ନୂଆଦିଲ୍ଲୀ: ସିବିଏସଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ ପାଇସାରିଛି। ଏହି ଫଳାଫଳରେ ଦଶମ ଶ୍ରେଣୀର ମୋଟ ପାସ୍ ହାର ୯୩ ପ୍ରତିଶତ ଥିଲା ରହିଥିବା ବେଳେ ଦ୍ୱାଦଶ ଶ୍ରେଣୀର ମୋଟ ପାସ୍ ହାର ୮୮.୩୯ ପ୍ରତିଶତ ରହିଛି।
ଏହି କ୍ରମରେ ଆଲିଗଡ଼ ବିଏସଏଙ୍କ ପୁଅଙ୍କର ମଧ୍ୟ ପରୀକ୍ଷା ଫଳାଫଳ ବାହାରି ସାରିଛି। ବିଏସଏଙ୍କ ପୁଅ ପରୀକ୍ଷାରେ କମ ନମ୍ବର ରଖିଥିବା ଜଣାପଡ଼ିଛି। ପରୀକ୍ଷାରେ କମ ନମ୍ବର ରଖିଥିବା ଜାଣିବି ବିଏସଏ ପୁଅକୁ ଗାଳି ନଦେଇ ଅଭିନନ୍ଦନ ଜଣାଇଥିଲେ।
ବିଏସଏଙ୍କ ପୁଅ ରିଷି ସିବିଏସଇ ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ମାତ୍ର ୬୦ପ୍ରତିଶତ ନମ୍ବର ରଖିଛନ୍ତି। ପୁଅର ପରୀକ୍ଷାଫଳ ଜାଣିବା ପରେ ବିଏସଏ ରାକେଶ ସିଂହ 'ଏକ୍ସ' ରେ ଏକ ପୋଷ୍ଟ କରି ଲେଖିଛନ୍ତି "ମୋ ପୁଅ ରିଷି ସିବିଏସଇ ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୬୦ପ୍ରତିଶତ ନମ୍ବର ରଖିଛି। ଏହି ମଧ୍ୟମ ଧରଣର ଫଳାଫଳ ପାଇଁ ଅନେକ ଅଭିନନ୍ଦନ ଏବଂ ଶୁଭେଚ୍ଛା ପୁଅ।"
ମୁଁ ମୋ ପୁଅକୁ ପରୀକ୍ଷାଫଳ ପାଇଁ ଅଭିନନ୍ଦନ ଜଣାଇବା ସମୟରେ ସେ ମୋତେ ପଚାରିଥିଲା, ‘‘ ପାପା ମୁଁ ଏତେ କମ ନମ୍ବର ରଖିଛି ତୁମେ ମୋ ଉପରେ ରାଗି ନାହଁ କି?’’
Follow Us