ଆରଡିର ଆଖଣ୍ଡଳମଣି ମନ୍ଦିର ପ୍ରତିଷ୍ଠାର କାହାଣୀ ଶୁଣିଛନ୍ତି କି ?

Advertisment
ଆରଡିର ଆଖଣ୍ଡଳମଣି ମନ୍ଦିର ପ୍ରତିଷ୍ଠାର କାହାଣୀ ଶୁଣିଛନ୍ତି କି ?

ଭଦ୍ରକ ଜିଲ୍ଲାର ଆରଡ଼ି ଗ୍ରାମରେ ସ୍ଥିତ ଆଖଣ୍ଡଳମଣି ମନ୍ଦିର ଓଡ଼ିଶାର ଅନ୍ୟତମ ପ୍ରାଚୀନ ଶୈବପୀଠ। ଭଦ୍ରକ ସହର ମହକୁମାଠାରୁ ପ୍ରାୟ ୩୭ କିଲୋମିଟର ଦୂରରେ ଅବସ୍ଥିତ ଏହି ମନ୍ଦିର ବୈତରଣୀ ନଦୀ କୂଳରେ ଅବସ୍ଥିତ।

ଆଖଣ୍ଡଳମଣି ମନ୍ଦିରର ପ୍ରତିଷ୍ଠା ସଂପର୍କରେ ଠୋସ୍‌ ତଥ୍ୟ ନାହିଁ। ପ୍ରାୟ ୩୫୦ ବର୍ଷ ତଳେ ରାଜା ଶ୍ରୀ ନିଳାଦ୍ରି ସମର ସିଂହ ମହାପାତ୍ର  ଦିନେ ପ୍ରାତଃ କାଳରେ ଜଣେ କୃଷକକୁ ତା’ଙ୍କ ଧାନକ୍ଷେତ ଚାଷ କରିବାକୁ ବୈତରଣୀ ନଦୀ କୂଳକୁ ପଠାଇଲେ। କୃଷକ ହଳ କରୁଥିବାବେଳେ ଏକ ଟାଣୁଆ ପଦାର୍ଥ ସହିତ ହଳର ବ୍ଲେଡ ବାଜିଲା। ସେ ଦେଖିଲା ଯେ,ସେହି ଟାଣୁଆ ପଦାର୍ଥ ହେଉଛି ଏକ ଉଜ୍ୱଳମୟ ଗ୍ରାନାଇଟ୍‌ ପଥର।ଏଥିରୁ ରକ୍ତ ବୋହି ବୈତରଣୀ ନଦୀ ଆଡକୁ ଯାଉଛି।ଏହା  ଦେଖି କୃଷକ ଯେତିକି ବିସ୍ମିତ ହେଲା,ସେତିକି ଭୟଭୀତ  ମଧ୍ୟ ହେଲା। ସେ କାଳବିଳମ୍ବ ନକରି ରାଜାଙ୍କ ପାଖକୁ ଯାଇ ସବୁ କଥା ଜଣାଇଲା। ରାଜା ମଧ୍ୟ ଖବର ପାଇବା ମାତ୍ରେ ,ସେହି ସ୍ଥାନକୁ ଯାଇ ଦେଖିଲେ ଯେ,ରକ୍ତ ଜାଗାରେ ସେଠାରେ ଦୁଗ୍ଧର ବନ୍ୟା ପ୍ରବାହିତ ହେଉଛି ଏବଂ ଏକ ବିଶାଳକାୟ ସର୍ପ ସେହି ପଥର ନିକଟରେ ଜଗି ରହିଛି।

publive-image

ସେହି ରାତିରେ ରାଜା ସ୍ୱପ୍ନ  ଦେଖିଲେ ଭଗବାନ ଆଖଣ୍ଡଳମଣି ସେଠାରେ ପହଞ୍ଚିଛନ୍ତି। ତା’ପର ଦିନ ସକାଳୁ ରାଜା ନୀଳାଦ୍ରି ସମରସିଂହ ମହାପାତ୍ର ସେହି ସ୍ଥାନକୁ ଯାଇ  ଏକ କାଠର ମନ୍ଦିର ତିଆରି କରାଇଲେ ଏବଂ ସେଠାରେ ପୂଜାର୍ଚ୍ଚନା କରିଲେ। ଏହାପରେ ରାଜା ଯାଜପୁର ଜିଲ୍ଲା ଅନ୍ତର୍ଗତ ନହରଗ୍ରାମର ପାଞ୍ଚଜଣ ବାହ୍ମଣଙ୍କୁ ନିମନ୍ତ୍ରଣ କରି ଭଗବାନ ଆଖଣ୍ଡଳମଣିଙ୍କର ପୂଜା ଓ ସେବାଯତ୍ନ ନେବାର ଦାୟିତ୍ୱ ଦେଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe