ଅଟୋରିକ୍ସାକୁ ଚାଳକ ବନାଇ ଦେଲେ ବିଳାସମୟ କାର୍‌, ସୋସିଆଲ୍‌ ମିଡିଆରେ ବୁଲୁଛି ଗୋଲାପୀ ଗାଡ଼ି

ଅଟୋରିକ୍ସାକୁ ଚାଳକ ବନାଇ ଦେଲେ ବିଳାସମୟ କାର୍‌, ସୋସିଆଲ୍‌ ମିଡିଆରେ ବୁଲୁଛି ଗୋଲାପୀ ଗାଡ଼ି

ନୂଆଦିଲ୍ଲୀ: ଅଟୋରିକ୍ସା ଆମ ଦେଶର ଜନସାଧାରଣଙ୍କ ସକାଶେ ଏକ ଲୋକପ୍ରିୟ ପରିବହନ ବ୍ୟବସ୍ଥା। ଧନୀଗରିବ ସମସ୍ତେ ଏହାର ବ୍ୟବହାର କରନ୍ତି। ଅଟୋ ଭଡ଼ା ଅପେକ୍ଷାକୃତ ଶସ୍ତା ହୋଇଥିବାରୁ ଅଧିକାଂଶ ଲୋକ ଏଥିରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି। ହେଲେ ଆପଣ ଜାଣନ୍ତି ଯେ କାର୍‌ର ଅରାମ ଅଟୋରେ ନଥାଏ। ଟଙ୍କା ବଞ୍ଚାଇବାକୁ ଆମେ ଯାତ୍ରା କରିଥାଉ ସିନା, ଅଟୋଟି କ’ଣ କାର୍‌ ପରି ଆରାମ ଯୋଗାଇବାରେ ସମର୍ଥ ହୋଇଥାଏ?

ନିକଟରେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓ ଦେଖିବା ପରେ ଆପଣଙ୍କର ଏ ଧାରଣା ବଦଳିଯିବ। ଭିଡିଓରେ ଆପଣ ଦେଖି ପାରୁଥିବେ ଯେ ଅଟୋ ଚାଳକ ଜଣକ କିଭଳି ଭାବେ ତାଙ୍କ ଅଟୋକୁ କାର୍‌ର ରୂପ ଦେଇଛନ୍ତି। ଏହି ଭିଡିଓଟି ଏବେ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛି। ଭିଡିଓରେ ଦେଖାଯାଇଥିବା  ଅଟୋରିକ୍ସାଟିକୁ  ଏକ ବିଳାସପୂର୍ଣ୍ଣ ଯାନରେ ପରିଣତ କରାଯାଇଛି। ଏହା ଏପରି ଡିଜାଇନ୍ ହୋଇଛି ଯେ ତାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ଅଟୋକୁ ଏକ ଚମତ୍କାର ଢଙ୍ଗରେ ରୂପାନ୍ତର କରିଛନ୍ତି, ଯେଉଁଥିରେ ଯାତ୍ରୀ ମଧ୍ୟ ଯାତ୍ରା ପାଇଁ ଅତିରିକ୍ତ ଦେୟ ଦେବାକୁ କୁଣ୍ଠା କରିବେନି। ଗୋଲାପୀ ରଂଗର  ଅଟୋ ରିକ୍ସାର ଏହି ଭିଡିଓଟି ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅଟୋରେ ଆରାମଦାୟକ ସିଟ୍‌ ସହିତ ଯାତ୍ରୀମାନଙ୍କୁ ସୂର୍ଯ୍ୟକିରଣ ଉପଭୋଗ କରିବାର ସୁଯୋଗ ଦେବା ପାଇଁ ରୁଫ୍‌-ଟପ୍‌ ବ୍ୟବସ୍ଥା କରାଯାଇଛି। ଭିଡିଓଟି ସୋସିଆଲ୍‌ ମିଡିଆରେ ଫେବ୍ରୁଆରି ୨୨ ତାରିଖରେ ସେୟାର୍‌ କରାଯାଇଛି।
ଏହି ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୯ ଲକ୍ଷରୁ ଅଧିକ ଭ୍ୟୁ ମିଳିଥିବା ବେଳେ ୭୧ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରି ସାରିଲେଣି। ଭିଡିଓଟିକୁ ଦେଖି  ବ୍ୟବହାରକାରୀମାନେ ଏହା ଉପରେ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe