ନୂଆଦିଲ୍ଲୀ: ପ୍ରତିବର୍ଷ ୟୁପିଏସସି ପକ୍ଷରୁ ସିଭିଲ ସେବା ପରୀକ୍ଷା ଆୟୋଜିତ କରାଯାଇଥାଏ। ଏହି ପରୀକ୍ଷା ପାଇଁ ପାଖାପାଖି ୧୦ଲକ୍ଷ ପରୀକ୍ଷାର୍ଥୀ ଆବେଦନ କରିଥାଆନ୍ତି। ଏହି ୧୦ଲକ୍ଷ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମାତ୍ର ୧୦/୧୫ଜଣ ପ୍ରାର୍ଥୀ ଏମିତି ଥାଆନ୍ତି ଯେଉଁମାନେ ଇତିହାସ ରଚିଥିବା କୁହାଯାଏ।
ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହଜ କଥା ନୁହେଁ। ଏହି ପରୀକ୍ଷାରେ ସଫଳ ହେବାକୁ ହେଲେ ଅନେକ ଦିନ ଧରି ପରିଶ୍ରମ କରିବାକୁ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ଏମିତି ଜଣେ ପୁଲିସ ଅଧିକାରୀଙ୍କ ବିଷୟରେ କହିବାକୁ ଯାଉଛି ଯିଏକି ମାତ୍ର ୧୭ଦିନରେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଆଉ ସଫଳତା ପାଇଥିଲେ।
ଏହି ଆଇପିଏସ ଅଧିକାରୀଙ୍କ ନାମ ହେଉଛି ଅକ୍ଷତ କୌଶଳ। ଅକ୍ଷତ ୨୦୧୭ରେ ୟୁପିଏସସି ସିଭିଲ ସେବା ପରୀକ୍ଷାରେ ୫୫ତମ ସ୍ଥାନ ଅଧିକାର କରି ଆଇପିଏସ ଅଧିକାରୀ ହୋଇଥିଲେ। ସେ ଏହି ସଫଳତା ୫ମ ପ୍ରୟାସରେ ପ୍ରାପ୍ତ କରିଥିଲେ।
ଆଇପିଏସ ଅଧିକାରୀ ଅକ୍ଷତ କୌଶଳ ତାଙ୍କ ସଫଳତାକୁ ନେଇ କହିଛନ୍ତି, ‘ଚାରିଥର ୟୁପିଏସସି ପରୀକ୍ଷା ଦେବା ପରେ ଅସଫଳ ହୋଇଥିଲି। ତେଣୁ ଆଇପିଏସ ଅଧିକାରୀ ହେବା ସ୍ବପ୍ନକୁ ଛାଡ଼ି ଦେଇଥିଲି, ଅନ୍ୟ କିଛି ଚାକିରି କରିବି ବୋଲି ସ୍ଥିର କରିଥିଲି। ଏହାରି ଭିତରେ କିନ୍ତୁ ପୁଣି କ’ଣ ମନ ହେଲା ୫ମ ଥର ପାଇଁ ପ୍ରୟାସ କରିଥିଲି। ଆଉ ଏଥିପାଇଁ ପରୀକ୍ଷାର ୧୭ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥିଲି। ଆଶ୍ଚର୍ଯ୍ୟ ହୋଇଯାଇଥିଲି କି ସେହିଥର ମୁଁ ୟୁପିଏସସି ପରୀକ୍ଷାରେ ସଫଳ ହୋଇ ଯାଇଥିଲି।’
Follow Us