ପେପର୍‌ କପ୍‌ରେ ଚା’-କଫି ପିଉଥିଲେ ସାବଧାନ? କ’ଣ କୁହନ୍ତି ଗବେଷକ

କାଳ ହୋଇପାରେ ପେପର୍‌ କପ୍‌ରେ ଚା’ ଓ କଫି ପିଇବା ଅଭ୍ୟାସ। ଏନେଇ ସତର୍କ କରାଇଲେ ଗବେଷକ। ଆପଣ ବଜାରକୁ ଗଲେ କାଚ ଗ୍ଲାସ୍‌ ବଦଳରେ ପେପର୍‌ କପ୍‌ରେ ଚା’ ଓ କଫି ପିଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ!

Paper cup

Paper cup Photograph: (sambad.in)

କାଳ ହୋଇପାରେ ପେପର୍‌ କପ୍‌ରେ ଚା’ ଓ କଫି ପିଇବା ଅଭ୍ୟାସ। ଏନେଇ ସତର୍କ କରାଇଲେ ଗବେଷକ। ଆପଣ ବଜାରକୁ ଗଲେ କାଚ ଗ୍ଲାସ୍‌ ବଦଳରେ ପେପର୍‌ କପ୍‌ରେ ଚା’ ଓ କଫି ପିଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ! ଏହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ ହୋଇପାରେ। ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ। ପେପର୍‌ କପରେ ଚା' କିମ୍ବା କଫି ପିଇବା ଧୀରେଧୀରେ ବିଷ ପିଇବା ପରି ସମାନ ହୋଇଥାଏ।

ପେପର୍‌ କପ୍‌ରେ ଚା' ଏବଂ କଫି ପିଇବା ବିପଜ୍ଜନକ ଅଟେ। ସାଧାରଣତଃ ପେପର୍‌ କପ୍‌ରେ କୌଣସି ତରଳ ପଦାର୍ଥ ରହିନଥାଏ। କପ୍‌ର ଭିତରସ୍ତରରେ ବ୍ୟବହୃତ ସାମଗ୍ରୀରେ ସୁକ୍ଷ୍ମ ପ୍ଲାଷ୍ଟିକ ଏବଂ ଅନ୍ୟ ହାନିକାରକ ପଦାର୍ଥ ରହିଥାଏ, ଯାହାକୁ ମାଇକ୍ରୋପ୍ଲାଷ୍ଟିକ୍ କୁହାଯାଏ। ଏହି ମାଇକ୍ରୋପ୍ଲାଷ୍ଟିକ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ। ସେହି କପ୍‌ରେ ଚା’ କିମ୍ବା ଅନ୍ୟ ଗରମ ପାନୀୟ ପିଇଲେ ତାହା ବିଷାକ୍ତ ପ୍ଲାଷ୍ଟିକ ସହ ମିଶି ଯାଇଥାଏ। ଏହି କାରଣରୁ କ୍ୟାନ୍ସର ହେବାର ଆଶଙ୍କା ଅଧିକ ରହିଥାଏ।

ଭାରତୀୟ ନାଗରିକମାନେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଚା' କିମ୍ବା କଫି ପିଇବାକୁ ଭଲ ପାଆନ୍ତି। ବିଶେଷକରି ଭାରତୀୟମାନେ ଚା' ଓ କଫି ସହିତ ନିଜର ଦିନଚର୍ଯ୍ୟା ଆରମ୍ଭ କରିବାକୁ ପସନ୍ଦ କରଥାନ୍ତି। ଆହୁରି ଅନେକ ଲୋକ ସାରା ଦିନ ସକ୍ରିୟ ରହିବା ପାଇଁ ଅନେକ ଥର ଚା' କିମ୍ବା କଫି ପିଇଥାନ୍ତି। ଏକାଧିକ ଥର ଚା' କିମ୍ବା କଫି ପିଇବା ଦ୍ବାରା ଶରୀର ଉପରେ ଏହାର କୁପ୍ରଭାବ ପଡ଼ିଥାଏ ବୋଲି ବିଶେଷଜ୍ଞମାନେ କହିଥାନ୍ତି। 


ସୂଚନା ଅନୁଯାୟୀ, ଏକ ପେପର୍‌ କପ୍‌ରେ ମାଇକ୍ରୋପ୍ଲାଷ୍ଟିକର ପ୍ରାୟ ୨୦,୦୦୦ ରୁ ୨୫,୦୦୦ ଛୋଟ କଣିକା ଥାଏ। ଏହା ଆପଣଙ୍କ ଶରୀରରେ ହରମୋନ୍ ଅସନ୍ତୁଳନ ସୃଷ୍ଟି କରିପାରେ। ଏହାସହିତ କ୍ୟାନ୍ସର ଭଳି ସାଂଘାତିକ ରୋଗ ମଧ୍ୟ ସୃଷ୍ଟି କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe