ଏଡ୍‌ସରେ ପ୍ରାଣ ହରାଇଥିଲେ ଏହି ସେଲିବ୍ରିଟି

Advertisment
ଏଡ୍‌ସରେ ପ୍ରାଣ ହରାଇଥିଲେ ଏହି ସେଲିବ୍ରିଟି

photo-youtube

ପ୍ରତି ବର୍ଷ ଦେଶ ବିଦେଶରେ ଶହ ଶହ ଲୋକ ଏଡ୍‌ସ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ । ୧୯୮୬ ମସିହା ଜୁଲାଇ ୯ ତାରିଖରେ ମୁମ୍ବାଇର ଏକ ହସ୍ପିଟାଲ୍‌ରେ ଏଡସ୍‌ରେ ପୀଡ଼ିତ ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଆସନ୍ତୁ ଜାଣିବା କେଉଁ ସେଲିବ୍ରିଟିମାନେ ଏଡସ୍‌ରେ ପ୍ରାଣ ହରାଇଥିଲେ ।

ନିଶା ନୁର୍‌: ଅଶୀ ଦଶକରେ ଦକ୍ଷିଣ ଭାରତର ଜଣେ ଲୋକପ୍ରିୟ ନାୟିକା ଥିଲେ ନିଶା ନୁର୍‌ । ନୁରଙ୍କ ସହିତ ରଜନୀକାନ୍ତ ଓ କମଲ ହାସନଙ୍କ ଭଳି ବିଗ୍‌ ଷ୍ଟାର୍‌ ମଧ୍ୟ କାମ କରିବାକୁ ଚାହୁଁଥିଲେ । କୁହାଯାଏ ଯେ ଜଣେ ପ୍ରଯୋଜକ ନିଶା ନୁର୍‌ଙ୍କୁ ବେଶ୍ୟା ବୃତ୍ତିରେ ଠେଲି ଦେଇଥିଲେ, ଯାହାପରେ ବଦନାମି ଯୋଗୁଁ ସେ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ିଥିଲେ । ଏହାର କିଛି ବର୍ଷପରେ ନିଶା ଏଡସ୍‌ର ଶିକାର ପାଇଁ ଚିକିତ୍ସିତ ହୋଇଥିଲେ, ମାତ୍ର ୨୦୦୭ରେ ସେ ପ୍ରାଣତ୍ୟାଗ କରିଥିଲେ ।
ପେଡୋ ପାବ୍ଲୋ ଜମୋରା: ଆମେରିକାର ପେଡୋ ପାବ୍ଲୋ ଜମୋରା ଏମ୍‌ଟିଭି ର ପପୁଲାର ସୋ’ ‘ ଦ ରିଅଲ୍‌ ଓ୍ଵାର୍ଲଡ : ସାନଫ୍ରାନ୍‌ସିସ୍‌କୋ’ରେ ନିଜେ ଜଣେ ସମଲିଙ୍ଗୀ ବୋଲି ମୁକ୍ତ କଣ୍ଠରେ ସ୍ୱୀକାର କରିଥିଲେ । ପାବ୍ଲୋ ଓ ତାଙ୍କର ପାର୍ଟନର ଏଡ୍‌ସରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ । ତାଙ୍କର ମୃତ୍ୟୁ ୧୯୮୪ ମସିହା ନଭେମ୍ବର ୧୧ ତାରିଖରେ ହୋଇଥିଲା ।

publive-image
ଜିୟା ସାରଙ୍ଗୀ: ଆମେରିକୀୟ ମଡେଲ୍‌ ଜିୟା ସାରଙ୍ଗୀ ମାତ୍ର ୨୬ ବର୍ଷ ବୟସରେ ଏଡସ୍‌ରେ ପୀଡ଼ିତ ହୋଇଥିଲେ । ତା’ପରେ ସେ ଡ୍ରଗସର ଶିକାର ହୋଇଥିଲେ । ଅବଶେଷରେ ନିମୋନିଆରେ ପୀଡ଼ିତା ହୋଇ ମୃତ୍ୟୁବରଣ କରିଥିଲେ ଜୟା । କିନ୍ତୁ ତାଙ୍କ ଶରୀରରେ ଏଚ୍‌ ଆଇ ଭି ଭୂତାଣୁ ଥିଲା ।
ଆର୍ଥର ଏଶେ: ଆମେରିକାର ଜଣାଶୁଣା ଟେନିସ୍‌ ଖେଳାଳି ଆର୍ଥର ହେଉଛନ୍ତି ପ୍ରଥମ ଖେଳାଳି ଯିଏ ୟୁଏସ୍‌ ଡେଭିସ୍‌ କପ୍‌ରେ ଟିମ୍‌ର ନେତୃତ୍ୱ ନେଇ ୟୁଏସ୍‌ ଓ୍ଵମ୍ବଲଡନ୍‌ ମଧ୍ୟ ଜିତିଥିଲେ, ଏଡସ୍‌ ସଂପର୍କରେ ସଚେତନତା ସୃଷ୍ଟି କରିଥିଲେ ଆର୍ଥର, କିନ୍ତୁ ୧୯୯୩ରେ ତାଙ୍କର ଏଡସରେ ମୃତ୍ୟୁ ହୋଇଥିଲା ।

publive-image photo-.wikimedia.org

ରିକ୍‌କି ବିଲସନ୍‌: ଆମେରିକୀୟ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ବେଶ୍‌ ଲୋକପ୍ରିୟ ରିକ୍‌କି ବିଲସନ୍‌ ବି-୫୨ରେ ସାମିଲ ହୋଇଥିଲେ । ୧୯୮୩ରେ ତାଙ୍କ ଶରୀରରେ ଏଚ୍‌ ଆଇ ଭି ପଜିଟିଭି ଭୂତାଣୁ ପରିଲକ୍ଷିତ ହୋଇଥିଲା । ଏହାର ଦୁଇ ବର୍ଷପରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe