ବିଶ୍ୱ ଐତିହ୍ୟ : ଅଲ୍‌ତାମିରା ଗୁମ୍ଫା

Advertisment
ବିଶ୍ୱ ଐତିହ୍ୟ : ଅଲ୍‌ତାମିରା ଗୁମ୍ଫା

The New York Times

ସ୍ପେନ୍‌ର ଉତ୍ତରାଞ୍ଚଳ ଅନ୍ତର୍ଗତ ସାଣ୍ଟିଲାନା-ଡେଲ୍‌-ମାର‌୍‌ ଐତିହାସିକ ସହରଠାରୁ କିଛି ଦୂରରେ ରହିଛି ଅଲ୍‌ତାମିରା ଗୁମ୍ଫା। ସେଠାରେ ପ୍ରାଗ୍‌-ଐତିହାସିକ ମଣିଷମାନେ ବାସ କରୁଥିବାର ପ୍ରମାଣ ରହିଛି। ୧୮୬୮ରେ ଶିକାର ସନ୍ଧାନ କରୁଥିବା ଜଣେ ଶିକାରୀ ଗୁମ୍ଫାଟିକୁ ଆବିଷ୍କାର କରିଥିଲେ। ଆବିଷ୍କାରର ପ୍ରାୟ ସାତ ବର୍ଷ ପରେ ବୈଜ୍ଞାନିକ ଅନୁସନ୍ଧାନ ଆରମ୍ଭ ହୋଇଥିଲା। ପ୍ରଥମେ ମିଳିଥିଲା ପ୍ରାଣୀଙ୍କ ହାଡ଼ ଓ ଅରଣି ବା ଝକମକି ପଥର ବା ଇ˚ରେଜୀରେ ଫ୍ଲିଣ୍ଟ୍‌ ଷ୍ଟୋନ୍‌। ତାହା ପରେ, ୧୮୯୭ରେ ଗୁମ୍ଫା ଛାତରେ ଗୁଡ଼ିଏ ଷଣ୍ଢଙ୍କ ଛବି ଆବିଷ୍କୃତ ହୋଇଥିଲା। ଅନୁସନ୍ଧାନକାରୀମାନେ ଅଧିକ ଉତ୍ସାହିତ ହୋଇ କାର୍ଯ୍ୟ ଜାରିରଖିଲେ। କିଛି ଦିନ ମଧୢରେ ଗୁମ୍ଫା ଭିତରେ ଘୋଡ଼ା, ମାମଥ୍‌, ହରିଣ, ଗୟଳ ଆଦିଙ୍କ ଛବି ମିଳିଲା।

publive-image bradshawfoundation.com

୧୯୦୧ରେ ଛବିଗୁଡ଼ିକୁ ଭଲ ଭାବେ ପରୀକ୍ଷା କରାଯିବା ପରେ, ସେଗୁଡ଼ିକ ଅନ୍ୟୂନ ଦଶ ହଜାର ବର୍ଷ ପୁରୁଣା ବୋଲି ଜଣାପଡ଼ିଲା। ଖନିଜ ପଦାର୍ଥରୁ ହଳଦିଆ, ଲାଲ ଓ କଳା ରଙ୍ଗ ତିଆରି କରି ପ୍ରାଚୀନ ମଣିଷମାନେ ଛବିଗୁଡ଼ିକ ଆଙ୍କିଥିବା ଗ୍ରହଣ କରାଯାଇଛି। ଅଲ୍‌ତାମିରା ଗୁମ୍ଫାର ଲମ୍ବ ୮୮୬ ଫୁଟ୍‌। ୧୯୮୫ରେ ଏହା ବିଶ୍ବ ଐତିହ୍ୟ ଘୋଷିତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଫ୍ରାନ୍‌ସର ଲାସ୍‌କୋରେ ମଧୢ ପ୍ରାଗ୍‌-ଐତିହାସିକ ଯୁଗର ଛବି ଥିବା ଏକ ଗୁମ୍ଫା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe