ବିଜୟ ମହାନ୍ତି କହିବାରୁ ଏନ୍‌ଏସ୍‌ଡିରେ ଯୋଗ ଦେଇଥିଲେ ଅଜିତ ଦାସ

Advertisment
ବିଜୟ ମହାନ୍ତି କହିବାରୁ ଏନ୍‌ଏସ୍‌ଡିରେ ଯୋଗ ଦେଇଥିଲେ ଅଜିତ ଦାସ

Joining the NSSD

ଅଭିନେତା ଅଜିତ ଦାସ ବିଏ ପାସ୍‌ କରି ନାଟକରେ ଅଭିନୟ କରୁଥାଆନ୍ତି। ସେହି ସମୟରେ ଜାତୀୟ ନାଟ୍ୟ ବିଦ୍ୟାଳୟ, ନୂଆଦିଲ୍ଲୀ (ଏନ୍‌ଏସ୍‌ଡି)ରେ ପଢ଼ୁଥିବା ବିଜୟ ମହାନ୍ତି ନିଜ ଘରକୁ ଆସିଥାଆନ୍ତି। ବିଜୟଙ୍କର ଜଣେ ବନ୍ଧୁ ଅଜିତଙ୍କୁ ନାଟକ କରୁଥିବା ଦେଖିବା ପରେ ବିଜୟଙ୍କ ସହ ଚିହ୍ନା କରେଇ ଦେଇଥିଲେ। ବିଜୟ ଅଜିତ୍‌ଙ୍କୁ କହିଥିଲେ, ବଢ଼ିଆ ଫିଗର ରଖିଛ ହୋ, ଏନ୍‌ଏସ୍‌ଡିରେ ଆବେଦନ କରୁନ। ସେତେ‌ବେଳେ ଅଜିତ ଏନ୍‌ଏସ୍‌ଡି ବାବଦରେ ବେଶି କିଛି ଜାଣିନଥିଲେ। ତେବେ ପ୍ରସନ୍ନ ମହାନ୍ତି ଓ ବିଜୟ ମହାନ୍ତିଙ୍କ ସହଯୋଗରେ ଅଜିତ ଏନ୍‌ଏସ୍‌ଡିରେ ଆବେଦନ କଲେ। ଏନ୍‌ଏସ୍‌ଡିରେ ପଢ଼ୁଥିବା ପ୍ରସନ୍ନ ଅଜିତଙ୍କୁ ମନୋହର ସିଂହ ଓ ଓମ୍‌ ପୁରୀଙ୍କ ସହ ଯୋଗାଯୋଗ କରେଇଦେଲେ। ଏନ୍‌ଏସ୍‌ଡିରେ ସାକ୍ଷାତକାର ଦେବା ପୂର୍ବରୁ ଓମ୍‌ ପୁରୀ ଓ ମନୋହର ଅଜିତଙ୍କୁ ରିହର୍ସାଲ କରେଇ ଦେଇଥିଲେ। ଫଳାଫଳ ଅପେକ୍ଷାରେ ଥିବା ବେଳେ ସେ ପୁନେ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ରେ ବି ଆବେଦନ କଲେ। ଯଦିଓ ତାଙ୍କ ନାମ ଚୟନ ହୋଇଥିଲା, କିନ୍ତୁ ତାଙ୍କର ଫଟୋଜେନିକ୍‌-ଫେସ୍‌ ନାହିଁ ବୋଲି କୁହାଗଲା। ଏଣେ ଏନ୍‌ଏସ୍‌ଡିରେ ଚୟନ ହୋଇଯିବାରୁ ସେ ୧୯୭୩-୭୪ରେ ସେଠାରୁ ତାଲିମ୍‌ ନେଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe