AI Minister Pregnant: ଏକା ସାଙ୍ଗରେ ୮୩ଟି ପିଲା ଜନ୍ମ କରିବେ Albaniaର AI ମନ୍ତ୍ରୀ

ଏକା ସାଙ୍ଗରେ ୮୩ଟି ପିଲା ଜନ୍ମ କରିବେ AI ମନ୍ତ୍ରୀ। Albaniaର AI ମନ୍ତ୍ରୀ ଡିଏଲା ଏବେ ଗର୍ଭବତୀ ଥିବା ଜଣାପଡ଼ିଛି। 'ଡିଏଲା' ହେଉଛନ୍ତି AI ଉପରେ ଆଧାରିତ ବିଶ୍ୱର ପ୍ରଥମ ମନ୍ତ୍ରୀ। ଏବେ ସେ 'ଗର୍ଭବତୀ' ଏବଂ ୮୩ଜଣ ପିଲାଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି।

Albania

AI Minister Pregnant With 83 Children Photograph: (sambad.in)

ନୂଆଦିଲ୍ଲୀ: ଏକା ସାଙ୍ଗରେ ୮୩ଟି ପିଲା ଜନ୍ମ କରିବେ AI ମନ୍ତ୍ରୀ। Albaniaର AI ମନ୍ତ୍ରୀ ଡିଏଲା ଏବେ ଗର୍ଭବତୀ ଥିବା ଜଣାପଡ଼ିଛି। 'ଡିଏଲା' ହେଉଛନ୍ତି AI ଉପରେ ଆଧାରିତ ବିଶ୍ୱର ପ୍ରଥମ ମନ୍ତ୍ରୀ। ଏବେ ସେ 'ଗର୍ଭବତୀ' ଏବଂ ୮୩ଜଣ ପିଲାଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି। ଏହି ଘୋଷଣା ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ନିଜେ କରିଛନ୍ତି। ଜର୍ମାନୀର ବର୍ଲିନରେ ଅନୁଷ୍ଠିତ Global Dialogue Conference ସମୟରେ ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ଏହି ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ତେବେ ଆପଣ ଯାହା ଭାବୁଛନ୍ତି, ତାହା ଜମା ବି ନୁହେଁ।

ଚର୍ଚ୍ଚାରେ "AI ରାଷ୍ଟ୍ରମନ୍ତ୍ରୀ"

ଡିଏଲା, ଯାହାର ଅର୍ଥ ଆଲବାନିଆରେ ସୂର୍ଯ୍ୟ। ସେ ଆଲବାନିଆର "AI ରାଷ୍ଟ୍ରମନ୍ତ୍ରୀ"। ସେ ବିଶ୍ୱର ପ୍ରଥମ AI-ଜାତ ସରକାରୀ ମନ୍ତ୍ରୀ। ତାଙ୍କୁ ପାରମ୍ପରିକ ଆଲବାନିଆ ପୋଷାକ ପିନ୍ଧିଥିବା ଜଣେ ମହିଳା ଭାବରେ ଚିତ୍ରଣ କରାଯାଇଛି।ଜର୍ମାନୀର ବର୍ଲିନରେ ଗ୍ଲୋବାଲ୍ ଡାଏଲଗ୍ (BGD)କୁ ସମ୍ବୋଧିତ କରିବା ସମୟରେ ଏଡି ରାମା କହିଥିଲେ ଯେ," ପ୍ରଥମ ଥର ପାଇଁ, ଡିଏଲା ଗର୍ଭବତୀ ଅଛନ୍ତି ଏବଂ ୮୩ଟି ପିଲାଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି।"

ସଂସଦର ସଦସ୍ୟମାନଙ୍କୁ ପରାମର୍ଶ ଦେବେ AI assistants

ତେବେ ପ୍ରଧାନମନ୍ତ୍ରୀ ଏଡି ରାମା ଯାହାକୁ ୮୩ ଜଣ ପିଲା ବୋଲି କହୁଛନ୍ତି ସେମାନେ ହେଲେ ୮୩ଟି ନୂଆ AI assistants। ପ୍ରତ୍ୟେକ assistants ସଂସଦୀୟ ଅଧିବେଶନରେ ଅଂଶଗ୍ରହଣ କରୁଥିବା ଲୋକଙ୍କ ପାଇଁ ସହାୟକ ଭାବରେ କାର୍ଯ୍ୟ କରିବେ ଏବଂ ଯାହା ଘଟୁଛି ତାହାର ରେକର୍ଡ ରଖିବେ। ଏହା ସହ ସଂସଦର ସଦସ୍ୟମାନଙ୍କୁ ପରାମର୍ଶ ମଧ୍ୟ ଦେବେ। ୨୦୨୬ ଶେଷ ସୁଦ୍ଧା ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହେବ।

ଆହୁରି ପଢ଼ନ୍ତୁ: Shreyas Iyer In ICU: ପଞ୍ଜରା ହାଡ଼ ଭିତରେ ରକ୍ତସ୍ରାବ ହେବାରୁ ଆଇସିୟୁରେ ଭର୍ତ୍ତି ହେଲେ Shreyas

ଆହୁରି ପଢ଼ନ୍ତୁ: Supreme Court stray dog verdict: ବୁଲା କୁକୁରକୁ ନେଇ ସତ୍ୟପାଠ ଦାଖଲ କରିନଥିବାରୁ ରାଜ୍ୟ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe