ବର୍ଷାଋତୁରେ ମୁହଁ ତେଲଚିକିଟା ମାରୁଥିଲେ ଘିକୁଅାଁରୀରେ ଏ ସବୁ ମିଶାଇ ଲଗାନ୍ତୁ

Advertisment
ବର୍ଷାଋତୁରେ ମୁହଁ ତେଲଚିକିଟା ମାରୁଥିଲେ ଘିକୁଅାଁରୀରେ ଏ ସବୁ ମିଶାଇ ଲଗାନ୍ତୁ

ବର୍ଷାଋତୁରେ କ୍ରାନ୍ତୀୟ ଅଞ୍ଚଳ ଅଧିବାସୀଙ୍କର ଯାବତୀୟ ଚର୍ମ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ। ବାୟୁରେ ଆର୍ଦ୍ରତା ରହୁଥିବାରୁ ଏ ଭଳି ସମସ୍ୟା ହୋଇଥାଏ। ବିଶେଷ କରି ଏହି ସମୟରେ ମୁହଁ ତେଲଚିକିଟା ଲାଗେ। ଚର୍ମ ସମ୍ବନ୍ଧୀୟ ଏ ଭଳି ସମସ୍ୟା ପାଇଁ ଘରୋଇ ଉପଚାର ଭାବେ ଘିକୁଅାଁରୀର ବ୍ୟବହାର ସର୍ବୋତ୍ତମ। ଶତକଡ଼ା ୯୯ ଭାଗ ପାଣି ଥିବା ଘିକୁଅାଁରୀରେ ଥାଏ ସଂକ୍ରମଣ ନିରୋଧୀ, କବକ ନିରୋଧୀ, ଜ୍ୱାଳା ଉପସମକାରୀ ଓ ଆରୋଗ୍ୟକାରୀ ଉପାଦାନ। ଆଜିକାଲି ଅଧିକାଂଶ ସ୍କିନ୍‌ କେଆର୍‌ ପ୍ରଡକ୍ଟ୍‌ରେ ଏହି ସିଝୁଜାତୀୟ ଉଦ୍ଭିଦର ବ୍ୟବହାର ହେଉଛି। ସୁତରାଂ ସିଧାସଳଖ ମୁହଁରେ ଘିକୁଅାଁରୀ ମାଖିଲେ ବର୍ଷାଋତୁରେ ବାହାରୁ ଥିବା ଚର୍ମ ବିକୃତି ଉପସମ ହେବା ସହ କାନ୍ତି ବୃଦ୍ଧି ପାଇବ।

ଘିକୁଅାଁରୀ ଓ ବେସନ: ଟିକେ ବେସନ, ଘିକୁଅାଁରୀ ଲାଳ ଏବଂ ଟିକିଏ ହଳଦିଗୁଣ୍ଡ ମିଶାଇ ଆଣ ଭଳି କରନ୍ତୁ। ଏହାକୁ ମୁହଁରେ ମାଖି ୨୦ ମିନିଟ୍‌ ପରେ ମୁହଁ ଧୋଇ ପକାନ୍ତୁ।

ଘିକୁଅାଁରୀ ଓ ନଡ଼ିଆପାଣି: ଘିକୁଅାଁରୀ ଲାଳରେ ନଡ଼ିଆପାଣି ମିଶାଇ ମୁହଁରେ ମାଖନ୍ତୁ। ୨୦ ମିନିଟ୍‌ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ପକାନ୍ତୁ।

ଘିକୁଅାଁରୀ ଓ ଚନ୍ଦନ: ଚନ୍ଦନ ଓ ଘିକୁଅାଁରୀ ଲାଳରେ ଟିପେ ହଳଦୀ ମିଶାଇ ଫେଣ୍ଟନ୍ତୁ। ଏହାକୁ ମୁହଁରେ ବୋଳି ଶୁଖିଲା ଯାଏଁ ଅପେକ୍ଷା କରନ୍ତୁ। ଶୁଖିଯିବା ପରେ ଥଣ୍ଡାପାଣିରେ ମୁହଁ ଧୋଇ ପକାନ୍ତୁ।

ଘିକୁଅାଁରୀ ଓ ଅମୃତଭଣ୍ଡା: ଛୋଟିଆ ଖଣ୍ଡେ ପାଚିଳା ଅମୃତଭଣ୍ଡା ଓ ଚା ଚାମଚରେ ଚାମଚେ ଘିକୁଅାଁରୀ ଲାଳ ମିଶାଇ ଫେଣ୍ଟନ୍ତୁ। ଏହି ମିଶ୍ରଣକୁ ମୁହଁରେ ମାଖି ୨୦ ମିନିଟ୍‌ ପରେ ମୁହଁ ଧୋଇ ପକାନ୍ତୁ।

ଶରୀରରେ ଯେ କୌଣସି ପ୍ରକାର ଆଲର୍ଜି ବାହାରିଥିଲେ, ସେଥିରେ ଘିକୁଅାଁରି ଲାଳ ଲଗାଇ ଦେଖନ୍ତୁ। ନିଶ୍ଚୟ ଉପସମ ମଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe