ଆଜମେର: ଆଜମେର ଜିଲ୍ଲାର ଆନ୍ତର୍ଜାତୀୟ ଧାର୍ମିକ ପୁଷ୍କର ମେଳାରେ ଜଣେ ନୂତନ ମୋନାଲିସାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। 
ଚର୍ଚ୍ଚାକୁ ଆସିଥିବା ନୂଆ ମୋନାଲିସାଙ୍କ ନାମ ସୁମନ ଥିବା ଜଣାପଡ଼ିଛି।

Advertisment

ସାମ୍ନାକୁ ଆସିଥିବା କିଛି ଭିଡିଓ ଓ ଫଟୋରେ ସ୍ପଷ୍ଟ ଭାବେ ସୁମନଙ୍କ ଆକର୍ଷଣୀୟ ଆଖି ଦୁଇଟି ବାରି ହୋଇପଡ଼ୁଛି। ସୁମନଙ୍କ ସୁନ୍ଦର ଆଖି ସହିତ ତାଙ୍କର ଅନନ୍ୟ ବେଶଭୂଷା ଲୋକଙ୍କୁ ଖୁବ ଆକୃଷ୍ଟ କରିଛି। 

ଚର୍ଚ୍ଚାରେ ପୁଷ୍କର ମେଳାର ସୁମନ

ଲୋକମାନେ ପୁଷ୍କର ମେଳାରେ ସୁମନଙ୍କ ସହିତ ଗୋଟିଏ ଫଟୋ ଉଠାଇବାକୁ ଖୁବ ଭିଡ଼ ଜମାଉଛନ୍ତି। ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ ହେବାପରେ ସୁମନ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ମୁଁ ମେଳାକୁ ମାଳା ବିକ୍ରି ପାଇଁ ଆସିଛି। ଲୋକମାନେ ମୋ ଆଖିକୁ ଖୁବ ପସନ୍ଦ କରୁଛନ୍ତି। ଫଟୋ ଉଠାଉଛନ୍ତି, ଭିଡିଓ କରୁଛନ୍ତି।

ଅଧିକପଢ଼ନ୍ତୁ:ମାମୁଁ ଘରକୁ ବୁଲି ଆସିଥିବା ୩ ଶିଶୁଙ୍କର ସେପ୍ଟିକ୍ ଟାଙ୍କିରେ ପଡ଼ି ଜୀବନ ଗଲା

ଭିଡିଓରେ ଶୁଣିବାକୁ ମିଳୁଛି  ଜଣେ ସୁମନଙ୍କୁ ପ୍ରଶ୍ନ କରୁଛନ୍ତି, ‘ ଆପଣଙ୍କୁ ପ୍ରୟାଗରାଜର ଭାଇରାଲ ଗାର୍ଲ ମୋନାଲିସାଙ୍କ ପରି ଯଦି ସିନେମାରେ କାମ କରିବାର ସୁଯୋଗ ମିଳେ କରିବେ?  ଏହାର ଉତ୍ତରରେ ସୁମନ କହୁଛନ୍ତି, ‘  ଆପଣମାନେ ଜାଣନ୍ତି ମୋର ପିଲାଟି ଦିନରୁ ରାଜସ୍ଥାନୀ ଚଳଚ୍ଚିତ୍ରରେ କାମ କରିବାକୁ ଖୁବ ଇଚ୍ଛା। ମୁଁ ଭଲ ନୃତ୍ୟ ବି କରେ। ମୋ ନୃତ୍ୟକୁ ଲୋକେ ଖୁବ ପସନ୍ଦ ବି କରନ୍ତି। ଯଦି ସିନେମା କରିବା ପାଇଁ ମୋତେ କେବେ କେମିତି ସୁଯୋଗ ମିଳେ ନିଶ୍ଚୟ କରିବି।’

ଅଧିକପଢ଼ନ୍ତୁ:ଛାତି ଥରାଇ ଦେଉଛି ଭୟାବହ ଦୁର୍ଘଟଣା: ନିୟନ୍ତ୍ରଣ ହରାଇ ମାଡ଼ିଗଲା ଡମ୍ପର, ଚାଲିଗଲା ୧୯ଜଣ ଯାତ୍ରୀଙ୍କ ଜୀବନ