ସାବଧାନ କାର୍ ଚାଳକ ! ଗରମ ଦିନେ କାରରେ ରଖନ୍ତୁନି ଏସବୁ ଜିନିଷ, ହୋଇପାରେ ବିସ୍ଫୋରଣ...

car blast

Photograph: (sambad.in)

ନୂଆଦିଲ୍ଲୀ: ଜାରି ରହିଛି ଗ୍ରୀଷ୍ମ ପ୍ରଭାବ । ଦିନ ଆରମ୍ଭ ହେବା କ୍ଷଣି ହିଁ ମୁଣ୍ଡଫଟା ଖରାର ମଣିଷ ହନ୍ତସନ୍ତ ହେଉଛି । ଖରା ମଣିଷର ଜୀବନ ବି ନେଇ ଯାଉଛି । ଅତ୍ୟଧିକ ଗରମ ଗୁଳୁଗୁଳି ସହ ତତଲା ତାତିରେ ସିଝି ଯାଉଛି ମଣିଷ । ଜଳିଯାଉଛି ଜଙ୍ଗଲଠୁ ଆରମ୍ଭ କରି ଗାଡି ମଟର । ଅନେକ ସମୟରେ ଅତ୍ୟଧିକ ଗରମ ପାଇଁ ଚଳନ୍ତା ଗାଡିରେ ନିଆଁ ଲାଗିଯାଉଥିବା ବେଳେ କିଛି ସ୍ଥାନରେ ଛିଡା ହୋଇଥିବା ଗାଡି ବି ଜଳିବାର ନଜିର ଅଛି । ତେବେ ଖାଲି ତାତି ନୁହେଁ ଯଦି ଆପଣ ଏହି ଗରମ ଦିନରେ ନିଜ ଗାଡିକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ଗାଡି ଭିତରେ କିଛି ସାମଗ୍ରୀ ଆଦୌ ରଖନ୍ତୁ ନାହିଁ ଯାହା ଦ୍ବାରା ଆପଣଙ୍କ କାର୍ ଜଳିଯାଇପାରେ କିମ୍ବା କାର ଭିତରେ ବିସ୍ଫୋରଣ ବି ହୋଇପାରେ । 

କାର୍ ଭିତରର ଦୁର୍ଗନ୍ଧକୁ ଦୂରେଇବା ପାଇଁ ଅନେକ ଚାଳକ ପରଫ୍ୟୁମ୍, ଡିଓଡ୍ରାଣ୍ଟ୍ ରଖିବାକୁ ପସନ୍ଦ କରିଥା’ନ୍ତି ଯାହା ବାସ୍ତବରେ ଆଦୌ ସୁରକ୍ଷିତ ନୁହେଁ । ସାଧାରଣତଃ ପରଫ୍ୟୁମରେ ଆଲକହଲର ମାତ୍ରା ଥାଏ ଯାହା ଗରମ କାରଣରୁ ବ୍ୟାପିଥାଏ । ବିଶେଷଜ୍ଞଙ୍କ କହିବାନୁସାରେ, ପରଫ୍ୟୁମକୁ ୫୦ ଡିଗ୍ରୀ ତାପମାତ୍ରା ତଳକୁ ରଖିବା ହିଁ ସୁରକ୍ଷିତ ହୋଇଥାଏ । ଯେହେତୁ ଆଲକହଲ୍ ଏକ ଜ୍ବଳନଶୀଳ ପଦାର୍ଥ ଯଦି ଏହା ଗରମ କାରଣରୁ କାର୍ ଭିତରେ ଲିକ୍ ହୁଏ ତା’ହେଲେ କାରରେ ନିଆଁ ଲାଗିବାର ସମ୍ଭାବନା ବଢ଼ିଯାଏ । 

ତେବେ ଅନେକ ବିଶେଷଜ୍ଞ ମଧ୍ଯ କାର୍ ଭିତରେ ସାନିଟାଇଜର୍ ଏବଂ ଲାଇଟର୍ ରଖିବାକୁ ମଧ୍ୟ ମନା କରନ୍ତି । ଯଦି ଆପଣ ପୁରୁଣା ଟାୟାରକୁ ବ୍ୟବହାର କରି କାର୍ ଚଳାଉଛନ୍ତି ତା’ହେଲେ ବେଳ ଥାଉ ଥାଉ ବଦଳାଇ ଦିଅନ୍ତୁ । କାରଣ ଖରା ଦିନେ ପୁରୁଣା ଟାୟାର୍ ଏୟାର୍ ପ୍ରେସରକୁ ସମ୍ଭାଳି ପାରେନା ଏବଂ ଗରମରେ ଅଧିକ ପ୍ରେସର୍ କାରଣରୁ ପୁରୁଣା ଟାୟାର୍ ଫାଟିବା ଭଳି ସମସ୍ୟା ଉପୁଜିପାରେ । ଯଦି ଆପଣଙ୍କ ଟାୟାରର କୌଣସି ସ୍ଥାନରେ ଖରାପ କିମ୍ବା କଣା ହେଲା ଭଳି ଦେଖାଯାଏ ତା’ହେଲେ ବିଳମ୍ବ ନ କରି ତୁରନ୍ତ ବଦଳାଇ ଦିଅନ୍ତୁ ।  

କାର୍ ଭିତରେ ଖାଲି ବୋତଲ ରଖିବାର ଭୁଲ୍ ଆଦୌ କରନ୍ତୁ ନାହିଁ । ଅତ୍ୟଧିକ ଗରମରେ କାର୍ ଭିତରେ ପଡି ପଡି ପ୍ଲାଷ୍ଟିକ୍ ବୋତଲ୍ କେମିକାଲ୍ ବାହାରେ । ଏହା ପୁନଃ ବ୍ୟବହାର କରିବା ଯେତେ କ୍ଷତିକାରକ, ଖରାର ସଂସ୍ପର୍ଶରେ ଆସିବା ମଧ୍ୟ ସେତେ ବିପଦଜ୍ଜନକ । ଯାହା କେତେବେଳେ ବି ଫାଟିପାରେ । 

ଖରା ବଢିବା କାରଣରୁ କାର୍ ଭିତରେ ଗରମ ପବନର ହାଇ ପ୍ରେସର ବଢିବାରେ ଲାଗିଥାଏ । ଏଭଳି ସ୍ଥିତିରେ ଯଦି ଆପଣଙ୍କ ଗାଡ଼ି ଖରାରେ ଛିଡ଼ା ହୋଇଛି ତେବେ ଏହାର ଗ୍ଲାସରେ ଫାଟ ସୃଷ୍ଟି ହେଲା ଭଳି ସମସ୍ୟା ଉପୁଜିପାରେ । ଏଭଳି ସମସ୍ୟାର ସମାଧାନ ପାଇଁ କାର୍ ଝରକାକୁ ଅଳ୍ପ ଖୋଲା ରଖନ୍ତୁ । ଏସବୁ ଦିଗ ପ୍ରତି ଧ୍ଯାନ ଦେଲେ ଆପଣ ଏବଂ ଆପଣଙ୍କ ଗାଡି ଗରମ ଦିନେ ସୁରକ୍ଷିତ ରହିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe