ଏୟାରଟେଲ ଆଣିଲା ନୂତନ ଅଫର : ଗ୍ରାହକଙ୍କୁ ମାଗଣାରେ ମିଳିବ ୩୦ ଜିବିର ଡାଟା!

Advertisment
ଏୟାରଟେଲ ଆଣିଲା ନୂତନ ଅଫର : ଗ୍ରାହକଙ୍କୁ ମାଗଣାରେ ମିଳିବ ୩୦ ଜିବିର ଡାଟା!

ନୂଆଦିଲ୍ଲୀ : ଗ୍ରାହକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଟେଲିକମ୍‌ କମ୍ପାନୀଗୁଡ଼ିକ ଅନେକ ସମୟରେ ବିଭିନ୍ନ ପ୍ରକାର ଅଫର ଘୋଷଣା କରୁଛନ୍ତି। ବର୍ତ୍ତମାନ ଟେଲିକମ ଜଗତରେ ଚହଳ ସୃଷ୍ଟି କରିଥିବା ଜିଓ କମ୍ପାନୀକୁ ଟକ୍କର ଦେବାକୁ ବାକି କମ୍ପାନୀମାନେ ବିଭିନ୍ନ ପ୍ରକାର ଅଫର ମାର୍କେଟରେ ଲଞ୍ଚ୍‌ କରିବାରେ ଲାଗି ପଡିଛନ୍ତି। ଏବେ ଗ୍ରାହକମାନଙ୍କୁ ନିଜ ପ୍ରତି ଆକର୍ଷିତ କରିବା ପାଇଁ ଏୟାରଟେଲ ପୁଣି ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛି। ଯାହାଦ୍ୱାରା ଗ୍ରାହକଙ୍କୁ ମାଗଣାରେ ୩୦ ଜିବି ଡାଟା ମିଳିବ। ତେବେ ଆସନ୍ତୁ ଜାଣିବା ଏୟାରଟେଲର ଏହି ପ୍ଲାନ କେମିତି ପାଇବେ ଆପଣ?

ଏବେ ଏୟାରଟେଲ ଦେଶର କିଛି ରାଜ୍ୟରେ VoLTE ସେବା ଆରମ୍ଭ କରିଛି । ଏହି ସେବା ଆଧାରରେ ୩୦ ଜିବି ଡାଟା ତିନି ଥରରେ ଗ୍ରାହକଙ୍କୁ ପ୍ରଦାନ କରାଯିବ। ଆଉ ପ୍ରତିଥର ୧୦ ଜିବି ଡାଟା ମିଳିବ। ଏଥି ମଧ୍ୟରୁ ୧୦ ଜିବି ଡାଟା VoLTEରେ ସୁଇଚ୍‌ କରିବା ଏବଂ ଡାଉନଲୋଡ ପାଇଁ ରହିବ। ସେହିପରି ଚାରି ସପ୍ତାହ ପରେ ଫିଡବ୍ୟାକ ଦେବା ପାଇଁ ୧୦ ଜିବି ଡାଟା ଏବଂ ୮ ସପ୍ତାହରେ ନେଟୱର୍କ ଉପରେ ଫିଡବ୍ୟାକ ଦେବା ପାଇଁ ୧୦ ଜିବି ଡାଟା ପ୍ରଦାନ କରାଯିବ। ଏଭଳି ଭାବରେ ମୋଟ ଉପରେ ଆପଣଙ୍କୁ ୩୦ ଜିବି ଡାଟା ମିଳିବ।

ସୂଚନାଯୋଗ୍ୟ ଯେ, Airtel VoLTE ଭିଟା କାର୍ଯ୍ୟକ୍ରମ ବର୍ତ୍ତମାନ ପଶ୍ଚିମବଙ୍ଗ, ଓଡିଶା, ଆସାମ, କେରଳ, ପଂଜାବ ଏବଂ ଆନ୍ଧ୍ରପ୍ରଦେଶରେ ଆରମ୍ଭ ହୋଇଛି। ଏଥିରେ ସାମିଲ ହେବା ପାଇଁ ୟୁଜର୍ସଙ୍କ ନିକଟରେ VoLTE ସପୋର୍ଟ ବିଶିଷ୍ଟ ସ୍ମାର୍ଟଫୋନ ଥିବା ନିହାତି ଆବଶ୍ୟକ। ଏଥିସହିତ ୪ଜି ସିମ ମଧ୍ୟ ଆକ୍ଟିଭ ହୋଇଥିବା ଦରକାର। ସବିଶେଷ ବିବରଣୀ ଜାଣିବା ପାଇଁ https://www.airtel.in/volte-circleକୁ ଯାଇ ଚେକ୍‌ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe