ବର୍ଷାଦିନେ ମୂଷାରୁ ମଣିଷକୁ ବ୍ୟାପୁଥିବା ରୋଗ ଲେପ୍ଟୋସ୍ପାଏରୋସିସ୍‌ରୁ କେମିତି ବଞ୍ଚିବେ

Advertisment
ବର୍ଷାଦିନେ ମୂଷାରୁ ମଣିଷକୁ ବ୍ୟାପୁଥିବା ରୋଗ ଲେପ୍ଟୋସ୍ପାଏରୋସିସ୍‌ରୁ କେମିତି ବଞ୍ଚିବେ

publive-image

ଓଡିଶା ସମେତ ଆହୁରି ଅନେକ ରାଜ୍ୟରେ ଏହି ରୋଗରେ ଆକ୍ରାନ୍ତ ଅନେକ ଲୋକ ଆଗରୁ ଚିହ୍ନଟ ହୋଇ ସାରିଛନ୍ତି। ମୁମ୍ବାଇରେ ଲଗାତାର ବର୍ଷା ପରେ ଲେପ୍ଟୋସ୍ପାଏରୋସିସ୍‌ ରୋଗ ହେବାରୁ ୪ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏହି ରୋଗ କେବଳ ମଣିଷ ନୁହେଁ, ଜୀବଜନ୍ତୁଙ୍କୁ ମଧ୍ୟ ଆକ୍ରମଣ କରିଥାଏ। ଡାକ୍ତରଙ୍କ କହିବା ଅନୁସାରେ ଜାଣନ୍ତୁ କେମିତି ବଞ୍ଚିବେ ଏହି ରୋଗରୁ...

publive-image

ଲେପ୍ଟୋସ୍ପିରା ଜୀବାଣୁ ସଂକ୍ରମଣର ଲକ୍ଷଣ କ’ଣ
ଖଇଫୁଟା ଜ୍ୱର, ମୁଣ୍ଡବିନ୍ଧା, ଥଣ୍ଡା ସହ ମାଂସପେଶୀ ଦରଜ ହେବା ଏହାର ସାଧାରଣ ଲକ୍ଷଣ। ଏହା ବ୍ୟତୀତ ବାନ୍ତି, ଆଖି ଲାଲ ହେବା, ପେଟ ଦରଜ ଆଦି ସମସ୍ୟା ମଧ୍ୟ ହୋଇଥାଏ। ଏହାର ଅଧିକାଂଶ ଲକ୍ଷଣ ଡେଙ୍ଗୁ ରୋଗ ସହ ପ୍ରାୟ ସମାନ ହୋଇଥାଏ।

publive-image

କେମିତି ବ୍ୟାପିଥାଏ ଏହି ରୋଗ
ବର୍ଷାଦିନେ ମୂଷାମାନଙ୍କ ସଂଖ୍ୟା ବଢ଼ିବାରୁ ଜୀବାଣୁ ପ୍ରସାରିତ ହେବା ସହଜ ହୋଇଥାଏ। ସଂକ୍ରମିତ ମୂଷାର ପରିସ୍ରାରେ ଅତି ମାତ୍ରାରେ ଲେପ୍ଟୋସ୍ପାଏର୍ସ୍‌ ଥାଏ। ଏହି ଜୀବାଣୁ ପାଣିରେ ମିଶିଯାଏ।ମୁହଁ, ଆଖି, କାନ ଓ ଚର୍ମର କୌଣସି ଜାଗା କଟି ଯାଇଥିଲେ ସେପଟୁ ମଧ୍ୟ ମଣିଷ ଶରୀର ଭିତରକୁ ଆସିଥାଏ।

publive-image

କେମିତି ରକ୍ଷା ପାଇବେ ଲେପ୍ଟୋସ୍ପାଏରୋସିସ୍‌ ରୋଗରୁ
ଅପରିଷ୍କାର ପାଣିରେ ବୁଲନ୍ତୁ ନାହିଁ।
ଯଦି ଶରୀରର କେଉଁଠି ଖଣ୍ଡିଆ ହୋଇଛି, ସେଥିରେ ଭଲଭାବେ ପଟି ଲଗାଇ ରଖନ୍ତୁ।
ଜୋତା ଓ ମୋଜା ବ୍ୟବହାର କରନ୍ତୁ।
ପାଦକୁ ଠିକ୍‌ ଭାବେ ସଫା କରନ୍ତୁ, ଶୁଖିଲା ରଖନ୍ତୁ। ପାଦ ଓଦା ଥିଲେ ଫଙ୍ଗାଲ୍‌ ଇନ୍‌ଫେକ୍‌ସନ୍‌ ହୋଇପାରେ।
ପୋଷା ଜୀବଜନ୍ତୁଙ୍କୁ ଟୀକା ଦିଅନ୍ତୁ, ନ ହେଲେ ସେମାନଙ୍କ ଜରିଆରେ ଆପଣଙ୍କୁ ହୋଇପାରେ ସଂକ୍ରମଣ।
ରୋଗିଣା ବା ମୃତ ଜୀବଜନ୍ତୁଙ୍କୁ ଛୁଅଁନ୍ତୁ ନାହିଁ।

ଲେପ୍ଟୋସ୍ପାଏରୋସିସ୍‌ ରୋଗର ଉପଚାର କେମିତି ହୋଇଥାଏ

ପ୍ରଥମେ ପାଣି ଓ ମୂଷା ଠାରୁ ଦୂରେଇ ରହିବାକୁ କୁହାଯାଏ।
ଡାଏଲାସିସ୍‌ ପରେ ଆଣ୍ଟିବାୟୋଟିକ୍‌ ଦିଆଯାଇଥାଏ।
କିଡ୍‌ନୀ, ଲିଭର୍‌ କିମ୍ବା ହୃଦ୍‌ପିଣ୍ଡ ସଂକ୍ରମଣ ହୋଇଥିଲେ ବିଶେଷ ଉପଚାର କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe