ଜୟପୁର: ରାଜସ୍ଥାନର ଜୟପୁରର ଲୋହାମଣ୍ଡି ରାସ୍ତାରେ ସୋମବାର ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣା ଛାତିକୁ ଥରାଇ ଦେଉଛି। ଏକ ଡମ୍ପର ନିୟନ୍ତ୍ରଣ ହରାଇ ଅନେକ ଗାଡ଼ିକୁ ଧକ୍କା ଦେଇ ଆଗକୁ ବଢ଼ି ଯାଇଥିଲା। ଦୁଃଖର ବିଷୟ ଏହି ଦୁର୍ଘଟଣାରେ ୧୯ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ସୂଚନା ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ନିୟନ୍ତ୍ରଣ ହରାଇ ମାଡ଼ିଗଲା ଡମ୍ପର
ଘଟଣାସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ‘ରାସ୍ତାରେ ଦ୍ରୁତଗତିରେ ଯାଉଥିବା ଡମ୍ପରଟିର ହଠାତ ବ୍ରେକ୍ ଫେଲ୍ ହୋଇଯାଇଥିଲା। ଫଳରେ ନିୟନ୍ତ୍ରଣ ହରାଇ ଡମ୍ପରଟି ଅନେକ ଚାରିଚକିଆ ଏବଂ ଦୁଇଚକିଆ ଗାଡ଼ିକୁ ଧକ୍କା ଦେଇ ଆଗକୁ ବଢ଼ି ଯାଇଥିଲା। ଘଟଣାସ୍ଥଳରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ସୂଚନା ରହିଛି।
ଅଧିକପଢ଼ନ୍ତୁ:ରାତିରେ ଭାତ ଖାଇବା ଦ୍ୱାରା ଓଜନ ବଢିଥାଏ କି ? କ’ଣ କୁହେ ଆୟୁର୍ବେଦ
ଆହତମାନଙ୍କୁ ଯୁଦ୍ଧକାଳିନଭିତ୍ତିରେ ଘଟଣାସ୍ଥଳରୁ ଉଦ୍ଧାର କରି ସହରର ଏସଏମଏସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।
ଚାଲିଛି ଉଦ୍ଧାର କାର୍ଯ୍ୟ
ଡମ୍ପର ଧକ୍କା ଦେଇଥିବା ଗାଡ଼ି ତଳେ ଲୋକମାନେ ଏବେ ବି ଫସି ରହିଥିବା ଆଶଙ୍କା କରାଯାଉଛି। ସୂଚନା ପାଇ ପୁଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।
ସେହିପରି ଆଜି ସକାଳେ ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ବସ୍ ଏବଂ ଏକ ଡମ୍ପର ଟ୍ରକ୍ ଧକ୍କାରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଏଥିରେ ଆହତ ହୋଇଛନ୍ତି। ଗୋଟିଏ ଦିନରେ ଭିନ୍ନଭିନ୍ନ ସ୍ଥାନରେ ଏଭଳି ଦୁଇଟି ଭୟାବହ ଦୁର୍ଘଟଣା ଘଟିଥିବାରୁ ଲୋକେ ଆଜିର ଦିନକୁ ଅର୍ଥାତ ୨୦୨୫ ନଭେମ୍ବର ୩ ତାରିଖ ସୋମବାରକୁ ଅଶୁଭ ସୋମବାର ବୋଲି ଦର୍ଶାଇଛନ୍ତି।
ଅଧିକପଢ଼ନ୍ତୁ:ଭାରତଠାରୁ ଶିଖିବା ପାଇଁ ନିଜ ଦଳକୁ ପରାମର୍ଶ ଦେଲେ ପାକ୍ କ୍ରିକେଟର
ରାଜସ୍ଥାନରେ ଏହି ଭୟାବହ ଦୁର୍ଘଟଣାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ରବିବାର ନଭେମ୍ବର ୨ ତାରିଖରେ ଯୋଧପୁରରେ ଦୁଇଟି ସଡ଼କ ଦୁର୍ଘଟଣାରେ ମୋଟ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/03/untitled-23-2025-11-03-17-12-37.jpg)