ଜ୍ୟ ବାହାରିଥିବା ଆକଳନ କରାଯାଇଛି। ସୁତରାଂ ଏ ଦିଗରେ କୌଣସି ଠୋସ୍‌ ପଦକ୍ଷେପ ବିନା ଏଭଳି ସ୍ଥିତି ଜାରି ରହିଲେ ୨୦୩୦ ମସିହା ବେଳକୁ ଇ-ବର୍ଜ୍ୟ ପରିଚାଳନା ଅସମ୍ଭାଳ ହେବ ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି। ତୁଳନାତ୍ମକ ଭାବେ ସେତେବେଳକୁ ମୋଟ ଇ-ବର୍ଜ୍ୟ ପରିମାଣ ବିଶ୍ବର ୮୫୦ କୋଟି ଲୋକଙ୍କ ଭିତରୁ ପ୍ରତ୍ୟେକ ଦୁଇଟି ଲେଖାଏଁ ସ୍ମାର୍ଟଫୋନ୍‌ ଫିଙ୍ଗିବା ସଙ୍ଗେ ସମାନ ହେବ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ଇ-ବର୍ଜ୍ୟ ସାମଗ୍ରୀରେ ସୀସା ଓ କ୍ରୋମିଅମ୍‌ ପରି ବିଷାକ୍ତ ପଦାର୍ଥ ରହୁଥିବାରୁ ତାହା ଦ୍ବାରା ସୃଷ୍ଟ ପରିବେଶ ପ୍ରଦୂଷଣ କଳ୍ପନାତୀତ ଭାବେ ଘାତକ ସାବ୍ୟସ୍ତ ହେବ।

ତାହାକୁ ଦୃଷ୍ଟିରେ ରଖି ସମ୍ପ୍ରତି କିଛି ଇଲେକ୍ଟ୍ରୋନିକ୍‌ ସାମଗ୍ରୀରେ ସୁନା ଓ ପ୍ଳାଟିନମ୍‌ ପରି ପୁନଃପ୍ରକ୍ରିୟାଶୀଳ ପଦାର୍ଥ ବ୍ୟବହୃତ ହେଉଥିଲେ ହେଁ ଏଭଳି ଇ-ବର୍ଜ୍ୟ ପରିଚାଳନା ପର୍ଯ୍ୟାପ୍ତ ନୁହେଁ। ଗବେଷକମାନଙ୍କ ନିରୀକ୍ଷଣ ଅନୁଯାୟୀ,  ଏହି ଇ-ବର୍ଜ୍ୟ ସମସ୍ୟା ମୁଖ୍ୟତଃ ଉତ୍ତର ଆମେରିକାରୁ ସୃଷ୍ଟି ହୋଇଛି, କାରଣ ଆମେରିକା ଓ କାନାଡ଼ା ପରି ଦେଶରେ ହିଁ ପ୍ରମୁଖ ଏଆଇ ତଥ୍ୟ କେନ୍ଦ୍ରଗୁଡ଼ିକ କାର୍ଯ୍ୟକ୍ଷମ। ସେହିପରି ଭୂ-ରାଜନୈତିକ ପ୍ରତିବନ୍ଧକ ମଧ୍ୟ ଏହି ସମସ୍ୟାକୁ ବଢ଼ାଇ ଚାଲିଛି। ଉଦାହରଣ ସ୍ବରୂପ, ଚୀନ୍‌କୁ ଅତ୍ୟାଧୁନିକ ତଥା ମାର୍ଜ୍ଜିତ ଜିପିୟୁ ରପ୍ତାନି କରିବା ଉପରେ ଆମେରିକା କଟକଣା ଲଗାଇଛି। ଫଳରେ ଚୀନ୍‌ର ତଥ୍ୟ କେନ୍ଦ୍ରଗୁଡ଼ିକ ସେଇ ପୁରୁଣା ଜ୍ଞାନକୌଶଳର ଆଶ୍ରୟ ନେଉଛନ୍ତି, ଯଦ୍ଦ୍ବାରା ଇ-ବର୍ଜ୍ୟ ସାମଗ୍ରୀ ଗଦା ହେବାରେ ଲାଗିଛି। ଏ ପ୍ରକାର ମନୁଷ୍ୟକୃତ ବିଭୀଷିକାର ମୁକାବିଲା ପାଇଁ ପୁନଃପ୍ରକ୍ରିୟାକୃତ ତଥା ପୁନଃବ୍ୟବହାରକ୍ଷମ ଇଲେକ୍ଟ୍ରୋନିକ୍‌ ସାମଗ୍ରୀକୁ ପ୍ରୋତ୍ସାହିତ କରିବା ଲାଗି ଏକ ବୃତ୍ତୀୟ ଅର୍ଥନୀତିର ଗୁରୁତ୍ବ ରହିଛି। ଏହା ଦ୍ବାରା ବିଶ୍ବବ୍ୟାପୀ ଇ-ବର୍ଜ୍ୟ ପରିମାଣ ୮୬ ପ୍ରତିଶତ କମିଯିବ ବୋଲି ଗବେଷକମାନେ ଆଶା ରଖିଛନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe