Representational image courtesy of Zee News
ନୂଆଦିଲ୍ଲୀ: ୟେଲୋଷ୍ଟୋନ୍ ନ୍ୟାସ୍ନାଲ୍ ପାର୍କ ଉପରେ ୟୁଏଫ୍ଓ ଚକ୍କର କାଟୁ ଥିବା ଦାବି ସମ୍ବଳିତ ରିପୋର୍ଟ ସଂକ୍ରାନ୍ତରେ ନିକଟ ଅତୀତରେ ଏକ ଭିଡିଓ ପ୍ରସାରିତ ହେବା ପରେ ୟୁଏଫ୍ଓ/ଏଲିଅନ୍ ହଣ୍ଟର୍ମାନେ ବୋଧହୁଏ ବାଇଆ ହୋଇ ଉଠିଛନ୍ତି।
ସିସିଟିଭି ଫୁଟେଜ୍ରେ ଦେଖା ଯାଉଛି: କେମିତି ଏକ ଚେକାଳିଆ ଜିନିଷ ପ୍ରଥମେ ଏକ ପର୍ବତ ପଛପଟୁ ଉଠି ଉଜ୍ଜ୍ୱଳରୁ ଉଜ୍ଜ୍ୱଳତର ହୋଇ ଉଚ୍ଚ ଆକାଶକୁ ଉଡ଼ି ଯାଉଛି।
ଘଟନାଟି ସୁପର୍ ଭଲ୍କାନୋ ଉପରେ ଘଟିଥିବାରୁ ଉଡ଼ିଯିବା ପୂର୍ବରୁ କେଇ ମୁହୂର୍ତ୍ତ ପାଇଁ ୟୁଏଫ୍ଓ ଉଡ଼ିଲାବେଳେ ସେଠାରୁ ଧୂଅାଁ ଉଠୁଥିବା ଦେଖା ଯାଉଛି।
ଫକ୍ସ ନିଉଜ୍ ଅନୁସାରେ, ତିନି ମିନିଟ୍ର ଏହି ଭିଡିଓଟି ଜୁନ୍ ୯ ତାରିଖରେ ଉତ୍ତୋଳିତ ହୋଇଥିଲା ଏବଂ ନିକଟରେ ୟୁଟ୍ୟୁବ୍ରେ ଅପ୍ଲୋଡ୍ କରାଯାଇଛି।
Follow Us