‘କେଶ ପାଇଁ ପ୍ରଶଂସା ପାଏ ଆଉ ପରିହାସର ଶିକାର ବି ହୁଏ’: ଏବିନ

‘କେଶ ପାଇଁ ପ୍ରଶଂସା ପାଏ ଆଉ ପରିହାସର ଶିକାର ବି ହୁଏ’: ଏବିନ

ନୂଆଦିଲ୍ଲୀ: ୪୭ବର୍ଷର ଜଣେ ଯୁବତୀ ତାଙ୍କ କେଶକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଉକ୍ତ ଯୁବତୀଙ୍କ କେଶର ବିଭିନ୍ନ ପ୍ରକାର ଫଟୋ  ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଉକ୍ତ ମହିଳାଙ୍କ କେଶ ଘଞ୍ଚ ଓ କଳା କୁଞ୍ଚକୁଞ୍ଚିଆ ହୋଇରହିଛି। ଉକ୍ତ ମହିଳା କେଶକୁ ଯେମିତି ସଜାଇଛନ୍ତି ତାହାକୁ ଏଫ୍ରୋ ହେୟାର ଷ୍ଟାଇଲ କୁହାଯାଉଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ମହିଳା ଏହି କେଶ ପାଇଁ ଗିନିଜ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି।

ଆମେରିକାର ଲୁଇସିୟାନାରେ ଉକ୍ତ ମହିଳା ଜଣକ ବସବାସ କରନ୍ତି। ତାଙ୍କ ନାମ ଏବିନ ଦୁଗାସ। ତାଙ୍କ କେଶର ଲମ୍ବ ୯.୮୪ ଇଞ୍ଚ ରହିଥିବା ବେଳେ ଚଉଡା ୧୦.୪ ଇଞ୍ଚ ରହିଛି। ଏମିତି କେଶ ଦୁନିଆରେ ପ୍ରଥମ ବୋଲି କୁହାଯାଉଛି। ତେବେ ଉକ୍ତ ମହିଳା ଜଣକ ଦ୍ବିତୀୟଥର ଏହି ବିଶ୍ବ ରେକର୍ଡ କରିଥିବା ସୂଚନା ରହିଛି।

ଏବିନଙ୍କୁ ଏଭଳି କେଶ ବିକଶିତ କରିବା ପାଇଁ ୨୦ବର୍ଷରୁ ଅଧିକ ସମୟ ଲାଗିଥିଲା। ଏହି ଘଟଣାକୁ ନେଇ ଏବିନ କହନ୍ତି, ‘ମୁଁ ଏଭଳି କେଶ ପାଇଁ କୌଣସି ରାସାୟାନିକ ଦ୍ରବ୍ୟ ବ୍ୟବହାର କରିନାହିଁ। ଆଜି ଯାହା ବି ଆପଣମାନେ ଦେଖୁଛନ୍ତି, ସବୁକିଛି ପ୍ରାକୃତିକ ଉପାୟରେ ହୋଇଛି। ମୋର ଏଭଳି କେଶକୁ ଦେଖି କିଛି ଲୋକ ପ୍ରଶଂସା କରୁଥିବା ବେଳେ ଆଉ କେତେଜଣ ମଜାକ ବି ଉଡ଼ାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe